କଳିଙ୍ଗନଗର ରାସ୍ତା ପାଲଟିଛି ମରଣଯନ୍ତା, ଭାରୀ ଯାନଙ୍କ ଦ୍ୱାରା ରାସ୍ତା ଅବରୋଧ, ପ୍ରଶାସନ ନୀରବ

କଳିଙ୍ଗନଗର, ୧୭/୧୦(ବସନ୍ତ କୁମାର ପାତ୍ରଙ୍କ ଠାରୁ): ଯାଜପୁର ଜିଲ୍ଲାର ଶିଳ୍ପ ସମୃଦ୍ଧ ଯାଜପୁରରୋଡ (ବ୍ୟାସନଗର)ର ଚୋରଦା-ଡୁବୁରୀ ରାସ୍ତା ଏବେ ଆଉ ସାଧାରଣ ଜନତାଙ୍କ ପାଇଁ ସୁରକ୍ଷିତ ହୋଇ ରହିନାହିଁ । ବରଂ ଏହା ଏବେ ଶିଳ୍ପ ସଂସ୍ଥାମାନଙ୍କର କୋକ୍‌, ଓର ଆଦି କଚାଂମାଲ ଓ ଉତ୍ପାଦିତ ସାମଗ୍ରୀ ଆଦି ପରିବହନ କରୁଥିବା ହାଇୱା, ଟ୍ରକ, ଟ୍ରଲର, ଟ୍ରାକ୍ଟର ଆଦିଗୁଡିକ କବଜାରେ ଅଧିକାଂଶ ସମୟ ରହୁଥିବାରୁ ସାଧାରଣ ଲୋକେ ଖାସ୍ ଏଥିପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ବିଶେଷକରି ବିଆରପିଏଲ ସାମନା ଓ ଟାଟା ଷ୍ଟିଲ ମ୍ୟାଟେରିଆଲ ଗେଟ ସାମନା ରାସ୍ତା, ଖୁରୁଟିଂ ନିକଟରେ, ଜିନ୍ଦଲ ଷ୍ଟେନଲେସ ଲିମିଟେଡ ଗେଟ୍ ସାମନା ରାସ୍ତା ଆଦି ଅଂଶ ଏଥିପାଇଁ ବିଶେଷ ଭାବେ କ୍ଷତିଗ୍ରସ୍ତ ହେବା ସହ ସାଧାରଣ ଲୋକଙ୍କ ପାଇଁ ଏହି ଅଂଚଳ ଏବେ ମରଣଯନ୍ତା ପାଲଟିଛି । ଭାରୀଯାନଗୁଡିକ ଅଧିକାଂଶ ବେଳେ ରାସ୍ତାକୁ ଅବରୋଧ କରିବା ସହ ଅନ୍ୟ ଛୋଟ ଛୋଟ ଗାଡି, ବାଇକ ଓ ସାଇକେଲ ଆରୋହୀ, ପଥଚାରୀ ଆଦିମାନଙ୍କୁ ରାସ୍ତା ଛାଡୁ ନାହାନ୍ତି । ବରଂ ସେମାନଙ୍କୁ ଅତ୍ୟଧିକ କୋଳାହଳ ଓ ଗାଡିର ଅନିୟନ୍ତ୍ରିତ ଓ ବେପରୁଆ ଚାଳନା ସେମାନଙ୍କ ଠାରେ ଭୟ ସୃଷ୍ଟି କରୁଛି । ଟିକିଏ ଅସବଧାନ ହେଲେ ବାଇକ ଆରୋହୀ ଆଦି ଭୁଷଭାଷ କାଟୁଥିବା ଭାରୀଯାନରେ କୁଟି ହୋଇ ଦୁର୍ଘଟଣା ଗ୍ରସ୍ତ ହେବା ସାର ହେବ । ଏଭଳି ସମ୍ବେଦନଶୀଳ ଓ ଦୁର୍ଘଟଣା ପ୍ରବଣ ଅଂଚଳରେ ପୋଲିସ ପହଁରା ମଧ୍ୟ ହେଉ ନାହିଁ । ରାଜରାସ୍ତାକୁ ସାଧାରଣ ଜନତାଙ୍କ ପାଇଁ ସଙ୍କୁଚିତ କରି ଶିଳ୍ପ ସଂସ୍ଥାମାନଙ୍କ ଗାଡିଘୋଡାର ରାଜୁତି ପାଇଁ ଛାଡି ଦେବାର ବ୍ୟବସ୍ଥାକୁ ଅନେକ ଆଉ ବରଦାସ୍ତ କରିପାରୁ ନାହାନ୍ତି । ତେଣୁ ଜିଲ୍ଲା ପ୍ରଶାସନ ଏହା ଉପରେ ଧ୍ୟାନ ଦେଇ ଧନଜୀବନକୁ ସୁରକ୍ଷିତ ରଖିବା ପାଇଁ ପ୍ରତିକାରମୂଳକ ବ୍ୟବସ୍ଥା କରିବା ସହ ପୂର୍ତ ବିଭାଗର ଯନ୍ତ୍ରୀମାନେ କମିଶନି ନ ଖାଇ ମଜଭୂତ ରାସ୍ତା ନିର୍ମାଣ କରିବା ଉପରେ ପ୍ରାଧାନ୍ୟ ଦେବାକୁ ଦାବୀ ହେଉଛି । ରାସ୍ତାର ଏସବୁ ଅଂଚଳ ଭାରୀଯାନଗୁଡିକର ଚକାରେ ଆସୁଥିବା କାଦୁଅ ଓ ପଙ୍କରେ ବୋଳି ହୋଇ ଖସଡା ପାଲଟିବା ସହ ଭାଙ୍ଗିରୁଜି ଯାଇଥିବା ଖାଲଖମା ଅଂଶରେ ଥିବା ଗୋଡି ବାଲି ଆଦି ପଥଚାରୀ ଓ ବାଇକ ଆରୋହୀଙ୍କ ଉପରକୁ ଛିଟୁକୁଥିବାରୁ ସେସବୁ ଅଚଂଳକୁ ସାମନାରେ ଥିବା ଶିଳ୍ପ ସଂସ୍ଥାମାନେ ପରିଷ୍କାର ପରିଚ୍ଛନ୍ନ କରିବା ସହ ପୂର୍ତ ବିଭାଗ ଯୁଦ୍ଧକାଳୀନ ଭିତିରେ ତାହାକୁ ମରାମତି କରିବା ଉଚିତ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close