ବ୍ୟାସନଗର ଉଦୟବଟ ଓ ଉଦୟବଟ ଇ-ନ୍ୟୁଜ କାର୍ଯ୍ୟଳୟରେ ଅନ୍ତରାଷ୍ଟ୍ରୀୟ ମାନବାଧିକାର ଦିବସ ପାଳିତ

ବ୍ୟାସନଗର ; ୧୧/୧୨ : ବ୍ୟାସନଗର ପୋୖରାଞ୍ଚଳରେ ଥିବା ଉଦୟବଟ ଓ ଉଦୟବଟ ଇ-ନ୍ୟୁଜ କାର୍ଯ୍ୟଳୟରେ ପାଳିତ ହୋଇଯାଇଛି ଅନ୍ତରାଷ୍ଟ୍ରୀୟ ମାନବାଧିକାର ଦିବସ। ପ୍ରତି ବର୍ଷ ୧୦ ଡ଼ିସେମ୍ବରରେ ପାଳିତ ହୋଇଥାଏ ଏହି ଦିବସ । ୧୦ଡ଼ିସେମ୍ବର ୧୯୪୮ରେ ୟୁନାଇଟେଡ଼ ନେସନର ଜେନେରାଲ ଆସେମ୍ବ୍ଲି ଦ୍ୱାରା ମାନବ ଅଧିକାରକୁ  ସାର୍ବଭୌମ ଭାବରେ ସ୍ୱୀକୃତି ମିଳିବା ସହ ୨୮ ସେପ୍ଟେମ୍ବର ୧୯୯୩ରୁ ଭାରତରେ ମାନବାଧିକାର ଆଇନ କାର୍ଯ୍ୟକାରୀ ହୋଇଥିଲା। ଏଥିରେ ଅନ୍ତର୍ଗତ ଥିବା ବାଲ୍ୟ ବିବାହ ,ମହିଳା ଅଧିକାର, ଶିକ୍ଷା, ସାମାଜିକ ଜାଗରଣ, ମାନବକଲ୍ୟାଣ ଗତିବିଧି, ସାମାଜିକ ଅବୈଧ, କୁ ପ୍ରଥା, ଭାତୃତ୍ବଭାବ, ନୈତିକ କଳା, ବରିଷ୍ଠ ନାଗରିକ ଅଧିକାର, ନାରୀ ଜାଗରଣ, ଉପଭୋକ୍ତା ଅଧିକାର, ଶ୍ରମିକ ଅଧିକାର, ସୂଚନା ଅଧିକାର ଓ ସ୍ୱତନ୍ତ୍ରତା କ୍ଷେତ୍ରରେ ସମାଜକୁ ନୂତନ ଦିଗଦର୍ଶନ ଦେବା ସହ ସଚେତନତାର ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଦିଗରେ ଆଲୋଚନା କରାଯାଇଥିଲା ।

ସବୁ ମନୁଷ୍ୟ ଜନ୍ମରୁ ସ୍ୱାଧୀନ, ସେମାନଙ୍କର ମର୍ଯ୍ୟାଦା ଓ ଅଧିକାର ସମାନ । ମନୁଷ୍ୟ ପରସ୍ପର ପ୍ରତି ଭାତୃତ୍ବଭାବ ରଖି କାର୍ଯ୍ୟକରିବା ଦରକାର, କୌଣସି ପ୍ରକାର ଭେଦଭାବ ନ ରଖି ପ୍ରତ୍ୟେକ ବ୍ୟକ୍ତିଙ୍କୁ ସମସ୍ତ ଅଧିକାର ଓ ସ୍ୱାଧୀନତା ଲାଭ କରିବାର ହକଦାର ରହିଛି, ଶାନ୍ତିପୂର୍ଣ୍ଣ ଭାବରେ ସମବେତ ହେବାର ଓ ସଙ୍ଘ ଗଢ଼ିବାର ସ୍ୱାଧୀନତା ପ୍ରତ୍ୟେକଙ୍କର ଅଧିକାର ରହିଛି ବୋଲି ମାନବିକ ଅଧିକାର ଓ ସାମାଜିକ ନ୍ୟାୟ ପ୍ରଚାରକ ମଣ୍ଡଳର ଓଡ଼ିଶା ରାଜ୍ୟ ମୁଖ୍ୟ ସଚିବ ଦୀପକ ରଞ୍ଜନ ପାଣିଗ୍ରାହୀ ନିଜ ବକ୍ତବ୍ୟରେ କହିଛନ୍ତି। ଏହି ସଭାରେ ମୁଖ୍ୟ ଅତିଥି ଭାବେ ଉଦୟବଟ ଓ ଉଦୟବଟ ଇ-ନ୍ୟୁଜର ସମ୍ପାଦକ ଦୁଷ୍ମନ୍ତ କୁମାର ରାଉତ ଯୋଗଦେବା ସହ ପ୍ରତ୍ୟେକ ଲୋକର ମାନବିକ ମର୍ଯ୍ୟାଦା ଦୃଷ୍ଟିରୁ ନିଜ ପାଇଁ ଓ ନିଜ ପରିବାର ପାଇଁ ବଞ୍ଚି ରହିବା ଭଳି ନ୍ୟାୟ ପାଇବାର ଅଧିକାର ରହିଛି ବୋଲି ନିଜ ବକ୍ତବ୍ୟରେ କହିଛନ୍ତି ।ଏହାସହ ଉଦୟବଟ ଇ -ନ୍ୟୁଜର  ଢେଙ୍କାନାଳ ଜିଲ୍ଲା ପ୍ରତିନିଧି ସୌଭାଗ୍ୟ ମୁଦୁଲି, ଉଦୟବଟର ବିଜ୍ଞାପନ ଅଧିକାରୀ ସୁମନ ରାୟ, ରାଜକନିକା ପ୍ରତିନିଧି ଅମୀୟ କୁମାର ମାଝୀ ପ୍ରମୁଖ ଯୋଗଦେଇ ନିଜ ନିଜର ମତ ରଖିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close