ଯାଜପୁରରେ ଜାତୀୟ ପ୍ରଦ୍ୟୁଷଣ ନିରୋଧ ଦିବସ ପାଳିତ

ଯାଜପୁର, ୦୨ା୧୨: ଆଜି ବୁଧବାର ପୂର୍ବାହ୍ନରେ ଜିଲ୍ଲା ପରିବେଶ ସମିତି ପକ୍ଷରୁ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜାତୀୟ ପ୍ରଦ୍ୟୁଷଣ ନିରୋଧ ଦିବସ ପାଳିତ ହୋଇଯାଇଚ୍ଥି । ଅନଲାଇନ ବ୍ୟବସ୍ଥା ମଧ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ଚକ୍ରୱର୍ତୀ ସିଂ ରାଠୋର କହିଥିଲେ ଯେ, ପ୍ରଦ୍ୟୁଷଣ ସମସ୍ୟା ସମଗ୍ର ବିଶ୍ୱ ପାଇଁ ବିପଦ ସୃଷ୍ଟି କରିଚ୍ଥି । ବିଦ୍ୟାଳୟ ସ୍ତରରୁ ଚ୍ଥାତ୍ର ଚ୍ଥାତ୍ରୀମାନଙ୍କୁ ପ୍ରଦ୍ୟୁଷଣ ନିୟନ୍ତ୍ରଣ ସଂପର୍କରେ ବ୍ୟାପକ ସଚେତନତା ସୃଷ୍ଟି କରିବା ସଂପର୍କରେ ସେ ଗୁରୁତ୍ୱାରୋପ କରିଥିଲେ । ସରକାର, ପ୍ରଶାସନ, ଅନେକ ସଂଗଠନ ଓ ବ୍ୟକ୍ତିବିଶେଷ ପ୍ରଦ୍ୟୁଷଣ ନିରୋଧ ପାଇଁ ଅନେକ ପଦକ୍ଷେପ ନେଇଚ୍ଥନ୍ତି । ତେବେ ଏହାର ସୁପଂଳ ସମସ୍ତଙ୍କ ଉଦ୍ୟମରେ ପ୍ରାପ୍ତ ହୋଇପାରିବ ବୋଲି ସେ କହିବା ସହ ପରିବେଶ ସମିତି ଆନୁକୂଲ୍ୟରେ ସବୁଜ ପରିବେଶ ପରିକ୍ରମା ନାମରେ ପ୍ରସ୍ତୁତ ପୁସ୍ତକଟିର ଉନ୍ମୋଚନ କରିଥିଲେ । ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ପ୍ରଦ୍ୟୁଷଣ ମୁକ୍ତ ସମାଜ ଗଠନ କ୍ଷେତ୍ରରେ ପରିବେଶ ସମିତିର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ । ବିଶେଷକରି ଚ୍ଥାତ୍ର ଚ୍ଥାତ୍ରୀମାନଙ୍କ ଦ୍ୱାରା ‘ଇକୋ କ୍ଳ୍‌ବ’ ମାଧ୍ୟମରେ ବ୍ୟାପକ ବୃକ୍ଷରୋପଣ ଓ ସୁସ୍ଥ ପରିବେଶ ସୃଷ୍ଟି ପାଇଁ ଚାଲିଥିବା ଉଦ୍ୟମକୁ ଅବ୍ୟାହତ ରଖିବାକୁ ସେ ପରାମର୍ଶ ଦେଇଥିଲେ । ପରେ ପ୍ରଦ୍ୟୁଷଣ ନିରୋଧ ସଂପର୍କରେ ଏକ ଆଲୋଚନାଚକ୍ର ଅନଲାଇନ୍ ମାଧ୍ୟମରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପରିବେଶ ସମିତିର ସଦସ୍ୟ, ପ୍ରଦ୍ୟୁଷଣ ନିୟନ୍ତ୍ରଣରେ ଜଡିତ ବ୍ୟକ୍ତିବିଶେଷ, ପ୍ରଶାସନିକ ଅଧିକାରୀ ପ୍ରମୁଖ ଅନ୍‌ଲାଇନ୍ ମାଧ୍ୟମରେ ଯୋଗଦେଇ ମତାମତ ଉପସ୍ଥାପନ କରିଥିଲେ । ପରିବେଶ ସମିତିର ସଂପାଦକ ଡଃ ଶରତ କୁମାର ସାହୁ ଓ ଯୁଗ୍ମ ସଂପାଦକ ମଳୟ କୁମାର ମିତ୍ର ଉପସ୍ଥିତ ରହି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close