ଲଞ୍ଚ ଚାଳକ ଓ ଖଲାସୀ ପଦବୀ ପାଇଁ ଦରଖାସ୍ତ ଆହ୍ୱାନ

ଯାଜପୁର,୧୮/୪ (ନି ପ୍ର ) : ବନ୍ୟା ପ୍ରବଣ ଯାଜପୁର ଜିଲ୍ଲାରେ ୩୫ ଗୋଟି ଅସ୍ଥାୟୀ ଲଞ୍ଚ ଚାଳକ ଓ ୩୨ ଗୋଟି ଅସ୍ଥାୟୀ ଖଲାସୀ ପଦବୀରେ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜିଲ୍ଲାପାଳ ଚକ୍ରୱର୍ତ୍ତୀ ସିଂହ ରାଠୋର ଅବଗତ କରାଇଚ୍ଥନ୍ତି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଯୁଗ୍ମ ସ୍ୱତନ୍ତ୍ର ସାହାଯ୍ୟ ଆୟୁକ୍ତ, ଭୁବନେଶ୍ୱରଙ୍କ ପତ୍ର ସଂଖ୍ୟା ୨୦୪୭ ତା ୩୦ା୩ା୨୦୨୨ ରିଖ ଅନୁଯାୟୀ ଏହି ପଦବୀ ନିମନ୍ତେ ଜୁନ୍ ମାସ ଠାରୁ ନଭେମ୍ୱର ମାସ ପର୍ଯ୍ୟନ୍ତ ଲଞ୍ଚ ଚାଳକଙ୍କ ପାଇଁ ଯଥାକ୍ରମେ ୧୧୧୦୦/- ଟଙ୍କା ଓ ଲଞ୍ଚ ଖଲାସୀଙ୍କ ପାଇଁ ୧୦୧୦୦/-ଟଙ୍କା ବେତନ ପ୍ରଦାନ କରାଯିବ ।ଏହି ପଦବୀ ପାଇଁ ଆଗ୍ରହୀ ଆବେଦନକାରୀ ତା ୧୨ା୦୪ା୨୦୨୨ ରିଖ ଠାରୁ ୩୦ା୦୪ା୨୦୨୨ ରିଖ ୧ ଘଟିକା ପର୍ଯ୍ୟନ୍ତ ରେଜେଷ୍ଟ୍ରି ପୋଷ୍ଟ ବା ସ୍ପିଡ୍ ପୋଷ୍ଟ ମାଧ୍ୟମରେ ସହକାରୀ ଜିଲ୍ଲାପାଳ, ଜରୁରୀ ବିଭାଗ, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ, ଯାଜପୁରଙ୍କୁ ପ୍ରେରଣ କରିପାରିବେ ।ବିଳମ୍ୱରେ କିମ୍ୱା ଅସଂପୂର୍ଣ୍ଣ ଦରଖାସ୍ତ ଗୁଡିକୁ ଅଗ୍ରାହ୍ୟ କରାଯିବ । ପ୍ରାର୍ଥୀ ନିଶ୍ଚିତ ଯାଜପୁର ଜିଲ୍ଲାର ସ୍ଥାୟୀ ବାସିନ୍ଦା ହେବା ଜରୁରୀ ଓ ସର୍ବ ନିମ୍ନ ଶିକ୍ଷାଗତ ଯୋଗ୍ୟତା ସପ୍ତମ ଶ୍ରେଣୀ ପାସ କରିଥିବେ ।୧ା୬ା୨୦୨୨ ରିଖ ସୁଦ୍ଧା ବୟସ ସୀମା ୧୮ ବର୍ଷରୁ ୬୦ ବର୍ଷ ମଧ୍ୟରେ ହୋଇଥିବ । ଦ୍ୱିତୀୟ ଶ୍ରେଣୀର ବୋଟ ଚାଳକ ପ୍ରମାଣ ପତ୍ର , ସ୍ଥାୟୀ ବାସିନ୍ଦା ପ୍ରମାଣ ପତ୍ର, ଶାରିିରୀକ ସ୍ୱାସ୍ଥ୍ୟ ଠିକ୍ ଥିବା ପ୍ରମାଣ ପତ୍ର ଇତ୍ୟାଦି ଆବେଦନ ପତ୍ର ସହ ସଂଲଗ୍ନ ରହିବ । ପ୍ରାର୍ଥୀ ପହଁରା ଶିଖିଥିବା ଦରକାର । ନୂତନ କରି ଆବେଦନ କରୁଥିବା ପ୍ରାର୍ଥୀ ସରକାରଙ୍କ ଠାରୁ କ୍ରୀଉ ସାର୍ଟିପିଂକେଟ ପାଇଥିବା ଜରୁରୀ । ଅଭିଜ୍ଞତା ଥିବା ପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ସୂଚନା ଦେଇଚ୍ଥନ୍ତି ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close