‘ଉଦୟବଟ’ ତରଫରୁ ଅଶୋକ ଦାସ ସ୍ମାରକୀ ଜୁନିୟର ବିଭାଗ ଯାଜପୁର ଜିଲ୍ଲା ସ୍ତରୀୟ -୦୧ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ବ୍ୟାସନଗର,୨୨/୧୧(ବସନ୍ତ କୁମାର ପାତ୍ର/ବିଶ୍ୱରଂଜନ ପଟ୍ଟନାୟକଙ୍କ ଠାରୁ): ‘ଉଦୟବଟ’ ଏବଂ ‘ଉଦୟବଟ ଇ-ନ୍ୟୁଜ୍‌’ ତରଫରୁ କୋରେଇର ପୂର୍ବତନ ବିଧାୟକ, ପୂର୍ବତନ ବିରୋଧି ଦଳ ନେତା, ଯାଜପୁରର ଭୂମିପୁତ୍ର ଓ ‘ଉଦୟବଟ’ର ପ୍ରତିଷ୍ଠାତା ପରାମର୍ଶଦାତା ୰ ଅଶୋକ ଦାସଙ୍କ ୧୨ତମ ତିରୋଧାନ ଦିବସ ପାଳନ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ପୂର୍ବ ବର୍ଷମାନଙ୍କ ଭଳି ଅନୁଷ୍ଠିତ ହେଉଛି । ଚଳିତ ବର୍ଷ ପ୍ରତିଯୋଗିତାଗୁଡିକୁ ରାଜ୍ୟସ୍ତରୀୟ କରାଯାଇଛି । କୋଭିଡ କଟକଣା ଚାଲିଥିବାରୁ ଏବର୍ଷ ବହୁ ପ୍ରତିତଯୋଗିତା ଅନଲାଇନ ମାଧ୍ୟମରେ କରାଯାଉଛି । ହ୍ୱାଟ୍‌ସଅପ୍ ଗ୍ରୃପ ଜରିଆରେ ଅନେକ ଜିଲ୍ଲାରେ ପ୍ରତିଯୋଗିତାଗୁଡିକ ଅନଲାଇନ ମାଧ୍ୟମରେ ପରିଚାଳନା କରାଯାଉଛି । ୯୯୩୭୧୨୭୯୨୧/୭୩୮୧୫୭୨୪୨୩/୯୪୩୭୩୯୬୦୦୫/୬୩୭୧୭୦୨୩୧୭/୮୦୧୮୫୭୧୯୪୫/୯୬୬୮୧୨୬୧୪୬ ନଂ.ରେ ଯୋଗାଯୋଗ କରି ପ୍ରତିଯୋଗିତାରେ ଭାଗ ନେବା ସଂର୍ପକୀୟ ସବିଶେଷ ବିବରଣୀ ଯୋଗାଇ ଦିଆଯାଉଛି । ୧୦ ଜଣ ପ୍ରତିଯୋଗୀ କଳିଙ୍ଗକେଶରୀ ରାଉତ, ସଂଙ୍ଘମିତ୍ରା ମଲ୍ଲିକ, ଅଭିମନ୍ୟୁ ମଲ୍ଲିକ, ସରୋଜ ବାରିକ, ପି.ଭି ଆଦିତ୍ୟ ରାଓ, ବିବେକ ରାଓ, ଦେବାଶିଷ ମଲ୍ଲିକ, ସାଇ ବେହେରା, ସାଇ ସାହୁ, ମାନୁଙ୍କୁ ନେଇ ସ୍ଥାନୀୟ ‘ଦୁର୍ଲ୍ଲଭ କଳା ପରିଷଦ ମଣ୍ଡପ’ ଠାରେ ବ୍ୟାସନଗର ପୈାରାଚଂଳ ସ୍ତରୀୟ ଜୁନିୟର ବିଭାଗ-୦୧ ନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଥିବା ବେଳେ ଆଜି ୧୯ ଜଣ ପ୍ରତିଯୋଗୀ ଅଂଶୁମାନ, କଳିଙ୍ଗକେଶରୀ, ଧନଞ୍ଜୟ, ସଂଘମିତ୍ରା, ଅଭିମନ୍ୟୁ, ପ୍ରକାଶ, ସତ୍ୟବ୍ରତ, ସରୋଜ, ଦେବଶ୍ରୀତା, ଶୁଭମ, ସନ୍ତୋଷିନୀ, ପି. ଭି ବିଷ୍ଣୁପ୍ରସାଦ, ମୁକ୍ତେଷ ମନ୍ମଥ, ସୈାଦାମିନୀ, ପ୍ରିତିମୟୀ, ସାଇ ଆରାଧ୍ୟା, ଆୟୁଷ, ଜନ୍ମେଜୟ, ଶ୍ୟାମସୁନ୍ଦର ପ୍ରଭୃତି ଯାଜପୁର ଜିଲ୍ଲା ସ୍ତରୀୟ ଜୁନିୟର ବିଭାଗ ଅଫଲାଇନ ଚିତ୍ରାଙ୍କନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ଆଜିର ଏହି ପ୍ରତିଯୋଗିତାରେ ଯାଜପୁର ଜିଲ୍ଳା କଳିଙ୍ଗନଗର ଶିଶୁ ବିଦ୍ୟା ମନ୍ଦିର, ବ୍ୟାସନଗର(ମୁଣ୍ଡମାଳ) ଶିଶୁ ବିଦ୍ୟା ମନ୍ଦିର, ବ୍ୟାସନଗର(ମଧୂସୁଦନନଗର) ଶିଶୁ ବିଦ୍ୟା ମନ୍ଦିର, ବ୍ୟାସନଗର କେନ୍ଦ୍ରୀୟ ବିଦ୍ୟାଳୟ, କ୍ରୋମନଗର ବିଦ୍ୟାମନ୍ଦିର, ଫେରୋକ୍ରୋମ ପ୍ଲାଂଟ, ସେଂଟ ଜାଭିୟର ହାଇସ୍କୁଲ, ଯାଜପୁରରୋଡ ପ୍ରଭୃତି ୦୭ଟି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ । ଏହି ଅଫଲାଇନ ପ୍ରତିଯୋଗିତାର ଅନ୍ୟ ଆଶାୟୀ ପ୍ରତିଯୋଗୀମାନଙ୍କ ପ୍ରତିଯୋଗିତାର ତାରିଖ ପରେ ଜଣାଇ ଦିଆଯିବ । ସେଥିପାଇଁ ଉପରୋକ୍ତ ମୋବାଇଲ ନମ୍ବରରେ ଯୋଗାଯୋଗ କରିବା ସହ ଆଗୁଆ ପଞ୍ଜିକରଣ କରିବାକୁ ସଂସ୍ଥା ତରଫରୁ ଅନୁରୋଧ କରାଯାଇଛି । ସମସ୍ତ ପ୍ରତିଯୋଗୀମାନେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତ୍ୱ ଅବଲମ୍ବନ କରିଥିଲେ । ‘ଉଦୟବଟ’ର ସଂପାଦକ ଦୁଷ୍ମନ୍ତ କୁମାର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିଶୁ ପ୍ରତିଭା ଚୟନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ନଗରପାଳ ତଥା ଜିଲ୍ଲା କ୍ରୀଡ଼ା ସଂସଦର କାର୍ଯ୍ୟକାରୀ ସଭାପତି ରସାନନ୍ଦ ମହାନ୍ତି ଯୋଗ ଦେଇଥିବା ବେଳେ ବରିଷ୍ଠ ସାମ୍ବାଦିକ ଚିନ୍ତାମଣି ପାଢ଼ୀ ସମ୍ମାନୀତ ଅତିଥି ଭାବେ ଓ ଭଦ୍ରଖ ଭଣ୍ଡାରୀପୋଖରୀର ଯୁବ ସମାଜସେବୀ ଧିରେନ୍ଦ୍ର କୁମାର ସ୍ୱାଇଁ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ କୁନିକୁନି ପ୍ରତିଯୋଗୀମାନଙ୍କୁ ଉତ୍ସାହିତ କରିବା ସହ ‘ଉଦୟବଟ’ର ବହୁବିଧ ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଂଶସା କରିଥିଲେ । ଯାଜପୁର ଜିଲ୍ଲାର ଭୂମିପୂତ୍ର ୰ ଅଶୋକ ଦାସଙ୍କ ସ୍ମରଣାର୍ଥେ ଦୀର୍ଘ ୨ ମାସ ଧରି ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମର ସଫଳତା କାମନା କରିଥିଲେ । ଏଥିରେ ରାଜ୍ୟସ୍ତରୀୟ ମାନବାଧିକାର କର୍ମୀ ଦୀପକ ରଂଜନ ପାଣିଗ୍ରାହୀ, ସାମ୍ବାଦିକ ବିଶ୍ୱରଂଜନ ପଟ୍ଟନାୟକ, ଶ୍ରୀକାନ୍ତ ମହାପାତ୍ର, ବସନ୍ତ କୁମାର ପାତ୍ର, ପଦ୍ମଲୋଚନ ନାୟକ, ବିଦ୍ୟୁତ୍‌ପ୍ରଭା ରାୟ, ସୁମିତ୍ରା ମିଶ୍ର, ସୁମନ ରାୟ, ସତ୍ୟସାଇ ସେବା ସଂସ୍ଥାର ରାହାସ ବିହାରୀ ପଣ୍ଡିତ ପ୍ରମୁଖ ଅଂଶଗ୍ରହଣ କରିଥିଲେ । ସୂଚନାଯୋଗ୍ୟ ଆସନ୍ତା ୨୫/୧୧/୨୦୨୦ ରିଖ ବୁଧବାର ଅପରାହ୍ନ ୪ଟା ୩୦ମି. ଋୁ ୫ଟା ମଧ୍ୟରେ ଅନ୍‌ଲାଇନ ମାଧ୍ୟମରେ ଜୁନିୟର ଗ୍ରୃପର (୧ମରୁ ୬ଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ) ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ ହେବ । ଏଥିପାଇଁ ପଞ୍ଜିକରଣ ସହ ହ୍ୱାଟସ ନମ୍ବର ଦେବାକୁ କୁହାଯାଇଛି । ପ୍ରତିଯୋଗିତା ପାଇଁ କୈାଣସି ଶୁଳ୍କ ବା ଦେୟ ଦେବାକୁ ପଡିବ ନାହିଁ । ଆସନ୍ତା ତା. ୨୯/୧୨/୨୦୨୦ରେ ୰ ଅଶୋକ ଦାସଙ୍କ ୧୨ତମ ତିରୋଧାନ ଦିବସ ଓ ‘ଉଦୟବଟ’ର ୧୭ତମ ବାର୍ଷିକୋତ୍ସବ ପାଳନ ଅବସରରେ କୃତି ପ୍ରତିଯୋଗୀମାନଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ଆଦି ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି । ଶେଷରେ ଢ଼େଙ୍କାନାଳର ସାମ୍ବାଦିକ ସୈାଭାଗ୍ୟ ମୁଦୁଲି ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close