ବର୍ଷେ ନ ପୁରୁଣୁ କଂକ୍ରିଟ ରାସ୍ତାର ଅବସ୍ଥା କହିଲେ ନ ସରେ

ଯାଜପୁର ; ୦୪/୦୧ (ବସନ୍ତ କୁମାର ପାତ୍ରଙ୍କ ଠାରୁ ) : ରାଜ୍ୟ ସରକାର ରାସ୍ତା ନିର୍ମାଣ କ୍ଷେତ୍ରରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ତଳସ୍ତରରେ ବାଟମାରଣା ହେଉଥିବା ଯୋଗୁଁ ରାସ୍ତା ନିର୍ମାଣ ରେ ସ୍ୱଚ୍ଛତା ଅସୁନାହିଁ। ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ଗୋପାଳପୁର ପଂଚାୟତ ର ପଂଚାୟତ ଅଫିସ ପଛପଟ ପଟାମୁଣ୍ଡାଇ କେନାଲ ଠାରୁ ଭେଡା ପର୍ଯନ୍ତ ହୋଇଥିବା କଂକ୍ରିଟ ରାସ୍ତା ଟି ଖାଲ ଖମରେ ଭର୍ତ୍ତି। ଏହି ରାସ୍ତା ଉପରେ ଚାରିଚାକିଆ ଯାନ ଯିବା ତ ଦୂରର କଥା ସାଇକେଲ ଟିଏ ଯିବା ଆସିବା ପାଇଁବି କଷ୍ଟ କର ହୋଇ ପଡିଛି। ସୂଚନାଯୋଗ୍ୟ ଯେ ପଞ୍ଚଦଶ ଅର୍ଥ କମିଶନ ସହାୟତାରେ ୨୦୨୦-୨୧ରେ ନିର୍ମାଣ ହୋଇଥିବା ରାସ୍ତାଟିରେ ଯିବା ଆସିବା କରିବା ପାଇଁ ଅନୁପଯୋଗ୍ୟ ନୁହେଁ । ସୂଚନା ଯୋଗ୍ୟ ଯେ ପଂଚାୟତ ଅଫିସ ନିକଟରେ ହେଉଥିବା ରାସ୍ତାର ଅବସ୍ଥା ଯଦି ଏହିଭଳି ଗ୍ରାମଭିତରେ ହେଉଥିବା ରାସ୍ତାର ଅବସ୍ଥା ନକହିବା ଭଲ,ବଡ଼ଚଣା ବ୍ଲକ ପ୍ରଶାସନ ତୁରନ୍ତ ଆବଶ୍ୟକ ପଦକ୍ଷେପ ନେବା ପାଇଁ ସାଧାରଣରେ ଦାବି ହୋଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close