ଗଣପର୍ବ ନୂଆଖାଇର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ଵର ; ୧୧/୦୯ (ଜ୍ୟୋତି ରଞ୍ଜନଙ୍କ ଠାରୁ ) : ପଶ୍ଚିମ ଓଡ଼ିଶାର କୃଷି ଭିତ୍ତିକ ମହାନ ଗଣପର୍ବ ନୂଆଁଖାଇ । ନୂଆଖାଇ ପାଇଁ ସମଗ୍ର ପଶ୍ଚିମ ଓଡ଼ିଶାର ପୁରପଲ୍ଲୀ ଉତ୍ସବମୁଖର ଥିବାବେଳେ ଏହି ଅବସରରେ ନୂଆଁଖାଇର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନମନ୍ତ୍ରୀ ଟ୍ଵିଟ୍ କରି ଲେଖିଛନ୍ତି ଯେ, ନୂଆଁଖାଇ ଜୁହାର୍ । ଏହି ପବିତ୍ର ଅବସରରେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭକାମନା । ନୂଆଁଖାଇ ଅବସରରେ ଆମେ ଆମ ଚାଷୀ ଭାଇଙ୍କ ଉଲ୍ଲେଖନୀୟ ଉଦ୍ୟମ ଓ ରାଷ୍ଟ୍ର ନିର୍ମାଣରେ ଯୋଗଦାନକୁ ପ୍ରଶଂସା କରିବା । ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ଉତ୍ତୋରତ୍ତର ଉନ୍ନତି କାମନା କରୁଛି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲେଖିଛନ୍ତି ଯେ, ଗଣପର୍ବ ନୂଆଁଖାଇର୍ ଲାଗି ସମକୁ ହୁରୁଦରୁ ଶୁଭେଚ୍ଛା ଆର୍ ଅଭିନନ୍ଦନ୍। ତିହାର୍ ଭିତରେବି ସଭେଁ କୋଭିଡ୍ ନିୟମ୍ ମାନୁନ୍। ମାଁ ସମଲେଇ ସମକୁ ସୁଖ୍ ଶାନ୍ତି ଥି ବନେ କରି ରଖିଥାଉନ୍। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନୂଆଁଖାଇ ଜୁହାର୍ ଜଣାଇଛନ୍ତି।

ସେ ଟ୍ଵିଟ୍ କରିଛନ୍ତି ଯେ, ନୂଆଁଖାଇର୍ ଉଧେ ମାଏନ୍ତା ଗୁରୁଜନ୍, ମାଁ ବହେନ୍ ଆଉ ଦାଦା – ଭାଏ ମାନକୁଁ ସଭ୍କେ ‘ଜୁହାର୍’ କରୁଛେଁ । ଆପନ୍ ମାନ୍କଁର୍ ଜୀବନ୍ ଥି, ପରିବାର୍ ଥି ସୁଖ, ଶାନ୍ତି ରହୁ ଆଉ ସଭେଁ ନିରାମୟ ଜୀବନ ଜିଉଁନ୍, ଇଟା କାମ୍ନା କରୁଛେଁ । ଏହିଭଳି ଭାବରେ ଟୁଇଟ ଜରିଆରେ ସମସ୍ତଙ୍କୁ ନୂଆଖାଇ ର ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close