ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଡ଼ ଘୋଷଣା , ନୂଆ କର୍ମଚାରୀଙ୍କ ପି ଏଫ ଦେବ କେନ୍ଦ୍ର ସରକାର

ନୂଆଦିଲ୍ଲୀ ; ୧୩/୧୧: ନୂତନ କର୍ମଚାରୀଙ୍କ ପାଇଁ କେନ୍ଦ୍ର ସରକାର ବଡ଼ ଘୋଷଣା କରିଛନ୍ତି। ଦେଶର ଅର୍ଥନୀତିକୁ ସୁଦୃଢ କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ପ୍ୟାକେଜ ରଖିଛନ୍ତି।ନିଯୁକ୍ତିକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଆରମ୍ଭ କରିଛନ୍ତି। ଏକ ହଜାରରୁ କମ କର୍ମଚାରୀରେ ଚାଲୁଥିବା ସଂସ୍ଥା ଗୁଡ଼ିକରେ ନୂତନ ଭାବେ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ପିଏଫ ଆଗାମୀ ୨ବର୍ଷ ଯାଏଁ କେନ୍ଦ୍ର ସରକାର ଦେବ ବୋଲି ଘୋଷଣା କରାଯାଇଛି। କୋଭିଡ ମହାମାରୀର ସଙ୍କଟ କାଳରେ ଏହି ବଡ଼ ଘୋଷଣା ନୂତନ କର୍ମଚାରୀଙ୍କ ପାଇଁ ଫଳପ୍ରଦ ହେବ ବୋଲି ଆଶା ରଖାଯାଇଛି। ପି ଏଫର ୨୪% ସବସିଡି ରୂପେ କେନ୍ଦ୍ର ସରକାର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଯୋଜନାକୁ ୧ଅକ୍ଟୋବର ୨୦୨୦ରୁ ଲାଗୁ କରିବାକୁ ନିଷ୍ପତ୍ତି ନିଆଯାଇଛି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close