ଯାଜପୁରରେ ବିଶ୍ୱ ଏଡ୍‌ସ୍ ଦିବସ– ୨୦୨୦ ପାଳିତ

ଯାଜପୁର, ୦୧ା୧୨: ଆଜି ସୋମବାର ଦିନ ବିଶ୍ୱ ଏଡ୍‌ସ୍ ଦିବସ-୨୦୨୦ ଅବସରରେ ଏକ ସଚେତନତା ରଥକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଉଦ୍‌ଘାଟନ କରିଥିଲେ । ଏହି ସଚେତନତା ରଥ ୦୩ ଦିନ ଧରି ଜିଲ୍ଲାର ସମସ୍ତ ବ୍ଳ୍‌କକୁ ଯାଇ ଏଡ୍‌ସ୍ ବିଷୟରେ ଲୋକମାନଙ୍କୁ ସଚେତନ କରିବ । ଏ ସଂପର୍କରେ ଏକ ସଚେତନତା ସଭା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସୁଧାଂଶୁ ଶେଖର ବଳଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା ଏହି ସଭାରେ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ଏ.କେ. ନାଥଶର୍ମା ଏବଂ ଯକ୍ଷ୍ମା ବିଭାଗର ଅତିରିକ୍ତ ଜିଲ୍ଲା ଚିକିତ୍ସାଧିକାରୀ ଡା. ଦେବରାଜ ହାସଦା, ଏପିଡୋମୋଲୋଜିଷ୍ଟ ଡା. ପାର୍ଥସାରଥୀ ମିଶ୍ର ପ୍ରମୁଖ ଉପସ୍ଥିତ ରହି ସମସ୍ତ କ୍ଷେତ୍ର ସ୍ତରୀୟ କର୍ମକର୍ତାମାନଙ୍କୁ ସଚେତନ କରିଥିଲେ । ପିପିମ୍ ଅଧିକାରୀ ମାନସ ରଂଜନ ସାମଲ ଅତିଥି ପରିଚୟ ପ୍ରଦାନ କରିଥିଲେ ଓ ଜିଲ୍ଲା ଆଇ.ସି.ଟି.ସି. ସୁପରଭାଇଜର ଅଶୋକ କୁମାର ନାୟକ କାର୍ଯ୍ୟକ୍ରମ ସଂର୍ପକରେ ଆଲୋକପାତ କରିଥିଲେ । ଏଥିରେ ଜିଲ୍ଲାର ସମସ୍ତ ଚିକିତ୍ସାଳୟର କ୍ଷେତ୍ର ସ୍ତରୀୟ କର୍ମଚାରୀମାନେ ଯୋଗ ଦେଇଥିଲେ । ସଭାରେ ମଧୁସୂଦନ ସାଥୁଆ, ଦେବେନ୍ଦ୍ର ନାଥ ଭୂୟାଁ, ସ୍ୱର୍ଣ୍ଣପ୍ରଭା ନନ୍ଦ, ସୁଦିପ୍ତା ଜେନା, ବିବେକାନନ୍ଦ ବାରିକ, ସଂଧ୍ୟାରାଣୀ ସାହୁ, ଚିନ୍ମୟୀ ଜେନା, ଅବିନ୍ଧିତା ଦ୍ୱିବେଦୀ, ସଂଧ୍ୟା ସମିରା ବିଶ୍ୱାଳ, ଅଭିଷେକ ବିଶ୍ୱାଳ, ଧର୍ମେନ୍ଦ୍ର ସାହୁ, ସ୍ମୃତି ରଂଜନ ସାହାଣୀ ପ୍ରମୁଖ ଯୋଗଦେଇ କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସାମାଜିକ କର୍ମୀ ତଥା ଏନ୍‌.ଆଇ.ଏସ.ଡବ୍ଳୁଋ ସଂପାଦକ ପବିତ୍ର ମୋହନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close