ଦେଭ ଇଣ୍ଟର ନେସନାଲ ସ୍କୁଲରେ ସିନିୟର କେଜି ପିଲାଙ୍କର ଗ୍ରାଜୁଏସନ ଡେ କାର୍ଯ୍ୟକ୍ରମ ଅନୁଷ୍ଠିତ

ଯାଜପୁର/ବ୍ୟାସନଗର ; ୨୭/୦୨(ନି ପ୍ର ) : ସ୍ଥାନୀୟ ବ୍ୟାସନଗର ପୋୖରାଞ୍ଚଳ କୁସୁନପୁର ସ୍ଥିତ ଦେଭ ଇଣ୍ଟର ନେସନାଲ ସ୍କୁଲ ଠାରେ ଶନିବାର ସକାଳ ୯ଘଟିକାରେ ସିନିୟର କେଜି ପିଲାଙ୍କର ଗ୍ରାଜୁଏସନ ଡେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କରୋନା ମହାମାରୀ କାରଣରୁ ଦୀର୍ଘ ଦୁଇ ବର୍ଷ ଧରି ବିଦ୍ୟାଳୟ ପରିସରରେ କାର୍ଯ୍ୟକ୍ରମ ବନ୍ଦ ରହିବା ପରେ ବିଦ୍ୟାଳୟ ପରିସରରେ କୁନି କୁନି ପିଲାଙ୍କର ଏଭଳି କାର୍ଯ୍ୟକ୍ରମ ରେ ଅନେକ ପିଲା ଓ ଅଭିଭାବକ ଯୋଗ ଦେଇ ଆନନ୍ଦ ମୁଖର ହୋଇଥିଲେ। ପିଲାମାନଙ୍କୁ ସ୍ୱାଗତ କରାଯିବା ସହ ଗ୍ରାଜୁଏସନ ଡେ ର ପୋଷାକ ଓ ଟୋପି ପ୍ରଦାନ କରାଯାଇଥିଲା। ଏହି କର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିନ୍ଦଲ ଷ୍ଟିଲ ପ୍ଲାଣ୍ଟ ର ଜି ଏମ ସି ଏସ ଆର ସଙ୍ଗୀତା ସିଂ ଓ ପ୍ରଶାସନିକ ଅଧିକାରୀ ଇଂ ନିର୍ମଳ କୁମାର ରଣା ଯୋଗ ଦେଇ ଦୀପ ପ୍ରଜ୍ବଳିତ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ। ଏକାଡେମୀକ ମୁଖ୍ୟ ବଲବୀର ସିଂ ଓ ସୋନିଆ ବେଦୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ପିଲାମାନଙ୍କ ମଧ୍ୟରେ ଅନେକ ଉତ୍ସାହ ଦେଖିବାକୁ ମିଳିଥିଲା। ବେଲୁନ୍‍ ଓ ଫୁଲମାଳରେ ଶିକ୍ଷାନୁଷ୍ଠାନ ସଜାଯାଇଥିବାବେଳେ ପିଲା ଓ ଅଭିଭାବକ ମାନଙ୍କୁ ସ୍ୱାଗତ ଲାଗି ବିଦ୍ୟାଳୟ ଅଭିନବ ପଦକ୍ଷେପ ଗ୍ରହଣ କରିଥିଲା। ବିଦ୍ୟାଳୟ ମୂଖ୍ୟ ଦ୍ଵାରରେ ସମସ୍ତ ପିଲାଙ୍କୁ ପୁଷ୍ପ ଦ୍ୱାରା ସ୍ୱାଗତ କରାଯାଇଥିଲା। କୁନି କୁନି ପିଲାଙ୍କର ନାଚ,ଗୀତ କାର୍ଯ୍ୟକ୍ରମ ମଧ୍ୟ ରହିଥିଲା। ଉକ୍ତ କାର୍ଯ୍ୟକ୍ରମରେ ପ୍ରାର୍ଥନା ଦାସ,ଅଞ୍ଜନା ମହାପାତ୍ର, ହେମାଙ୍ଗିନୀ ଦେହୁରୀ, ସ୍ମିତା ପଣ୍ଡା, ନିଲମ ମିଶ୍ର, ସ୍ରୋତାଶ୍ୱିନୀ ପୃଷ୍ଟି , ନିବେଦିତା ଦାଶ, ପ୍ରଭାସିନୀ ଚିନାରା,ସାଗରିକା ଗୁରୁ, ବିଷ୍ଣୁପ୍ରିୟା ପଟ୍ଟନାୟକ, ଅପରିମିତା ସାମଲ,ରୋଜାଲିନ ସାମନ୍ତରାୟ, ରନଭିର କୌର, ଫାରା ପରୱିନ,ମିନତି ବାରିକ,ସନ୍ଧ୍ୟା ବାସ୍କେ, ବୀଣାପାଣି ନାୟକ,ଜ୍ୟୋତି ଝରା ପାତ୍ର, ଇତିଶ୍ରୀ ସ୍ୱାଇଁ ପ୍ରମୁଖ ଯୋଗଦେଇ କୁନିକୁନି ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ସ୍କୁଲର ଏଭଳି ଗ୍ରାଜୁଏସନ ଡେ କାର୍ଯ୍ୟକ୍ରମକୁ ଅଭିଭାବକ ମହଲରେ ପ୍ରଶଂସା କରାଯାଇଥିବା ବେଳେ ବିଦ୍ୟାଳୟର ଚେୟାରମ୍ୟାନ ବୁଦ୍ଧଦେବ ରାଉତ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।

 

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close