କ୍ରୀଡା ,ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବୀ ପୂରଣ କ୍ଷେତ୍ରରେ ସରକାର ନିରବଦ୍ରଷ୍ଟା

ଭୁବନେଶ୍ୱର ;୧୦/୧୨: ଶିକ୍ଷା କ୍ଷେତ୍ରରେ କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବୀ ପୂରଣ ଦିଗରେ ଅବହେଳା ଦେଖା ଦେଇଛି । ନିର୍ବାଚନ ପୂର୍ବରୁ କଳା ଓ ବିଜ୍ଞାନ ଶିକ୍ଷକ ପାଇଁ ହାଇସ୍କୁଲରେ ପଦବୀ ବହାରିଥିବାବେଳେ କ୍ରୀଡା,ହିନ୍ଦୀ ଓ ସଂସ୍କୃତ କୁ ନିର୍ବାଚନ ପରେ ପୂରଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିଥିଲେ ହେଁ ଅଦ୍ୟାବଧି ସରକାର କୌଣସି ପଦକ୍ଷେପ ନେଇ ନ ଥିବାର ପରିଲକ୍ଷିତ ହୋଇଛି । ଆଜି ଅଣ ନିଯୁକ୍ତ କ୍ରୀଡ଼ା ,ହିନ୍ଦୀ ଓ ସଂସ୍କୃତ ସଂଘ ଅଲ ଓଡିଶା ତରଫରୁ ଏକ ଗଣଧାରଣା ଓ ବିଶାଳ ରାଲିର ଆୟୋଜନ କରାଯାଇଛି ।୨୦୧୪ ମସିହାରେ ଅଦ୍ୟାବଧି ଦୀର୍ଘ ୭ବର୍ଷ  ହେଲା ୪୦୦୦ରୁ ଉର୍ଦ୍ଧ୍ବ ସରକାରୀ ଉଚ୍ଚ ବିଦ୍ୟାଳୟରେ ୨୦୨୦ ସୁଦ୍ଧା ପାଖାପାଖି ୧୫୦୦୦ରୁ ଅଧିକ କ୍ରୀଡ଼ା, ହିନ୍ଦୀ ଓ ସଂସ୍କୃତ ଶିକ୍ଷକ ପଦବୀ ଖାଲି ପଡିଥିବା ସ୍ଥଳେ ଗଣଶିକ୍ଷା ବିଭାଗ ମୌନବ୍ରତ ଅବଲମ୍ବନ କରିଥିବାର ଦେଖାଦେଇଛି। ୨୦୧୪ ମସିହା ଠାରୁ ଅପେକ୍ଷା କରି କରି ଆଶାୟୀ ଭାଇ ଭଉଣୀଙ୍କ ବୟସ ଅତିକ୍ରାନ୍ତ ହୋଇଗଲାଣି ଏବଂ ଆଉ କିଛିଙ୍କ ବୟସ ଅତିକ୍ରାନ୍ତ  ହେବାକୁ ଯାଉଛି। ଗତ ଜାନୁଆରୀ ୨୦୧୯ରୁ ଅଦ୍ୟାବଧି ଅନେକଥର ଆମରଣ ଅନଶନ କରିଆସୁଥିଲେ ହେଁ ଖାଲି ପ୍ରତିଶ୍ରୁତି ପରେ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ସରକାର। ଗଣଶିକ୍ଷା ବିଭାଗର ବିଭାଗୀୟ କର୍ମକର୍ତ୍ତାମାନେ ବାହାନା କରି ସମୟ ଅତିକ୍ରାନ୍ତ କରିଚାଲିଛନ୍ତି। ଯାହାଫଳରେ ଶିକ୍ଷା କ୍ଷେତ୍ର ଦିନକୁଦିନ ଚର୍ଚ୍ଚାରେ ରହୁଛି। ନିଯୁକ୍ତି ଖାଲି ପ୍ରତିଶ୍ରୁତିରେ ରହି ଯାଉଛି। ଖାଲି ନିର୍ବାଚନ ଆସିଲେ ନେତାମାନଙ୍କ ବଡ଼ ବଡ଼ କଥା ଶୁଣିବାକୁ ମିଳୁଛି ତାହା ସହିତ ବଡ଼ ବଡ଼ ଆଶା ।ଯେଉଁ ପିଲାମାନେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ପାଠ ପଢ଼ିଛନ୍ତି ଖାଲି ସେମାନଙ୍କ ଉପରେ ବଜ୍ର।ବୋଝ ଉପରେ ଲଳିତା ବିଡା। ଆଜି ଶିକ୍ଷା ବିଭାଗରେ ଜଣେ ଭଲ ଶିକ୍ଷକ ଦେଖିବାକୁ ମିଳୁନି କାହିଁକିନା  ସରକାରଙ୍କ ଚୟନ ପ୍ରକ୍ରିୟା ଠିକ ରହୁନି।ଯେଉଁ ପିଲା ୧୯୯୭ରେ ଦଶମ ପାସ କରିଛି ତାହାର ପରସେଣ୍ଟ ୨୦୧୯ ର ପିଲା ସହିତ ତୁଳନା କଲାବେଳକୁ ଏବେକା ପିଲା ଚାକିରୀ ପାଉଛନ୍ତି କିନ୍ତୁ ୧୯୯୭ରେ ପାସ କରିଥିବା ପିଲା ବଳି ପଡୁଛି ଏଇଟା କଣ ଠିକ।କହିବାକୁଗଲେ ସରକାରଙ୍କ ଚୟନ ଠିକ ରହୁନି ଯେଉଁମାନେ ଉପଯୁକ୍ତ ପଢ଼ାଇବାକୁ ସକ୍ଷମ ସେମାନଙ୍କୁ ଚାକିରୀ ମିଳୁନି ।ସବୁ ସ୍ଥାନରେ ହେରଫେର ଚାଲିଛି।ଦୀର୍ଘ ଦିନଧରି ବିଦ୍ୟାଳୟ ଗୁଡିକରେ ହିନ୍ଦୀ ସଂସ୍କୃତ କ୍ରୀଡା ସ୍ଥାନ ଖାଲି ପଡ଼ିଛି ଏହା କଣ ସରକାରଙ୍କୁ ଦେଖା ଯାଉନି। ସରକାର ଓଡ଼ିଶାରେ ଖାଲି କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବାକୁ ଅନୁମତି ଦେଇଦେଉଛନ୍ତି କିନ୍ତୁ କେବେ ଚିନ୍ତା କରିଛନ୍ତି ଆମ ଓଡ଼ିଶା ପିଲା କେତେ ସେ ବିଦ୍ୟାଳୟରେ ଚାକିରୀ କରୁଛନ୍ତି କଣ ଆମ ଓଡ଼ିଶା ପିଲା ସକ୍ଷମ ନୁହଁନ୍ତି ଏହା ପଛରେ କଣ ରହସ୍ୟ ରହିଛି। ରାଷ୍ଟ୍ର ଭାଷା ହିନ୍ଦୀ ପ୍ରତି ସବୁବେଳେ  ଶିକ୍ଷା କ୍ଷେତ୍ରରେ ଅବହେଳା ଦେଖା ଦେଉଛି।ଆଜି ପ୍ରଶିକ୍ଷଣ ପ୍ରାପ୍ତ ଆଶାୟୀ ଶିକ୍ଷକ ସଂଘର ସଭାପତି ଏସ କେ ମୁସ୍ତାକିନ ,ଉପ ସଭାପତି ସଞ୍ଜୀବ କୁମାର ପଟେଲ,ସେକ୍ରେଟାରୀ ମହେନ୍ଦ୍ର କୁମାର ବିଶ୍ବାଳ,ଏବଂ ଅନ୍ୟ ସଦସ୍ୟମାନେ ଦୁର୍ଗା ଦାସ,ପ୍ରେମାନନ୍ଦ,ସୁଭାସିସ,ସରୋଜ ,ନିରଞ୍ଜନ,ମିତାଲି,ଦିବ୍ୟନ୍ତିକା,ସାଗରିକା,ପୂଜାରାଣୀ,ପ୍ରମୁଖ ବିଶାଳ ରାଲିରେ ଯୋଗ ଦେବା ସହ ମୁଖ୍ୟମନ୍ତ୍ରୀଙ୍କ ଏ ବିଷୟରେ ନିବେଦନ କରିଥିଲେ।ଯଦି ରାଜ୍ୟ ସରକାର ଯଥାଶୀଘ୍ର ନିଯୁକ୍ତି ପାଇଁ ବିଜ୍ଞାପନ ବାହାର ନ କରନ୍ତି ତେବେ ସେମାନେ ସମୂହ ଆତ୍ମାହୁତି ଦେବାକୁ ପଛେଇବେ ନାହିଁ ବୋଲି କହିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close