କାଳିଆପାଣି ଅଂଚଳରେ ବସବାସ କରୁଥିବା ମାଙ୍କେଡିଆଙ୍କ ଘର ତିଆରିରେ ଘୋଟାଲା, ଜିଲ୍ଲା ଖଣିଜ ପାଣ୍ଠିର ଦୂରୁପଯୋଗ, ଆର.ଡି ବିଭାଗ ଉଦାସୀନ

କାଳିଆପାଣି, ୦୪/୧୨(ରବୀନ୍ଦ୍ର କୁମାର ଭଂଜଙ୍କ ଠାରୁ): ଯାଜପୁର ଜିଲ୍ଲାରେ ଖଣିଜ ପାଣ୍ଠି (DMF)ର ବାଟମାରଣା, ଦୂରୁପଯୋଗ ଓ ଦୁର୍ନୀତି ହୋଇଥିବା କଥା ବିଭିନ୍ନ ସମୟରେ ଓ ବାରମ୍ବାର ଅଭିଯୋଗ ହୋଇଆସୁଥିବା ସହ ଏ ବାବଦରେ ବିଭିନ୍ନ ଗଣମାଧ୍ୟମ, ପତ୍ରପତ୍ରିକା, ସୋସିଆଲ ମିଡିଆରେ ଚର୍ଚ୍ଚା ହୋଇଆସୁଛି । ହେଲେ ଏହା ଉପରେ ଲଗାମ ଲଗାଯାଇ ପାରୁନାହିଁ । କେମିତି ନା କେମିତି ଜିଲ୍ଲା ଖଣିଜ ପାଣ୍ଠିକୁ ଆତ୍ମସାତ୍ କରିବାର ଯୋଜନା ରଚାଯାଇ ଟଙ୍କା ବାଟମାରଣା କରାଯାଉଛି । ଏପରି ଏକ ଜ୍ୱଳନ୍ତ ଉଦାହରଣ ହେଉଛି କାଳିଆପାଣି ଖଣି ଅଂଚଳରେ ବସବାସ କରୁଥିବା ମାଙ୍କେଡିଆମାନଙ୍କୁ ଘର ତିଆରି କରି ଯୋଗାଇ ଦେବା । ସୂଚନାଯୋଗ୍ୟ, ସୁକିନ୍ଦା ବ୍ଲକ ଅର୍ନ୍ତଗତ ରାସୋଂଳ ଗ୍ରାମ ପଂଚାୟତର କୁସୁମୁଡିଆ ଗ୍ରାମ ନିକଟରେ ରାଜ୍ୟରେ ବିଲୁପ୍ତ ପ୍ରାୟ ହେବାକୁ ଯାଉଥିବା ମାଙ୍କେଡିଆ ସମ୍ପ୍ରଦାୟର ଜନଜାତିଙ୍କ ପାଇଁ ୮୭ ଗୋଟି କୋଠା ଘର ନିର୍ମାଣ କରି ସେମାନଙ୍କୁ ଯୋଗାଇଦେବାର ଯୋଜନା କରାଯାଇ ଗୃହ ନିର୍ମାଣ ଚାଲିଛି । ଦୀର୍ଘ ପ୍ରାୟ ୫୦ ବର୍ଷରୁ ଉର୍ଦ୍ଧ କାଳ ହେଲା କଲରଙ୍ଗୀ ନିକଟରେ ବସ୍ତି କରି ବସବାସ କରିଆସୁଥିବା ଏହି ଜନଜାତିର ଲୋକମାନଙ୍କୁ ଏକ ସୁସ୍ଥ ତଥା ସ୍ୱଚ୍ଛ ବାତାବରଣ ମଧ୍ୟରେ ଥଇଥାନ କରି ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାର ଚିନ୍ତା କରି ସୁକିନ୍ଦା ବିଧାୟକ ଇଂ. ପ୍ରୀତିରଂଜନ ଘଡାଇ ଜିଲ୍ଲା ଖଣିଜ ପାଣ୍ଠିରୁ ୦୩ କୋଟି ୨୫ ଲକ୍ଷ ୧୮ ହଜାର ୩୯୨ ଟଙ୍କା ମଞ୍ଜୁର କରାଇଥିଲେ । ଗତ ତା ୨୨/୦୨/୨୦୧୯ରୁ ଯାଜପୁର ଅବଦୁଲପୁରର ଠିକାଦାର ମେସର୍ସ ଭାଗବତ ଖଟୁଆ ନାମକ ଠିକାଦାର ଏହି କାମକୁ ପାଇ ଗୃହ ନିର୍ମାଣ କରିଆସୁଛନ୍ତି । କାମ କିପରି ଏଠାରେ ଚାଳିଛି ସ୍ୱଚକ୍ଷୁରେ ନ ଦେଖିଲେ ଏବିଷୟରେ ଜାଣି ହେବ ନାହିଁ । ଅତ୍ୟନ୍ତ ନିମ୍ନମାନର କାମ ହେଉଛି । ଶସ୍ତା ମ୍ୟାଟେରିଆଲ ସହ ସିମେଂଟ ଭାଗ କମ ଦିଆଯାଉଛି । ସ୍ପେସିଫିକେସନ ଅନୁଯାୟୀ କାମ କରାଯାଉନାହିଁ । ପକାଇ ପକାଇ ବିଳମ୍ବରେ କାମ ହେଉଛି । ଘର ତିଆରି ଚାଲିଥିବା ବେଳେ ଏଣେ ସଂପୂର୍ଣ୍ଣ ହେବା ଆଗରୁ ଘରର କାନ୍ଥ ଫାଟି ଗଲାଣି ତ ପିଲର ଭାଙ୍ଗି ଫାଟି ଆଁ କଲାଣି । ଛାତ ଓ ଘରର ସ୍ଥାୟିତ୍ୱ ନେଇ ଆଶଙ୍କା ଦେଖାଦେଇଛି । ଗରୀବମାନଙ୍କୁ ଘର ଦେବା ନାଁରେ ଭଣ୍ଡେଇଲା ଭଳି କାମ କରାଯାଉଛି । ନିର୍ମାଣ କାମ ସରି ନଥିବା ବେଳେ ଏହା ୨୨/୦୯/୨୦୨୦ରୁ ଶେଷ ହେଲାଣି ବୋଲି ଫଳକରେ ଉଲ୍ଲେଖ କରି ଲୋକମାନଙ୍କୁ ଭୂଆଁ ବୋଲାଯାଉଛି । ବହୁ ସ୍ଥାନୀୟ ଲେଶକେ ଓ ମାଙ୍କେଡିଆମାନେ ନିମ୍ନମାନର କାମ ଉପରେ ଅସନ୍ତୋଷ ବ୍ୟକ୍ତ କରିବା ସହ ଘର ଅଳ୍ପ ଦିନରେ ଭୂଷୁଡି ପଡ଼ିବ ବୋଲି ଏବେଠୁ ସନ୍ଦେହ ପ୍ରକଟ କରୁଛନ୍ତି । ଜିଲ୍ଲା ଖଣିଜ ପାଣ୍ଠିକୁ କିପରି ବରବାଦ କରାଯାଉଛି ଓ ଠିକାଦାରମାନେ କିପରି ଏହାକୁ ଲୁଟ କରୁଛନ୍ତି ଏହି ଘଟଣାରୁ ତାହା ସ୍ପଷ୍ଟ ଅନୁମେୟ! ଗୃହ ନିର୍ମାଣ ପାଇଁ ପର୍ଯ୍ୟାପ୍ତ ପରିମାଣର ଅର୍ଥ ଖର୍ଚ୍ଚ ହେଉଥିଲେ ହେଁ ଏଗୁଡିକ ନିର୍ଦ୍ଧାରିତ ସମୟରେ ସମ୍ପୂର୍ଣ୍ଣ ହେଉ ନ ଥିବା, ଆବଶ୍ୟକତା ମୁତାବକ ନିର୍ମାଣ କରାଯାଉ ନ ଥିବା, ଅତ୍ୟନ୍ତ ନିମ୍ନମାନର କାମ ଚାଲିଥିବା ବେଳେ କାର୍ଯ୍ୟ ତଦାରଖ କରୁଥିବା ଯାଜପୁର ଗ୍ରାମ୍ୟ ଉନ୍ନୟନ-୦୧ ବିଭାଜନର ଯନ୍ତ୍ରୀମାନଙ୍କର ଭୂମିକା ସନ୍ଦେହଜନକ ଓ ତଦନ୍ତ ପରିସର ଭୁକ୍ତ । ଏହା ଉପରେ ଉଚ୍ଚ କର୍ତୃପକ୍ଷ, ଦୁର୍ନୀତି ନିବାରଣ ବିଭାଗ ଓ ନୂତନ ଜିଲ୍ଲାପାଳ ମହୋଦୟ ଧ୍ୟାନ ଦେବାକୁ ବହୁ ସ୍ଥାନୀୟ ଅଧିବାସୀ ଓ ମାଙ୍କେଡିଆମାନେ ଦାବୀ ଉଠାଇଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close