ବେଣାପୁର ଗୋଲେଇ ଛକରେ ଫ୍ଲାଏ ଓଭର ନିର୍ମାଣର ପ୍ରତିଶ୍ରୃତି ଦେଲେ ଯାଜପୁର ସାଂସଦ

ଯାଜପୁର ରୋଡ, ୨୫/୧୧ (ପଦ୍ମଲୋଚନ ନାୟକଙ୍କ ଠାରୁ): ଯାଜପୁର ଜିଲ୍ଲାର ପାଣିକୋଇଲି-ଯାଜପୁରରୋଡ-ରାଜାମୁଣ୍ଡା ୨୦ (୨୧୫) ନଂ. ଜାତୀୟ ରାଜପଥରର ଯାଜପୁରରୋଡ ଉପକଣ୍ଠ ବେଣାପୁର ଗୋଲେଇ ଛକ ଦୁର୍ଘଟଣା ପ୍ରବଣ ସ୍ଥଳୀ ଭାବେ ବିବେଚିତ ହେଉଥିବା ବେଳେ ତୃଟିପୂର୍ଣ୍ଣ ନିର୍ମାଣକୁ ସୁଧାରିବାରେ ରାଜପଥ କର୍ତୃପକ୍ଷ କାଳକ୍ଷେପଣ ନୀତି ଅବଲମ୍ବନ କରୁଥିବାରୁ କାଳକ୍ରମେ ଦୁର୍ଘଟଣା ଗୋଟିକ ପରେ ଗୋଟିଏ ଦୁର୍ଘଟଣା ଘଟିଚାଲିଛି । ଏଠାରେ ଫ୍ଲାଏ ଓଭର ବ୍ରିଜ୍ ନିର୍ମାଣ ହେଲେ ଉପର ରାସ୍ତାରେ ପାଣିକୋଇଲି ପଟୁ ଆସୁଥିବା ଗାଡିମାନେ ସୁବିଧାରେ ଯାଇପାରିବା ସହ ତଳ ରାସ୍ତାରେ ଯାଜପୁରରୋଡ ପଟୁ ପାଣିକୋଇଲି ଆଡକୁ ଯାଉଥିବା ଗାଡିମାନେ ସହଜରେ ଯାଇପାରନ୍ତେ ଓ ଦୁର୍ଘଟଣା ବହୁମାତ୍ରାରେ କମି ମଧ୍ୟ ଯାଆନ୍ତା । ମାତ୍ର ଏହାର ନିର୍ମାଣ ଉପରେ ବିଳମ୍ବ ହେଉଥିବାରୁ ବ୍ୟାସନଗର ପୌରାଂଚଳ ସମେତ ବହୁ ଆଖପାଖ ଅଂଚଳର ଲୋକେ ଅଭିଯୋଗ ପରେ ଅଭିଯୋଗ କରିଆସୁଛନ୍ତି । ଏହା ଉପରେ ସଂସଦରେ ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଆଲୋଚନା କରିବା ପରେ ରାଜପଥ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶକ ଜି. ଭେଙ୍କଟେଶ୍ୱର ସାଂସଦ ଶ୍ରୀମତୀ ସେଠୀଙ୍କ ସହ ଘଟଣାସ୍ଥଳକୁ ପରିଦର୍ଶନରେ ଆସି ବିଭାଗୀୟ ଅଧିକାରୀ ଓ ଯନ୍ତ୍ରୀଙ୍କ ସହ ଆଲୋଚନା କରି ବେଣାପୁର ଟ୍ରାଫିକ୍ ନିକଟରେ ଏକ ଫ୍ଲାଇ ଓଭର ବ୍ରିଜ୍ ନିର୍ମାଣର ପ୍ରତିଶୃତି ମିଳିଛି । ଏହି ଆଲୋଚନା ସମୟରେ ଯୁବ ନେତା ପ୍ରୀତିରଂଜନ ସାହୁ, ବିଦ୍ୟାଧର ସାହୁ, ସତ୍ୟବ୍ରତ ନାୟକ, ଉଦୟ ନାୟକ, ସୁବ୍ରତ ସେଠୀ, ଦାମସୁନ୍ଦର ପାଢ଼ୀ, ପ୍ରଶାନ୍ତ ପ୍ରହରାଜ, କାମଦେବ ଦାସ, ବଳରାମ ରାଉତ, ଦିଲୀପ ରାଉତ, ବଳରାମ ବାରିକ, ସ୍ମୃତିରଂଜନ ପତ୍ରୀଙ୍କ ସମେତ ଜହ୍ନା, ଧନେଶ୍ୱର, ଖମଣ ଆଦି ପଂଚାୟତର ବହୁ ବ୍ୟକ୍ତିବିଶେଷ ଓ ଯୁବ ନେତା ଉପସ୍ଥିତ ରହି ଆଲୋଚନାରେ ସାମିଲ ହୋଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close