ଯାଜପୁରରୋଡ-ଧାମରା ରେଳପଥ ସଂଗ୍ରାମ ପରିଷଦ ପକ୍ଷରୁ ପ୍ରତିବାଦ ସଭା ଆଗାମୀ ବଜେଟରେ ୧୧୧୧ କୋଟି ମଂଜୁରୀ ଦାବି

ଯାଜପୁର୨୭/୦୧(ଉ. ନ୍ୟୁଜ୍ ବ୍ୟୁରୋ): ଯାଜପୁର କେନ୍ଦୁଝରରୋଡ-ଧାମରା ଭାୟା ବିରଜାକ୍ଷେତ୍ର ନୂତନ ରେଳପଥର ପ୍ରାରମ୍ଭିକ ସର୍ଭେ ସରିବା ପରେ ସଂପୂର୍ଣ୍ଣ ସର୍ଭେ ଜାରି ରହିଛି । ଆସନ୍ତା ଫେବୃଆରୀ ୧ ତାରିଖରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଉପସ୍ଥାପିତ ହେବାକୁ ଯାଉଥିବା ବଜେଟରେ ଏହି ରେଳପଥ ପାଇଁ ୧୧୧୧ କୋଟି ଟଙ୍କା ବ୍ୟୟ ବରାଦ କରିବା ଦାବିରେ ଆଜି ଯାଜପୁର ରୋଡ ଧାମରା ରେଳ ସଂଗ୍ରାମ ପରିଷଦ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଯାଇଛି । ସଂଗ୍ରାମ ପରିଷଦର ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଂଟିଆଙ୍କ ଆହ୍ୱାନ କ୍ରମେ ଆବାହକ ସନ୍ତୋଷ ନନ୍ଦଙ୍କ ସଭାପତିତ୍ୱରେ ଏହି ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ପରିଷଦର ସଂଯୋଜକ ପଦ୍ମାକର ଗୁରୁ ଏହି ସଭାକୁ ସଂଯୋଜନା କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଅଧ୍ୟକ୍ଷ ଶ୍ରୀ ଖୁଂଟିଆ ଯୋଗ ଦେଇ ଦୀର୍ଘ ୫୦ ବର୍ଷ ଧରି ବିଭିନ୍ନ କମିଟି ଓ ସଂଗଠନ ପକ୍ଷରୁ ବରାହ-ବିରଜା, ଆଖଣ୍ଡଳମଣୀ, ଭିତରକନିକା ସହ ନୌବାଣିଜ୍ୟର ପ୍ରମୁଖ ବନ୍ଦର ଧାମରା କ୍ଷେତ୍ରକୁ ରେଳପଥ ସଂଯୋଗ ସହ ଅନୁଗୁଳ, ତାଳଚେର, ସୁକିନ୍ଦା ଏବଂ କେନ୍ଦୁଝର ଅଂଚଳରୁ ଖଣିଜ ଦ୍ରବ୍ୟ ପରିବହନ ପାଇଁ ଏହି ରେଳପଥ ସହାୟକ ହେବ । ଏହି ରେଳପଥ ପାଇଁ ବାରମ୍ବାର ସଂସଦରେ ଦାବି କରାଯାଇଥିବା ବେଳେ ଧାରଣା, ଅନଶନ ଓ ପ୍ରତିବାଦ ସଭା, ରେଳରୋକ, ଆନ୍ଦୋଳନ ଏବଂ ସଂସଦ ଭବନ ସମ୍ମୁଖରେ ଧାରଣା କରାଯାଇଥିଲା । ପରେ ରେଳମନ୍ତ୍ରୀ ଏହି ପ୍ରସ୍ତାବକୁ ଗ୍ରହଣ କରି ଫାଇନାଲ ଲୋକେସନ ସର୍ଭେ ପାଇଁ ୨ କୋଟି ୪୦ ଲକ୍ଷ ଟଙ୍କା ମଂଜୁର କରି ସର୍ଭେ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ରହିଛି । ତେବେ ଆସନ୍ତା ଫେବୃଆରୀ ୧ତାରିଖରେ ବସୁଥିବା କେନ୍ଦ୍ର ସରକାରଙ୍କ ଶେଷ ବଜେଟରେ ଏହି ରେଳପଥ ପାଇଁ ୧୧୧୧ କୋଟି ଟଙ୍କାର ବ୍ୟୟବରାଦ କରିବାକୁ ପ୍ରତିବାଦ ସଭାରେ ଦାବି ଉପସ୍ଥାପିତ ହୋଇଥିଲା । ଏନେଇ ଯାଜପୁର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀ, ଅର୍ଥମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟରୁ ପ୍ରତିନିଧିତ୍ୱ କରୁଥିବା ୩ଜଣ ମନ୍ତ୍ରୀଙ୍କ ସହ ରେଳ ବୋର୍ଡ ଅଧ୍ୟକ୍ଷଙ୍କ ଉଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ପରିଷଦ ପକ୍ଷରୁ ଏହି ଦାବିକୁ ନେଇ ଆସନ୍ତା ୩୧ ତାରିଖରେ ଭୁବନେଶ୍ୱର ସ୍ଥିତ ପୂର୍ବତଟ ରେଳବାଇ ମହାପ୍ରବନ୍ଧକ କାର୍ଯ୍ୟାଳୟ ସମ୍ମୁଖରେ ହେବାକୁ ଥିବା ଗଣଧାରଣାରେ ବହୁ ସଂଖ୍ୟାରେ ଯୋଗ ଦେବାକୁ ପରିଷଦ ପକ୍ଷରୁ ଅନୁରୋଧ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ପରିଷଦର ଉପାଧ୍ୟକ୍ଷ ମନୋଜ କୁମାର ରାଉତ, ଉପଦେଷ୍ଟା ବନ୍ଦିତା ପରିଡା, ଅଂଚଳ ଦାସ, ଦିଗମ୍ବର ଦାସ, ଉପସଭାପତି ମନୋଜ ବିଶ୍ୱାଳ, ଆରତୀ ଦେଓ, ନାରାୟଣ ଚନ୍ଦ୍ର ସାମନ୍ତ, ବିଦ୍ୟାଧର ମହାନ୍ତି, ସୁଲୋଚନା ଦାସ, ବନିତା ଦାସ, କନକଲତା ମଲ୍ଲିକ, ଲିପିକା ମଲ୍ଲିକ, କିଷାନ ପଣ୍ଡା, ଭାସ୍କର ମହାନ୍ତି, ରଂଜିତା ରାଉତ, କଳ୍ପନା ପଣ୍ଡା, ବିଳାସ ରାଉତ, ଅଜରିତ ନାୟକ, ଇନ୍ଦ୍ରଜିତ ଦାସ, ଅମରେଶ ପରିଡା, ଦିଲିପ ମଲ୍ଲିକ, ଅକ୍ଷୟ ଶତପଥୀ, ଅପୂର୍ବ ସାମଲ, ଭୂବନମୋହନ ମହାନ୍ତି, ପ୍ରଫୁଲ ରାୟ, ଅକ୍ଷୟ ଜେନା, ଶ୍ୟାମସୁନ୍ଦର କର, ବାବୁଲି ମଲିକ, ଅକ୍ଷୟ ଶତପଥୀ, ଅଶୋକ ଦାସ, ରବିନାରାୟଣ ସ୍ୱାଇଁ, ଭରତ ପରିଡା, ଅନନ୍ତ ଦାସ, ଉତ୍କଳ ପାଣିଗ୍ରାହୀ, ବିଦ୍ୟାଧର ମଲିକ, ନିରଜଂନ ନାୟକ, ସେକ୍ ନୁରୁଲ, ବିଚିତ୍ର ମଲିକ, ବିଷ୍ଣୁମୋହନ ବେହେରା, ପ୍ରସନ୍ନ ନାୟକ, ଅନନ୍ତ ଦାସ, ସୁଧାନିଧି ମହାପାତ୍ର, ତପନ ନାୟକ, ସୁରେନ୍ଦ୍ର ପଣ୍ଡା, ହୃଦାନନ୍ଦ ସାମନ୍ତ, ଅନିଲ ମହାନ୍ତି, ଉମାକାନ୍ତ ବେହେରା, ଭରତ ବେହେରା, ପରିକ୍ଷିତ ମଲ୍ଲିକ, ବସନ୍ତ ପରିଡା ପ୍ରମୁଖ ଶତାଧିକ ସଦସ୍ୟ ପ୍ରତିବାଦ ସଭାରେ ଯୋଗ ଦେଇଥିବା ବେଳେ ଗଦାଧର ଦାସ ଧନ୍ୟବାଦ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close