ବାସୁଦେବପୁରରେ ମହିଳାଙ୍କ ବେକରୁ ଚେନ ଝାମ୍ପି ନେଇ ପଳାଉଥିବା ବେଳେ ଜଣେ ଗିରଫ, ଜଣେ ଫେରାର

ବାସୁଦେବପୁର, ୧୮/୧୧(ସନ୍ତୋଷ ରଥଙ୍କ ଠାରୁ): ଭଦ୍ରଖ ଜିଲ୍ଲାର ବାସୁଦେବପୁର ଥାନା ଅର୍ନଗତ ବେତଡ଼ା ବିଦ୍ୟାଳୟର ଶିକ୍ଷୟତ୍ରୀ ରତ୍ନମଣୀ ଦାସ ଆଜି ଅପରାହ୍ନରେ ବିଦ୍ୟାଳୟରୁ ଫେରି ବାସୁଦେବପୁର ସତ୍‌ସଙ୍ଗ ନିକଟରେ ଥିବା ଏକ ପାର୍ଲରକୁ ଯାଉଥିବା ସମୟରେ ହଠାତ୍ ଏକ ବାଇକ ନଂ. ଓଡି-୨୨-କିଉ-୪୫୬୭ରେ ୦୨ଜଣ ଲୁଟେରା ଆସି ରତ୍ନମଣଈଙ୍କ ବେକରୁ ସୁନା ଚେନ ଝାମ୍ପି ନେଇ ପଳାଇଥିଲେ । ରତ୍ନମଣୀ ସଂଗେ ସଂଗେ ଚିତ୍କାର କରି ଡାକ ଛାଡିବା ପରେ ସ୍ଥାନୀୟ କିଛି ଲୋକେ ଲୁଟେରାଙ୍କୁ ପିଛା କରି ଜଣଙ୍କୁ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟ ଜଣେ ଲୁଟେରା ଚେନକୁ ନେଇ ଫେରାର ହୋଇଯାଇଥିବାର ଜଣାଯାଇଛି । ଘଟଣା ସଂର୍ପକରେ ରତ୍ନମଣୀ ବାସୁଦେବପୁର ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ବାଇକ ସହ ଲୋକେ ଧରିଥିବା ଜଣେ ଲୁଟେରାକୁ ଥାନାକୁ ନେଇ ତଦନ୍ତ ଚଳାଇଛନ୍ତି । ଏଥିସହ ଖସି ପଳାଇଯାଇଥିବା ଯୁବକ ଜଣଙ୍କୁ ଧରିବା ପାଇଁ ମଧ୍ୟ ପୋଲିସ ଚେଷ୍ଟା ଚଳାଇଛି । ସୂଚନାଯୋଗ୍ୟ, ଧରାପଡିଥିବା ଲୁଟେରା ଜଣକ ହେଉଛନ୍ତି ଭଦ୍ରଖ ଟାଉନ ଥାନା ଅର୍ନ୍ତଗତ ଚରମ୍ପା ଡଗରା ସାହିର ଭଗବାନ ଦଳେଇଙ୍କ ପୁଅ ଅନିରୁଦ୍ଧ ଦଳାଇ ଓରଫ ବାପି ବୋଲି ଜଣାପଡିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close