ଧର୍ମଶାଳା ବ୍ଲକ ପଟୁଣିଆ ମା’ ତାରିଣୀ ମନ୍ଦିରର ବାର୍ଷିକୋତ୍ସବ

ପଟୁଣିଆ, ୧୬/୧୧ (ଅନୀଲ କୁମାର ସାମନ୍ତରାୟଙ୍କ ଠାରୁ): ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ପଟୁଣିଆ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ନିକଟରେ ଥିବା ମା’ ତାରିଣୀ ମନ୍ଦିରର ବାର୍ଷିକୋତ୍ସବ ଆଜି ପାଳିତ ହୋଇଯାଇଛି । ପଟୁଣିଆ ଗ୍ରାମର ବରିଷ୍ଠ ନାଗରିକ ତଥା ମା’ଙ୍କ ଭକ୍ତ ନୃସିଂହ ଚରଣ ସାମଲ ସପତ୍ନୀକ କର୍ତା ରୂପେ ବସି ପୂଜା କାର୍ଯ୍ୟ ସଂପାଦନ କରିଥିଲେ । ଏହି ମନ୍ଦିରର ମହିମାକୁ ପଂଚାୟତବାସୀଙ୍କ ସହ ବହୁ ପାଖ ପଡୋଶୀ ଗାଁର ଲୋକେ ଜାଣନ୍ତି ଓ ମା’ଙ୍କୁ ଭକ୍ତି ସହକାରେ ମାନନ୍ତି । ଚଳିତ ବର୍ଷ କୋଭିଡ କଟକଣା କାରଣରୁ ମା’ଙ୍କ ମନ୍ଦିରର ବାର୍ଷିକୋତ୍ସ ନିରାଡମ୍ବର ଭାବେ କରାଯାଇଛି । ହେଲେ ପୂଜା ଯଥା ବିଧି ମତେ ସଂପାଦିତ ହୋଇଛି । ପୂଜା ପାଇଁ ପ୍ରଶାସନ ଠାରୁ ଅନୁମତି ଅଣାଯାଇଥିବାର ଜଣାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close