ଆଇପିଏଲ-୨୦୨୩ ଫାଇନାଲର ଚିତାକର୍ଷକ ପରିଣତି, ସିଏସକେ ବିଜୟୀ, ଶେଷ ୦୨ ବଲରେ ୧୦ ରନ କରି ଜାଦେଜା ସିଏସକେକୁ କଲେ ବିଜୟୀ

ଅହମ୍ମଦାବାଦ, ୩୦/୦୫: ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସକେ) ଓ ହାଦ୍ରିକ ପାଣ୍ଡ୍ୟାଙ୍କ ଗୁଜୁରାଟ ଟାଇଟନ୍ସ (ଜି.ଟି) ମଧ୍ୟରେ ସୋମବାର ରିଜର୍ଭଡ଼େରେ ଖେଳାଯାଉଥିବା ଫାଇନାଲ ମ୍ୟାଚ୍‌ର ୨ୟ ପାଳି ଆରମ୍ଭରୁ ପୁଣି ବର୍ଷା ହେଇଥିଲା । ସିଏସକେ ମାତ୍ର ୦୩ଟି ବଲ ଖେଳି ୦୪ ରନ କରିଥିବା ବେଳେ ପୁଣି ବର୍ଷା ହେବା କାରଣରୁ ଖେଳ ବନ୍ଦ ରହିଥିଲା । ମ୍ୟାଚ ହେବ କି ନାହିଁ ଅଗଣିତ କ୍ରୀଡ଼ାପ୍ରେମୀ ସନ୍ଦେହରେ ଥିବା ବେଳେ ଉତ୍କଣ୍ଠାର ସହ ଆଜି ରାତ୍ର ୧୨ଟା ୧୦ରେ ଖେଳ ପୁଣି ଖେଳ ଆରମ୍ଭ ହୋଇଥିଲା ଓ ମ୍ୟାଚ ଜିତିବା ପାଇଁ ସିଏସକେକୁ ୧୫ ଓଭରରେ ୧୭୧ ରନ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା । ସିଏସକେର ଓପନିଂ ଯୋଡ଼ି କନ୍‌ୱେ ଓ ଋତୁରାଜ ଭଲ ଖେଳିଥିଲେ ହେଁ ଲକ୍ଷ୍ୟର ବହୁ ପୂର୍ବରୁ ଆଉଟ ହୋଇଯାଇଥିଲେ । ରାହାଣେ ଓ ରାୟୁଡ଼ୁ ଭଲ ପ୍ରଦର୍ଶନ କରି ଆଉଟ ହୋଇଯାଇଥିଲେ । ଦୁବେ କ୍ରିଜ୍‌ରେ ଥିଲେ ହେଁ ଅଭିଜ୍ଞତା ଅଭାବରୁ ସେ ନିଶ୍ଚିତ ପରାଜୟ ଆଡ଼କୁ ଦଳକୁ ଠେଲି ଦେଇଥିଲେ । ସିଏସକେ ହାତରୁ ମ୍ୟାଚ୍ ଛଡ଼ାଇ ନେଉଥିବା ଜି.ଟିର ବୋଲର ମୋହିତ ଶର୍ମା ଧିମା ଓ ୟରକର ବଲ ପକାଇ ୱିକେଟ୍ ନେବା ସହ ମ୍ୟାଚ୍‌କୁ ଏକ ପ୍ରକାରର ନିଜ ଦଳ ସପକ୍ଷରେ ନେଇଯାଉଥିଲେ । ଶେଷ ଓଭରରେ ୧୫ ରନ ଓ ଶେଷ ୦୨ଟି ବଲରେ ୧୦ ରନ ଆବଶ୍ୟକ ଥିବା ବେଳେ ସିଏସକେର ରବୀନ୍ଦ୍ର ଜାଦେଜା ଲଢ଼ୁଆ ଖେଳ ପ୍ରଦର୍ଶନ କରି ଅନ୍ତିମ ଓଭରର ୦୫ମ ବଲରେ ଏକ ଦର୍ଶନୀୟ ଛକା ଓ ଶେଷ ବଲରେ ଏକ ଚୈାକା ମାରି ଅସମ୍ଭବକୁ ସମ୍ଭବ କରି ଦଳକୁ ଚମ୍ପିଆନ କରାଇବାରେ ପ୍ରମୁଖ ଭୂମିକା ନିଭାଇଥିଲେ । ଫାଇନାଲ ମ୍ୟାଚର ହିରୋ ଭାବେ ବିବେଚିତ ଜାଦେଜାଙ୍କ ଘର ଗୁଜୁରାଟରେ ହୋଇଥିବା ବେଳେ ନିଜ ମାଟିରେ ଲଢ଼ୁଆ ଖେଳ ଖେଳି ଚେନ୍ନାଇକୁ ବିଜୟର ଟିକା ପିନ୍ଧାଇଥିଲେ । ଅନ୍ୟପକ୍ଷରେ ଧୋନି ୫ମ ଥର ପାଇଁ ତାଙ୍କ ଦଳକୁ ଚମ୍ପିୟାନ କରାଇ ନିଜର କୋଟି କୋଟି ପ୍ରଂଶସକଙ୍କ ମୁହଁରେ ହସ ଖେଳାଇଦେଇଛନ୍ତି । ରାୟିଡ଼ୁ ଖେଳରୁ ଅବ୍ୟାହତି ନେଉଥିବାରୁ ଏହି ଶେଷ ମ୍ୟାଚରେ ଭଲ ଖେଳି କିର୍ତୀମାନ ସ୍ଥାପନ କରିଥିବା ବେଳେ ଦଳ ପାଇଁ ଅଭୂଲା ସ୍ମୃତି ଛାଡ଼ିଛନ୍ତି । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ଖେଳର ଉଷ୍ମତା ବେଶ ଜମି ରହିଥିଲା । ଗୁରୁ ଧୋନି ଓ ଶିଷ୍ୟ ହାଦ୍ରିକଙ୍କ ଟିମ୍ ମଧ୍ୟରେ ହୋଇଥିବା ଏହି ସଂଘର୍ଷପୂର୍ଣ୍ଣ ମ୍ୟାଚ ଶେଷ ପର୍ଯ୍ୟନ୍ତ ରୋମାଂଚକର ଥିଲା । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close