ଔଷଧ ଦୋକାନୀମାନଙ୍କର ରୋଗୀମାନଙ୍କ ଉପରେ ଅତ୍ୟାଚାର ଅଭିଯୋଗ

ଢେଙ୍କାନାଳ, ୧୨/୧୨ (ସନ୍ତୋଷ ରଥ/ ସୈାଭାଗ୍ୟ ମୁଦୁଲିଙ୍କ ଠାରୁ): ଔଷଧ ଦୋକାନୀମାନଙ୍କର ରୋଗୀମାନଙ୍କୁ ଗୋଟିଏ ବା ଦୁଇଟି ବଟିକା ବିକ୍ରି ନ କରିବା ସମ୍ପର୍କରେ ଢେଙ୍କାନାଳ ସଚେତନ ନାଗରିକ ଫୋରମର ନଗର ଶାଖା ସଭାପତି ଅମରେନ୍ଦ୍ର ସାହୁଙ୍କ ନେତୃତ୍ୱରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l ପ୍ରକାଶଥାଉକି, ଢେଙ୍କାନାଳ ସଦର ମହକୁମାରେ ଥିବା କିଛି ଔଷଧ ଦୋକାନୀ ରୋଗୀମାନଙ୍କୁ ଗୋଟିଏ ବା ଦୁଇଟି ବଟିକା ନ ଦେଇ ପୁରା ଷ୍ଟ୍ରିପ୍ କିଣିବାକୁ ବାଧ୍ୟ କରୁଛନ୍ତି l ଫଳରେ ଗରିବ ଲୋକମାନେ ପଇସା ଅଭାବରୁ ଔଷଧ କିଣିବାରୁ ବଞ୍ଚିତ ହେଉଛନ୍ତି ଏବଂ ଅନେକ ସମୟରେ ଏହାର କୁପରିଣାମ ମଧ୍ୟ ଭୋଗୁଛନ୍ତି l ଫୋରମର ସଦସ୍ୟମାନେ ଆବଶ୍ୟକ ଅନୁସାରେ ଏବଂ ଧନ ରାଶି ଅନୁସାରେ ଗରିବ ରୋଗୀମାନଙ୍କୁ ଔଷଧ ସେବା ଯୋଗାଇ ଦେବାପାଇଁ ଜିଲ୍ଲାପାଳଙ୍କୁ ଫେରାଦ ହୋଇଛନ୍ତି l ଏହାର ଏକକିତା ନକଲ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଏବଂ ଡ୍ରଗ୍ସ ନିରୀକ୍ଷକଙ୍କୁ ପ୍ରଦାନ କରାଯାଇଛି l ଏହି ଦାବୀ ପ୍ରଦାନ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦକ ଭରତ ଦାସ, ଯୁଗ୍ମ ସମ୍ପାଦକ ଗୁପ୍ତେଶ୍ୱର ମିଶ୍ର, ନଗର ସମ୍ପାଦକ ଦୟାନିଧି ବେହେରା, ଅମ୍ବିକା ପ୍ରସାଦ ମିଶ୍ର, ଚକ୍ରଧର ତରାଇ, ଅଜୟ ଶଙ୍କର ମିଶ୍ର, ରୁଦ୍ର ମହାପାତ୍ର, ଯୁଗଳ କିଶୋର ପ୍ରଧାନ, କିଶୋର ବେହେରା ଓ ସଂଜୀବ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ l

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close