ଶିଶୁ ଅଧିକାର ସୁରକ୍ଷା ଆୟୋଗ ସଦସ୍ୟଙ୍କ ଯାଜପୁର ଗସ୍ତ ଓ ସମୀକ୍ଷା

ଯାଜପୁର, ୦୫/୧୨: ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ସଦସ୍ୟା ମନ୍ଦାକିନୀ କରଦିବ୍ୟାଶା ସ୍ୱତୀ ଯାଜପୁର ଜିଲାକୁ ଦିନିକିଆ ଗସ୍ତରେ ଆସି ଶିଶୁ ସୁରକ୍ଷା ସମ୍ପର୍କରେ ସମୀକ୍ଷା କରିଥିଲେ । ପ୍ରଥମେ ଜିଲା ଆରକ୍ଷୀ ଅଧିକ୍ଷକ ଚରଣ ସିଂ ମୀନାଙ୍କୁ ସାକ୍ଷାତ କରିବା ସହ ଜିଲାରେ ଶିଶୁ ସୁରକ୍ଷା ବ୍ୟବସ୍ତା ଓ ପୋଲିସର ସହଯ୍ଧେଜ୍ଞ ସମ୍ପର୍କରେ ଆଲୋଚନା କରିଥିଲେ । ଶିଶୁମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା, ବିପଦ ସଙ୍କୁଳ ସ୍ଥାନରେ ଥିବା ଶିଶୁମାନଙ୍କୁ ଉଦ୍ଧାର କରି ଉନ୍ନତ ମାନର ଥଇଥାନ କରିବା, ବାଲ୍ୟ ବିବାହକୁ ରୋକିବା ଓ ଶିଶୁ ଶ୍ରମିକମାନଙ୍କୁ ଉଦ୍ଧାର କରିବା ଇତ୍ୟାଦି ସମ୍ପର୍କରେ ଆଲୋଚନା କରିଥିଲେ । ଶିଶୁମାନଙ୍କ ପାଇଁ ଉଦ୍ଧିଷ୍ଟ ଆଇନ୍‌ରେ ପୋଲିସ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାରୁ ପ୍ରତିଟି ଶିଶୁରସୁରକ୍ଷା କ୍ଷେତ୍ରରେ ପୋଲିସ୍‌କୁ ସହଯୋଗ କରିବାକୁ ଅନୁରୋଧ କରିଥିଲେ । ସେହିପରି ବିଭିନ୍ନ ପୋଲିସ ଷ୍ଟେସନ ମଧ୍ୟ ପରିଦର୍ଶନ କରିଥିଲେ । ଉତ୍କଳ ବାଳାଶ୍ରମ ସହ ଜିଲାର ବିଭିନ୍ନ ସ୍ଥାନରେ ଥିବା ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନ, କିଶୋର ନ୍ୟାୟ ପରିଷଦ, ଶିଶୁ ମଙ୍ଗଳ କମିଟି, ପରିଦର୍ଶନ କରିବା ସହ ଉପଯୁକ୍ତ ପରାମର୍ଶ ପ୍ରଦାନ କରିଥିଲେ । ଉତ୍କଳ ବାଳାଶ୍ରମ ପରିଦର୍ଶନ ସମୟରେ ପରିଷ୍କାର, ପରିଛନ୍ନତା, ସ୍ୱଛତା, ପିଲାମାନଙ୍କର ସ୍ୱାସ୍ଥ୍ୟର ଯତ୍ନ, ଖାଦ୍ୟର ମାନରେ ଉନ୍ନତି, ପିଲାମାନଙ୍କ ବୈାଦ୍ଧିକ ବିକାଶ, ସେମାନଙ୍କ ମଧ୍ୟରେ ଥିବା ପ୍ରତିଭାର ପ୍ରଦର୍ଶନ ଓ ଉନ୍ମେଷ ସହ ଉତରଦାୟୀ ଭାବେ ପ୍ରତ୍ୟେକ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ପିଲାମାନେ ଦେବ ଶିଶୁ ସେମାନଙ୍କ ମୁହଁରେ ହସ ଫୁଟାଇବା ଓ ସେମାନଙ୍କ ଭବିଷ୍ୟତକୁ ସୁନ୍ଦର ଭାବେ ଗଢ଼ିବା ଆମସମସ୍ତଙ୍କର ଦାୟିତ୍ୱ ବୋଲି ସଦସ୍ୟା ମନ୍ଦାକିନୀ କର କହିଥିଲେ । ଯଦି କୈାଣସି ସମସ୍ୟା କେଉଁଠାରେ ରହୁଛି ତାହା ଦାୟିତ୍ୱରେ ଥିବା ଅଧିକାରୀମାନଙ୍କ ଦୃଷ୍ଟିକୁ ଆଣିବାକୁ ଶିଶୁ ପରିଚର୍ଯ୍ୟାକାରୀ ଅନୁଷ୍ଠାନମାନଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟତମ ସଦସ୍ୟ ଦିବ୍ୟାଶା ସ୍ୱତୀ ସରକାରୀ ବ୍ୟବସ୍ଥା ଓ ଆଇନ୍‌ର ଅନୁପାଳନ ସହ ଶିଶୁମାନଙ୍କ ପ୍ରତି ବନ୍ଧୁତ୍ୱପୂର୍ଣ୍ଣ ବ୍ୟବହାର ପାଇଁ ମତ ଦେଇଥିଲେ । ଶିଶୁ ସୁରକ୍ଷା ହେଲପ ଲାଇନ୍ ୧୦୯୮ ଓ ୧୮୦୦୩୪୫୪୪୯୪ର ଉପଯୋଗ କରିବା ଏବଂ ଏହି ନମ୍ବର ବ୍ୟାପକ ପ୍ରଚାର ପ୍ରସାର କରିବା ସହ ଜିଲାରେ ଶିଶୁ ଅନୁକୂଳ ଥାନା ସ୍ଥାପନ କରିବାକୁ ସେମାନେ ପରାମର୍ଶ ଦେଇଥିଲେ । ନିର୍ଯ୍ୟାତିତ ଶିଶୁମାନଙ୍କୁ ଆଇନ୍ ବ୍ୟବସ୍ଥା ଅନୁଯାୟୀ ଉପଯୁକ୍ତ କ୍ଷତିପୂରଣ, ନିର୍ଦ୍ଧାରିତ ସମୟ ମଧ୍ୟରେ ତାହା ପ୍ରଦାନ ପାଇଁ ସେ ପରାମର୍ଶ ଦେଇଥିଲେ । ଉକ୍ତ ପରିଦର୍ଶନ ସମୟରେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କର ଓ ଆଇନ୍ ଅଧିକାରୀ ତପନ କୁମାର ପଣ୍ଡା ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close