କହ୍ନେଶ୍ୱର ମନ୍ଦିରରେ ନିରାଡ଼ମ୍ବର ଭାବରେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ

କାନପୁର; ୩୦/୧୧: କେନ୍ଦୁଝର ଜିଲ୍ଲା ସୋସୋ ପଞ୍ଚାୟତ କାନପୁର ଗ୍ରାମ କହ୍ନେଶ୍ୱର ମନ୍ଦିରରେ ଅନୁଷ୍ଠିତ ହୋଇଥିଲା ରାସ ପୂର୍ଣ୍ଣିମା। କୋଭିଡ ମହାମାରୀକୁ ଦୃଷ୍ଟିରେ ରଖି ମନ୍ଦିର କମିଟି ତରଫରୁ ସୁବ୍ୟବସ୍ଥା କରାଯାଇଥିଲା। ଅଳ୍ପ ସଂଖ୍ୟକ ଭକ୍ତରେ ପୂଜାର୍ଚ୍ଚନା ସୁଚାରୁ ରୂପେ କରାଯାଇଥିଲା। ପ୍ରଶାସନର ଗାଇଡ଼ଲାଇନ ଅନୁସାରେ ସାମାଜିକ ଦୂରତ୍ୱକୁ ପାଳନ କରାଯାଇଥିଲା। ମନ୍ଦିର ପୂଜାକାନ୍ତିରେ ମନ୍ଦିର କମିଟିର ସଭାପତି ନୀଳମଣି ଧଳ, ସମ୍ପାଦକ ଅନ୍ତର୍ଯ୍ୟାମୀ ରାଉତ,ସକ୍ରିୟ ସଭ୍ୟ ଶତ୍ରୁଘ୍ନ ରାଉତ,ଦେବାଶିଷ ରାଉତ,ବସନ୍ତ ଧଳ,ବସନ୍ତ ମହାରଣା, ବିଜୁ ଧଳ,ବଳରାମ ରାଉତ,ଚୈତନ୍ୟ ମହାପାତ୍ର, କମଳାକାନ୍ତ ଧଳ,ଉପେନ୍ଦ୍ର ବେହେରା,ପୁର୍ଣ ଚନ୍ଦ୍ର ଜେନା,ଅଭିରାମ ରାଉତ ଓ ଅନ୍ୟାନ୍ୟ ସଦସ୍ୟଙ୍କ ସହ ସର୍ବପରି ବିଜୟ କୁମାର ଜେନା ,ସାମ୍ବାଦିକ ବିଶ୍ୱରଞ୍ଜନ ପାଣିଗ୍ରାହୀ ପ୍ରମୂଖ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ କମ ଆୟୋଜନରେ କହ୍ନେଶ୍ୱରଙ୍କ ଦର୍ଶନଲାଭ କରାଇବା ସହ ଭକ୍ତ ମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶାନ୍ତି ଶୃଙ୍ଖଳା ଭାବରେ ପରିଚାଳନା କରିଥିଲେ। ମନ୍ଦିର ପୂଜକ ଜ୍ଞାନ ସମସ୍ତ ଭକ୍ତ ମାନଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close