ଜଗତ୍‌ସିଂହପୁରରେ ଜେ.ଇ.ଇ ମେନ୍ ଏବଂ ନିଟ୍ ପରୀକ୍ଷାର୍ଥୀ ଓ ଅଭିବାବକଙ୍କ ପାଇଁ ଯାତାୟତ ସୁବିଧା ପ୍ରଦାନ

ଜଗତ୍‌ସିଂହପୁର, ୦୧/୦୯(ଚକ୍ରଧର ଦାଶଙ୍କ ଠାରୁ): ମହାମାରୀ କରୋନା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏବଂ ଓଡ଼ିଶା ମୋ’ ପରିବାରର ମୁଖ୍ୟ ଅରୂପ ପଟ୍ଟନାୟକଙ୍କ ସହଯୋଗରେ ଜଗତ୍‌ସିଂହପୁର ଠାରେ ଜେ.ଇ.ଇ ମେନ୍ ଏବଂ ନିଟ୍ ପରୀକ୍ଷାର୍ଥୀ ଓ ସେମାନଙ୍କ ଅଭିବାବକଙ୍କ ପରୀକ୍ଷା କେନ୍ଦ୍ରକୁ ଯାତାୟତର ସୁବିଧା ସକାଶେ ଗାଡି ଚଳାଚଳର ଶୁଭାରମ୍ଭ କରାଯାଇଥିଲା । ଏଥିରେ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର, ଜଗତ୍‌ସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ବରିଷ୍ଠ ବିଜେଡି ନେତା ତଥା ସମାଜସେବୀ ଡ଼ା. ସୁରେନ୍ଦ୍ରନାଥ ମହାପାତ୍ର, ଜିଲ୍ଲା ପରିବହନ ଅଧିକାରୀ, ଜଗତ୍‌ସିଂହପୁର ସରକାରୀ ପଲିଟେକ୍‌ନିକ କଲେଜର ଅଧ୍ୟକ୍ଷ ଏମ.ଏସ ରାଓ, ଟ୍ରାଫିକ୍ ଅଧିକାରୀ ପ୍ରମୁଖ ଯୋଗଦାନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close