ଭୁବନ ବ୍ଲକ ଅଁଳାଝରୀ ଗ୍ରାମର ରେଣୁକାଙ୍କ ଚିକିତ୍ସା ପାଇଁ ବାଧକ ସାଜିଛି ଅର୍ଥ

ଭୁବନ, ୧୩/୧୧(ସଚ୍ଚିଦାନନ୍ଦ ନାଥଙ୍କ ଠାରୁ): ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍‌ର ଅଁଳାଝରୀ ଗ୍ରାମର ରେଣୁକା ରାଉତ (୩୬ବର୍ଷ)ଙ୍କ ବେକରେ ପ୍ରଥମେ ଏକ ଆବୁ ଭଳି ବାହାରିଥିବା ବ୍ୟାଧି କ୍ରମେ କ୍ରମେ ବଢ଼ି ବିରାଟକାୟ ହେବାରେ ଲାଗିଛି । ୨୦ବର୍ଷ ତଳୁ ଏହି ଫୁଲାରୋଗ ଦେଖାଦେଇଥିଲେ ହେଁ ପଇସା ଅଭାବରୁ ସେ ଚିକିତ୍ସା କରାଇପାରି ନ ଥିଲେ । ମିଡିଆରେ ଏ ସଂର୍ପକରେ ଖବର ପ୍ରସାର ହେବା ପରେ ପ୍ରଶାସନ ପକ୍ଷରୁ ସାହାଯ୍ୟର ହାତ ବଢ଼ାଯାଇଛି । ଇତିମଧ୍ୟରେ ନିକଟସ୍ଥ ସି.ଏଚ.ସିର ମେଡିକାଲ ଅଧିକାରୀ ଡ଼ା. ଭଗବତ ମାଝୀ ପ୍ରମୁଖ ତାଙ୍କ ନିକଟରେ ପହଚିଂ ଉପଯୁକ୍ତ ସେବା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି । ଫଳରେ ରେଣୁକାଙ୍କ ମନରେ ନୂଆ ଆଶାର ସଂଚାର ହୋଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close