ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ତଥା ବିଜେପିର ବରିଷ୍ଠ ନେତା ଅଶୋକ ସାହୁଙ୍କ ପରଲୋକ

କଟକ ; ୧୮/୯ :  ଗତକାଲି ସକାଳେ ଅବସରପ୍ରାପ୍ତ ଆଇପିଏସ ଅଧିକାରୀ ତଥା ବିଜେପିର ବରିଷ୍ଠ ନେତା  ଅଶୋକ ସାହୁଙ୍କର ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ୬୮ ବର୍ଷ ବୟସରେ ପରଲୋକ ହୋଇଯାଇଛି । ସୂଚନା ଅନୁସାରେ ସେ ମସ୍ତିଷ୍କ ଜନିତ ରୋଗରେ ପୀଡିତ ହୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ସ୍ୱାସ୍ଥ୍ୟ ଅବସ୍ଥା ଟିକେ ସୁଧାର  ହେବାପରେ ତାଙ୍କୁ ପିଠାପୁରସ୍ଥିତ  ବାସଭବନରେ ଦେଖାଶୁଣା କରାଯାଉଥିଲା । ଅଚାନକ ପୁଣି ଅସୁସ୍ତ ମନେକରିବାରୁ ତାଙ୍କୁ ଆଉ ଥରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଗୁରୁବାର ସକାଳେ ତାଙ୍କର ଦେହାନ୍ତ ହୋଇଥିଲା । ଅତିରିକ୍ତ ପୁଲିସ ଡ଼ିଜି ପଦରୁ ଅବସର ପରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର ଦାୟିତ୍ୱ ନିଭାଉଥିଲେ । କନ୍ଧମାଳ ଓ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ପ୍ରାର୍ଥୀ ଭାବେ ୨୦୦୯ ଓ ୨୦୧୪ ରେ ନିର୍ବାଚନ ଲଢ଼ିଥିଲେ ।  ତାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ , କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ, ବିଜେପି ରାଜ୍ୟ ସଭାପତି  ସମୀର ମହାନ୍ତି, ରାଜ୍ୟ ସଂଗଠନ ମନ୍ତ୍ରୀ ମାନସ ମହାନ୍ତି, କଟକ ନଗର ଜିଲ୍ଲା ସଭାପତି ଲଲାଟେନ୍ଦୁ ବଡୁ ତଥା ଅନ୍ୟ ମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ । ତାଙ୍କର ବିୟୋଗରେ ପ୍ରସାଶନିକ ମହଲରେ ଶୋକର ଛାୟା ଖେଳିଯାଇଥିଲା। ତାଙ୍କର ପ୍ରକୃତିପ୍ରେମୀ ସ୍ୱଭାବ ଚିର ସ୍ମରଣୀୟ ହୋଇ ରହିଛି ଓ ରହିବ ମଧ୍ୟ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close