ଜାତୀୟ ରାଜପଥରେ ପାଉଁସ ପ୍ରଦୂଷଣରେ ଲୋକେ ନୟାନ୍ତ: ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ

ଯାଜପୁର,୬/୬: କରୋନା ସମୟରେ ଟିକେ ସୁସ୍ଥ ପରିବେଶ ଏବଂ ନିର୍ମଳ ବାୟୁ ନିହାତି ଆବଶ୍ୟକ । ଗୋଟିଏ ପଟରେ କରୋନା ପାଇଁ ଲୋକେ ନାହିଁ ନ ଥିବା ମାନସିକ ଚାପରେ ଥିବା ବେଳେ ଜାତୀୟ ରାଜପଥ ନିର୍ମାଣରେ ବ୍ୟବହାର ହେଉଥିବା ବର୍ଯ୍ୟ ପାଉଁସ ପ୍ରଦୂଷଣ ଏବେ ଲୋକଙ୍କ ପାଇଁ ବଡ ସମସ୍ୟା ହୋଇଛି । ଏହି ପାଉଁସର ପ୍ରଦୂଷଣ କୁପ୍ରଭାବରେ ଜାତୀୟ ରାଜପଥର ଯାତ୍ରୀ ଏବଂ ଜାତୀୟ ରାଜପଥ କଡରେ ଥିବା ଗାଁ ଗୁଡିକର ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହେଉଛନ୍ତି । ହେଲେ ନିର୍ମାଣକାରୀ ସଂସ୍ଥାର ଏଥିନେଇ ଖାତିର ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି ।
ଖବରରୁ ପ୍ରକାଶ, ଚଣ୍ଡୀଖୋଲରୁ ଡୁବୁରୀ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ବିଭିନ୍ନ ସ୍ଥାନରେ ବର୍ଯ୍ୟ ପାଉଁସ ବ୍ୟବହାର ହେଉଛି । ଏହି ପାଉଁସ ମଣିଷ କିମ୍ବା ଜୀବ ଜଗତ ଶ୍ୱାସ ପ୍ରଶ୍ୱାସରେ ଯାଇ ଶରୀର ଏବଂ ସ୍ୱାସ୍ଥ୍ୟ ପାଇଁ ଅତି ବିପଦ ଆଣୁଛି । ସେଥିପାଇଁ ଯେଉଁ ଠିକା ସଂସ୍ଥା ଏହି ପାଉଁସକୁ ରାସ୍ତା କାର୍ଯ୍ୟରେ ବ୍ୟବହାର କରିବ ସେଥିନେଇ ଆବଶ୍ୟକ ସତର୍କତା ମୂଳକ ପଦକ୍ଷେପ ନେବା ଆବଶ୍ୟକ । ଯେପରି ଏହି ପାଉଁସ ବାୟୁ ମଣ୍ଡଳରେ ନ ଉଡିବ ସେଥିନେଇ ପ୍ରଥମେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବା କଥା । ହେଲେ ଚଣ୍ଡୀଖୋଲ କଲେଜ ଛକ ତଥା ସୁଭଦ୍ରାପୁର ନିକଟରେ ଜାତୀୟ ରାଜପଥ ନିର୍ମାଣ ପାଇଁ ଗଦା ହୋଇଥିବା ପାଉଁସ ନ ଉଡିବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନାହିଁ । ଏହି ଅଂଚଳରେ ସାଧାରଣତ ଅଧିକ ପବନ ହୋଇଥାଏ । ଏହି ପାଉଁସ ଏଠାରୁ ଉଡି ସର୍ବଦା ଏକପ୍ରକାର ଭୟଙ୍କର ପରିସ୍ଥିତି ସୃଷ୍ଟି ହେଉଛି । ଜାତୀୟ ରାଜପଥରେ ଏହି ପାଉଁସ ଉଡୁ ଥିବାରୁ ଯାତାୟତ କରୁଥିବା ଯାତ୍ରୀମାନେ ଭୟଙ୍କର ବାୟୁ ପ୍ରଦୂଷଣର ଶୀକାର ହେଉଛନ୍ତି । ସେହିପରି ଆଖପାଖ ଗାଁରେ ଏହି ପାଉଁସ ପାଇଁ ଲୋକେ ନିଜ ଘରେ ବି ରହି ପାରୁ ନାହାନ୍ତି । ଏହି ପାଉଁସ ଉଡି ସ୍ଥାନୀୟ ଅଂଚଳର ଗଛବୃକ୍ଷ ଉପରେ ମଧ୍ୟ ଗୋଟିଏ ଆସ୍ତରଣ ସୃଷ୍ଟି ହୋଇଥିଲା । ତେବେ ରବିବାର ବର୍ଷା ହେବା ପରେ ଏହି ଆସ୍ତରଣ କିଛିଟା ଧୋଇ ଯାଇଛି । ଏଥିପାଇଁ ଜଙ୍ଗଲ ଓ ପରିବେଶ ଉପରେ ମଧ୍ୟ ବ୍ୟାପକ କୁପ୍ରଭାବ ପଡିଛି । ସ୍ଥାନୀୟ ବାରୁଣାବନ୍ତ (ଚଣ୍ଡୀଖୋଲ) ପାହାଡ ଏବଂ ପାହାଡରେ ଥିବା ବନ୍ୟଜନ୍ତୁମାନେ ନାହିଁ ନ ଥିବା ଦୁର୍ଦ୍ଦଶା ଭୋଗୁଛନ୍ତି ।
ନିୟମ ଅନୁସାରେ ଏହି ପାଉଁସକୁ ରାସ୍ତାରେ ଖେଳାଇ ପାଣି ଛିଚିଂବା ପରେ ରୋଲିଂ କରାଗଲେ ରାସ୍ତା ମଝବୁତ ହୋଇଥାଏ । ହେଲେ ଏଠାରେ ପାଣି ଆଦୌ ଛିଚାଂ ନ ଯାଇ କାମଚଳା ରୋଲିଂ କରାଯାଉଛି । ଫଳରେ ରାସ୍ତାର ମୂଳ ସ୍ତର (ବେସ୍‌)ର କାର୍ଯ୍ୟ ଠିକ ଭାବେ ନିର୍ମିତ ହେଉନାହିଁ । ତେଣୁ ଏହା ଉପରେ ଭବିଷ୍ୟତରେ ମୋରମ, ବାଲି, ଚିପ୍ସ ଓ ପିଚୁ ଦିଆଯାଇ ରାସ୍ତାକୁ ଉପରକୁ ଯେତେ ସୁନ୍ଦର କରାଗଲେ ମଧ୍ୟ ରାସ୍ତାର ସ୍ଥାୟୀତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅସଲ କଥା ହେଉଛି, ରାସ୍ତା ନିର୍ମାଣ କାର୍ଯ୍ୟକୁ ତଦାରଖ କରୁଥିବା ସଂସ୍ଥା ଏବଂ ଜାତୀୟ ରାଜପଥ ଅଧିକାରୀ ସଂପୂର୍ଣ୍ଣ ଭାବେ ଠିକାଦାର ସଂସ୍ଥା ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ଠିକା ସଂସ୍ଥା ଠାରୁ ମୋଟା ଅଙ୍କର ଅର୍ଥ ନେଇ ଏହି ରାସ୍ତା କାର୍ଯ୍ୟରେ ସମସ୍ତ ପ୍ରକାର ନିମ୍ନମାନର କାର୍ଯ୍ୟକୁ ସୁରକ୍ଷା ଦେଇ ଆସିଛନ୍ତି । ଏଥିପାଇଁ ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ଜାତୀୟ ରାଜପଥ ସାମାନ୍ୟ ବର୍ଷାରେ ଭାସି ଯାଉଥିବା ଏବଂ ଭାଙ୍ଗି ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳୁଛି । ଏଥିନେଇ ଯୁବନେତା ସତୀଶ ବିଶ୍ୱାଳ ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖି ଦୃଷ୍ଟି ଆକର୍ଷଣ କରଥିବା ବେଳେ ଆଗାମୀ ଦିନରେ ଆବଶ୍ୟକ ହେଲେ କୋର୍ଟରେ ଏଥିନେଇ ଆବେଦନ କରାଯିବ ବୋଲି ମତ ପ୍ରକାଶ କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close