ଛତିଆ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟରେ ଯାଜପୁର ଜିଲ୍ଲାର ପ୍ରଥମ ଇନଡୋର ଷ୍ଟାଡିୟମ ଉଦ୍‌ଘାଟିତ

ଛତିଆ,୧୧/୧୧(ବିଭୁପ୍ରସାଦ ଲେଙ୍କାଙ୍କ ଠାରୁ): ବୈଷୟିକ ଶିକ୍ଷା, ପ୍ରଯୁକ୍ତି ବିଦ୍ୟା ସହ ଭଲ ମଣିଷ ଗଢିବା ପାଇଁ ମାନବିକ ମୂଲ୍ୟବୋଧପୂର୍ଣ୍ଣ ପ୍ଧଙ୍ଖ ପଢା ଉପରେ ଗୁରୁତ୍ୱ ଦେବାକୁ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ ଆହ୍ୱାନ କରିଛନ୍ତି ।
ଯାଜପୁର ଜିଲ୍ଲା ବଡଚଣା ବ୍ଲକ ଅନ୍ତର୍ଗତ ମହାପୁରୁଷ ହାଡିଦାସ ମହାବିଦ୍ୟାଳୟ ପରିସରରେ ୭୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଜିଲ୍ଲାର ପ୍ରଥମ ଇନଡୋର ଷ୍ଟାଡିୟମକୁ ମଙ୍ଗଳବାର ଉଦଘାଟନ କରିଛନ୍ତି ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଅମର ପ୍ରସାଦ ଶତପଥୀ । ଏହାସହ ଛତିଆ କଲେଜ ପରିସରରେ ୧୦ ଲକ୍ଷ ଟଙ୍କାର ବିଜ୍ଞାନ ଗୃହ, ୨.୫ ଲକ୍ଷ ଟଙ୍କାର ପମ୍ପ ହାଉସକୁ ମଧ୍ୟ ସେ ଉଦଘାଟନ କରିଥିଲେ । ଏହି ଅବସରରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ଶତପଥି କହିଛନ୍ତି ଯେ, ଅବକ୍ଷୟମୁଖୀ ଲୋକ ଚରିତ୍ର ଉଭୟ ବ୍ୟକ୍ତି ଏବଂ ସମାଜ ଜୀବନ ପାଇଁ ବିପଦଜନକ ହୋଇପଡିଛି । ସେଥିପାଇଁ ଶିକ୍ଷକ ତଥା ଅଧ୍ୟାପକମାନେ ଶିକ୍ଷା ସହ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ମାନବିକ ମୂଲ୍ୟବୋଧ ଉଜ୍ଜିବିତ କରିବାକୁ ଆହ୍ୱାନ ଦେଇଥିଲେ । ଯୁଗ ସହ ତାଳ ଦେଇ ଆଗେଇବାକୁ ହେଲେ ଆମର ଛାତ୍ରଛାତ୍ରୀମାନେ ବୈଷୟିକ ତଥା ଧନ୍ଦା ମୂଳକ ଶିକ୍ଷା ସହ ପ୍ରଯୁକ୍ତି ବିଦ୍ୟାରେ ଅଧିକ ଦକ୍ଷ ହେବା ଆବଶ୍ୟକ । ଏହି ଶିକ୍ଷା ପ୍ରଦାନ ଦିଗରେ ପ୍ରତ୍ୟେକ ଶିକ୍ଷାନୁଷ୍ଠାନ ଗୁରୁତ୍ୱ ଦେବାକୁ ଅମର ମତ ପ୍ରକାଶ କରିଥିଲେ । ସେ କହିଥିଲେ ଯେ, କରୋନା ମହାବିପତି ମଣିଷ ଜାତିକୁ ଅନେକ କିଛି ଭାବିବାକୁ ଏବଂ ସମୟ ଉପଯୋଗୀ କାର୍ଯ୍ୟ କରିବାକୁ ବାଧ୍ୟ କରିଛି । ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ଦ୍ୱାରା ମଣିଷ କରୋନା ସମୟରେ ପାଠପଢା ଠାରୁ ଆରମ୍ବ କରି ସବୁକିଛି କରିବାକୁ ଶିକ୍ଷାଲାଭ କରିଛି । କଲେଜ ଅଧ୍ୟକ୍ଷ ପ୍ରଫେସର ଡ. ସଂଜୀବ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଧ୍ୟାପିକା ଡ. ଚନ୍ଦ୍ରକଳା ନାୟକ ଅତିଥି ପରିଚୟ ପ୍ରଦାନ କରିବା ସହ ବଡଚଣା ବିଧାୟକ ଏବଂ କଲେଜ ଅଧ୍ୟକ୍ଷଙ୍କ ବିଭିନ୍ନ ସମୟ ଉପଯୋଗୀ ପଦକ୍ଷେପ ସଂପର୍କରେ ଆଲୋକପାତ କରିଥିଲେ । ଏଥିରେ ପଂଚାୟତ ସମିତି ଅଧ୍ୟକ୍ଷ ଭାଗ୍ୟଧର ମଲିକ, ଜିଲ୍ଲା ପରିଷଦ ସଭ୍ୟ ଅରବିନ୍ଦ ସାମଲ, ସରପଂଚ ନୟନା ମହାନ୍ତି, ପୂର୍ବତନ କଲେଜ ଅଧ୍ୟକ୍ଷ ପ୍ରଫେସର କେଶବ ଚନ୍ଦ୍ର ଦାଶ, ମାଧବାନନ୍ଦ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ । କଲେଜର ବିକାଶ କ୍ଷେତ୍ରରେ ବହୁ ଅବଦାନ ଥିବା ପୂର୍ବତନ ସରପଂଚ ତଥା ବରିଷ୍ଠ ସଂଗଠକ ସଚ୍ଚି ସାମନ୍ତରାୟ, ଅଧ୍ୟାପକ ସୁକାନ୍ତ ଜେନାଙ୍କ ବିୟୋଗରେ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇ ଥିଲା । ଏନ.ସି.ସି ଶାଖା ତରଫରୁ ମୁଖ୍ୟ ଅତିଥିଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଶେଷରେ ଅଧ୍ୟାପିକା କବିତା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close