ଯାଜପୁର ଉତ୍କଳ ବାଳାଶ୍ରମରେ ପିଲାମାନଙ୍କୁ ଦୈନିକ ଶିକ୍ଷା ପ୍ରଦାନ ବ୍ୟବସ୍ଥା

ଯାଜପୁର,୨୫ା୧୧: ଯାଜପୁରର ଉତ୍କଳ ବାଳାଶ୍ରମର ଅନ୍ତେବାସୀମାନଙ୍କୁ ସହଯୋଗ ଉଦ୍ଦେଶ୍ୟରେ ଆରମ୍ଭ ହୋଇଚ୍ଥି ଦୈନିକ ଚେତନାଧର୍ମୀ ଏକ କାର୍ଯ୍ୟକ୍ରମ । କେତେଜଣ ସେବା ନିବୃତତ୍ତଓ ସେବାରେ ଜଡିତ ଶିକ୍ଷାବିତ୍ ପିଲାମାନଙ୍କୁ ସଂସ୍କାର, ଅନୁଶାସନ, ଆଚାର ବ୍ୟବହାରର ପ୍ରକ୍ରିୟା ଇତ୍ୟାଦି ସଂପର୍କରେ ଶିକ୍ଷା ପ୍ରଦାନ କରିବେ । ଏହା ସହ ପିଲାମାନଙ୍କୁ ସେମାନଙ୍କର ଶ୍ରେଣୀ ଅନୁସାରେ ପାଠ୍ୟକ୍ରମକୁ ମଧ୍ୟ ଶିକ୍ଷା ଦେବେ । ଏ ସଂପର୍କରେ ଏକ ବୈଠକ ବାଳାଶ୍ରମ ପରିସରରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଶିକ୍ଷା ଅଧିକାରୀ କୃଷ୍ଣ ଚନ୍ଦ୍ର ନାୟକଙ୍କ ଅନୁରୋଧ କ୍ରମେ ଅବସରପ୍ରାପ୍ତ ଶିକ୍ଷକ ବିରଂଚି ନାରାୟଣ ଧଳ, ଭାଗିରଥି ପାଣି, ଜିଲ୍ଲା ସ୍କୁଲର ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପାତ୍ର, ନିରଂଜନ ସାମଲ, ତୁଷାରକାନ୍ତି ମିଶ୍ର, ଜିଲ୍ଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଶୁଭ୍ରାଂଶୁ ରାୟ ପ୍ରମୁଖ ଯୋଗ ଦେଇଥିଲେ । ପ୍ରାରମ୍ଭରେ ବାଳାଶ୍ରମର ତତ୍ୱାବଧାରିକା ସମସ୍ତଙ୍କୁ ସ୍ୱାଗତ କରିବା ସହ ବାଳାଶ୍ରମର ଅନ୍ତେବାସୀଙ୍କ ସୂଚନା ଓ ବିଧି ବ୍ୟବସ୍ଥା ସଂପର୍କରେ ଅବଗତ କରାଇଥିଲେ । ବିଶେଷ କରି କରୋନା ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଯୋଗୁଁ ପିଲାମାନଙ୍କୁ ଶୃଙ୍ଖଳିତ ଭାବେ ରଖିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ । ବ୍ୟାପକ ବିଚାର ବିମର୍ଶ ପରେ ବାଳାଶ୍ରମର ପିଲାମାନଙ୍କୁ ପ୍ରାଥମିକ ଭାବେ ନୈତିକତାର ଶିକ୍ଷା ସହ ଅନୁପ୍ରାଣିତ ହେବା ଭଳି ବୈଦିକ ଗଳ୍ପ ମାଧ୍ୟମରେ ଶିକ୍ଷା ଓ ସେମାନଙ୍କର ପାଠ୍ୟ ପୁସ୍ତକରେ ଶିକ୍ଷାକୁ ଉପରୋକ୍ତ ଶିକ୍ଷକ ଓ ଶିକ୍ଷାବିତ୍‌ମାନେ ନିଶୁଳ୍କ ଭାବେ ପ୍ରଦାନ କରିବେ ବୋଲି ସଂକଳ୍ପ ନେଇଥିଲେ ଏହା ଏକ ସେବା । ଆମର ଉତର ପୀଢିକୁ ଉପଯୁକ୍ତ ମାର୍ଗ ଦର୍ଶନ କରିବା ଏକ ପୁଣ୍ୟ ଓ ମହତ କାର୍ଯ୍ୟ ହୋଇପାରିବ ବୋଲି ସମସ୍ତେ କହିଥିଲେ । ପରେ ପିଲାମାନଙ୍କ ସହ ଆଲୋଚନା ମଧ୍ୟ କରିଥିଲେ । ବୁଧବାର ଠାରୁ ପିଲାମାନଙ୍କୁ ଶିକ୍ଷାଦାନ ବ୍ୟବସ୍ଥା ଆରମ୍ଭ ହୋଇଚ୍ଥି । ଏହିଭଳି ଏକ ମହତ କାର୍ଯ୍ୟରେ ସହଯୋଗ ପାଇଁ ଆଗେଇ ଆସିଥିବାରୁ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ସମସ୍ତ ଶିକ୍ଷକ ଓ ଶିକ୍ଷାବିତ୍‌ମାନଙ୍କୁ ଧନ୍ୟବାଦ ଜଣାଇଚ୍ଥନ୍ତି । 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close