ଯାଜପୁର ଭିଜିଲାନସ ବିଭାଗ ପକ୍ଷରୁ ଚଢ଼ଉ

ଯାଜପୁର, ୧୨/୧୧ (ସନ୍ତୋଷ ରଥଙ୍କ ଠାରୁ): ଯାଜପୁର ଭିଜିଲାନସ ବିଭାଗ ପକ୍ଷରୁ ଧର୍ମଶାଳା ସବରେଜିଷ୍ଟ୍ରର ଅଫିସର କିରାଣି ରତ୍ନାକର ମହାନ୍ତିଙ୍କ ଚହଟା ବାସଭବନ,ଜାରକା,ଚାନ୍ଦପୁର ସମେତ ଟି ଜାଗାରେ ଚଢାଉ ଜାରି ରହିଛି । ଏହି କର୍ମଚାରୀଙ୍କ ବିରୁଦ୍ଧରେ ଆୟ ବହିର୍ଭୁତ ସମ୍ପତି ଠୁଳ ଥିବା ଅଭିଯୋଗରେ ଯାଜପୁର ଓ କେନ୍ଦ୍ରାପଡା ଭିଜିଲାନ୍ସ ବିଭାଗର ମିଳିତ ଚଢ଼ାଉ । ଆଜି ଭୋରରୁ ଚଢାଉ ଜାରି ରହିଛି । ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ସୂଚନା । କିରାଣୀଙ୍କ ନିଜସ୍ବ ଗାଁ ଚହଟା ଘରୁ ନଗଦ ପାଖାପାଖି ୮ ଲକ୍ଷ ଟଙ୍କା ଜବତ ହୋଇଥିବା ବେଳେ ସୁନା ରୁପା ଅଳଙ୍କାର ମଧ୍ୟ ଜବତ ହୋଇଛି । ଏଥିସହ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ ସହ ଅଧିକ ତଦନ୍ତ ଜାରି ରହିଥିବା ଭିଜିଲାନ୍ସ ଡ଼ିଏସପି ସୁରେନ୍ଦ୍ରନାଥ ରାୟଗୁରୁ ସୂଚନା ଦେଇଛନ୍ତି । ତାଙ୍କ ଠାରୁ ବର୍ତମାନ ସୁଦ୍ଧା ୧କୋଟି ୨୯ଲକ୍ଷ ୩୫ ହଜାର ୫୭୪ଟଙ୍କା ସଂପତି ଠାବ ହେବା ସହ ଅଧିକ ତଦନ୍ତ ଚାଲିଥିବା ଜଣାଯାଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close