ପୂର୍ବତନ ଯାଜପୁର ସି.ଡି.ଏମ.ଓ ରମେଶ ଚନ୍ଦ୍ର ସାହୁଙ୍କ ପରଲୋକ, ବିଭିନ୍ନ ମହଲରେ ଶୋକ

ଧର୍ମଶାଳା, ୨୯/୧୧(ସୁମନ କୁମାର ରାୟଙ୍କ ଠାରୁ): ଯାଜପୁରର ପୂର୍ବତନ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଧର୍ମଶାଳା ଅଂଚଳରେ ଦୀର୍ଘ ୦୩ ଦଶନ୍ଧି ଧରି ସେବା କାର୍ଯ୍ୟ ଜାରୀ ରଖିଥିବା ସୁନାମଧନ୍ୟ ଡ଼ାକ୍ତର ତଥା ଧର୍ମଶାଳା ମାଟିର ସୁଯୋଗ୍ୟ ସନ୍ତାନ ଡ଼ା. ରମେଶ ଚନ୍ଦ୍ର ସାହୁ ଆଉ ଆମ ଗହଣରେ ନାହାନ୍ତି । ଆଜି ସକାଳେ ତାଙ୍କର ହୃଦ୍‌ଘାତରେ ବିୟୋଗ ଘଟିଛି । ତାଙ୍କର ଜଣେ ପୁତ୍ର ଅଂଶୁମାନ (ସିକୁ)ଙ୍କ ପୂର୍ବରୁ ଦେହାନ୍ତ ହୋଇଯାଇଥିଲା । ତାଙ୍କ ସ୍ମୃତିରେ ‘ଅଂଶୁମାନ ମେମୋରିଆଲ’ ନାମକ ଏକ ସେବା ସଂସ୍ଥା ଗଠିତ ହୋଇ ଧର୍ମଶାଳା ଅଂଚଳ ସମେତ ଯାଜପୁର ଜିଲ୍ଲାର ବିଭିନ୍ନ ଅଂଚଳରେ ବହୁ ସେବାମୂଳକ କାର୍ଯ୍ୟ ଜାରୀ ରଖିଛି । ଏହା ୰ ସାହୁଙ୍କ ଅନ୍ୟତମ ପୁତ୍ର ହିମାଂଶୁ ଶେଖର ସାହୁ (ଲିକୁ)ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ହୋଇଆସୁଛି । ୰ ସାହୁଙ୍କ ପରିବାର ଏକ ପ୍ରକାରର ସେବାମୂଳକ କାର୍ଯ୍ୟକୁ ଜୀବନର ବ୍ରତ ଭାବରେ ଗ୍ରହଣ କରିଥିବାର ଆଲୋଚନା ହେଉଥିଲା । ହେଲେ ଆଜି ଡ଼ା. ସାହୁଙ୍କ ପରଲୋକ ହେବା ଘଟଣା ବହୁ ବ୍ୟକ୍ତିବିଶେଷଙ୍କୁ ବ୍ୟଥିତ କରିଛି । ବହୁ ବ୍ୟକ୍ତିବିଶେଷ ତାଙ୍କର ଶେଷ ଦର୍ଶନ କରିଛନ୍ତି । ବ୍ୟାସନଗର ଠାରେ ‘ଉଦୟବଟ’ ଓ ‘ଉଦୟବଟ ଇ-ନ୍ୟୁଜ୍‌’ ତରଫରୁ ତାଙ୍କ ମୃତ୍ୟୁରେ ଏକ ଶୋକ ପ୍ରସ୍ତାବ ଆଗତ ହେବା ସହ ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଏଭଳି ପରିସ୍ଥିତିରେ ଇଶ୍ୱର ତାଙ୍କ ପରିବାରକୁ ଅସୀମ ଶକ୍ତି ପ୍ରଦାନ କରିବାକୁ ପ୍ରାର୍ଥନା କରିଛନ୍ତି । ଯାଜପୁରରୋଡର ବିଶିଷ୍ଟ ଶିଶୁରୋଗ ବିଶେଷଜ୍ଞ ଡ଼ା. ପ୍ରସନ୍ନ କୁମାର ସାହୁ ତାଙ୍କ ବିୟୋଗରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close