ଯାଜପୁର ରୋଡ୍ ପୋଲିସ୍ ଦ୍ବାରା ଏକ ବଡ ଧରଣର ଚୋରି ରାକେଟ୍ ଠାବ, 5ଅଭିଯୁକ୍ତ ଗିରଫ୍

ବ୍ୟାସନଗ; ୦୮/୦୨:(ଶୁଭେନ୍ଦୁ ନାୟକଙ୍କ ଠାରୁ)  ଯାଜପୁର ରୋଡ୍ ପୋଲିସ୍ ଦ୍ବାରା ଏକ ବଡ ଧରଣର ଚୋର ରାକେଟ୍ ଠାବ। ଅନେକ ଚୋରୀ ସାମଗ୍ରୀ ଜବତ୍। 5ଅଭିଯୁକ୍ତ ଗିରଫ୍। ଗିରଫ୍ ଅଭିଯୁକ୍ତ ମାନେ ଯାଜପୁର ରୋଡ୍ ଥାନା ସାପଗାଡିଆ, ଚୂନଭାଟି ପ୍ଲଟ୍, ହାଉସିଂ ବୋର୍ଡ କଲୋନୀ, ଗାୟତ୍ରୀ ବିହାର, ପ୍ରିୟଦର୍ଶିନୀ ମାର୍ଗ ଓ ଜେନାପୁର ଥାନା ଅଞ୍ଚଳର ବୋଲି ଜଣାପଡିଛି। ଏମାନେ ବିଭିନ୍ନ ସ୍ଥାନରେ ଘରର ଗ୍ରୀଲ କବାଟ ଭାଙ୍ଗି ଚୋରୀ କରୁଥିଲେ। ଏକ ଲକ୍ଷ ନଗଦ ଟଙ୍କା ଓ ଚୋରୀ ସୁନା ଅଳଙ୍କାର ସହିତ 3ଟି ଏଲଇଡି ଟିଭି, 11ଟି ମୋବାଇଲ, 2ଟି ଲାପଟପ୍, 4ଟି ଇନଭର୍ଟର, 4ଟି ବ୍ୟାଟେରୀ, କ୍ୟାମେରା, ପ୍ରିଣ୍ଟର ଓ 4ଟି ୱାଟର ପମ୍ପ ଆଦି ଚୋରୀ ସାମଗ୍ରୀ ଗୁଡିକ ଜବତ୍ କରିଛି ପୋଲିସ୍। ଯାଜପୁର ରୋଡ୍ ଥାନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ସୂଚନା ଦେଲେ ଯାଜପୁର ଏସପି ରାହୁଲ୍ ପିଆର୍।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close