ଯାଜପୁରରୋଡର ଚୂନଭାଟି ଅଂଚଳରୁ ୦୩ ଲକ୍ଷ ଟଙ୍କାରୁ ଉର୍ଦ୍ଧ ମୂଲ୍ୟର ଧଳା ଜହର ଜବତ, ୦୩ ଗିରଫ

ଯାଜପୁରରୋଡ, ୦୯/୧୧(ସନ୍ତୋଷ ରଥଙ୍କ ଠାରୁ): ଯାଜପୁରରୋଡ ଆଦର୍ଶ ଥାନା ଅର୍ନ୍ତଗତ ଚୂନଭାଟି ଅଞ୍ଚଳରୁ ୩୧ଗ୍ରାମ ବ୍ରାଉନସୁଗାର ସହ ଏଥିରେ ସଂପୃକ୍ତ ଏକ ନାଲି ରଙ୍ଗର ଇଣ୍ଡିଗୋ କାରକୁ ଜବତ କରିଛି ଅବକାରୀ ବିଭାଗ । କାରଟିର ନମ୍ବର ଓଆର-୦୯ ଏଚ୍‌-୦୨୨୨ ହୋଇଥିବା ବେଳେ ୩ ଜଣକୁ ଗିରଫ୍ କରିବାରେ ସଫଳ ହୋଇଛି ଯାଜପୁର ଅବକାରୀ ବିଭାଗର ସ୍ପେଶାଲ ସ୍କ୍ବାର୍ଡ । ଗତକାଲି ରାତିରେ ଏହି କାରବାର ସମ୍ପର୍କିତ ଖବର ପାଇବା ପରେ ଅବକାରୀ ବିଭାଗର ଏକ ସ୍ପେଶାଲ ସ୍କ୍ବାର୍ଡ ଚଢାଉ କରି ୩୧ ଗ୍ରାମ ବ୍ରାଉନସୁଗର୍ ଓ ଗୋଟିଏ କାର୍ ଜବତ୍ କରିବା ସହ ଘଟଣା ସ୍ଥଳରୁ ୩ଜଣଙ୍କୁ ଗିରଫ କରିବାକୁ ସଫଳ ହୋଇଥିଲେ । ଗିରଫ୍ ୩ଜଣ ହେଲେ ସ୍ଥାନୀୟ ପଦ୍ମପୁର ଅଞ୍ଚଳର ଅଜୁ ଦାସ୍, ମନୋଜ ଦାସ୍ ଓ ନାରାୟଣ ଦାସ୍ । ଜବତ୍ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ ଟଙ୍କା ହେବ ବୋଲି କୁହାଯାଇଛି । ଏଥିସହ ଘଟଣାର ଅଧିକ ତଦନ୍ତ ଚାଲିଛି ବୋଲି ଅବକାରୀ ସୁପରିନଟେଣ୍ଡେଣ୍ଟ ଦେବୀପ୍ରସାଦ ଦାସ ସୁଚନା ଦେଇଛନ୍ତି।
ସୂଚନାଯୋଗ୍ୟ, ଏହି ବ୍ୟାସନଗର ଅଂଚଳରେ ରୀତିମତ ଧଳା ଜହର କାରବାର ଚାଲିଥିବାର ଅଭିଯୋଗ ହେଉଥିଲେ ହେଁ କାଁ ଭାଁ ଚଢ଼ଉ ହୋଇଥାଏ । ଏହି କାରବାରର ମାଷ୍ଟରମାଇଣ୍ଡ ପାଖରେ ତଦନ୍ତ ପହଂଚୁନଥିବାର କୁହାଯାଉଛି । ଗିରଫ ଏହି ୦୩ଜଣଙ୍କ ଠାରୁ ତଥ୍ୟ ଆଦାୟ କରି କାରବାରର ମୁଖ୍ୟ କାପର୍ଟଦାରଙ୍କ ପର୍ଦ୍ଦାଫାସ କରିବାକୁ ବିଭିନ୍ନ ମହଲରେ ଦାବୀ ହେଉଛି । ଏହି ସାମଗ୍ରୀ କେଉଁଠୁ ଆସୁଛି, କିଏ ଷ୍ଟକ୍ ରଖି ପିଲାଙ୍କୁ ମାଧ୍ୟମ କରି ବିକ୍ରିବଟା କରି ଲକ୍ଷ ଲକ୍ଷ ଟଙ୍କା କମାଉଛି ଓ ବ୍ୟବସାୟର ଚେର କୁଆଡେ କୁଆଡେ ଲମ୍ବିଛି…ଏସବୁର ବିଧିବଦ୍ଧ ତଦନ୍ତ ଉଚିତ୍ । ନୋଚେତ୍ ଚୋରଙ୍କ ମୁହଁ ଟାଣ ପରି ଭିନ୍ନ ଭିନ୍ନ ପିଲାଙ୍କୁ ଢ଼ାଲ କରି ମୁଖ୍ୟ ଆସାମୀ ସବୁ ସମୟରେ ଖସିଯାଇ ଏପରି କାରବାର କରିଚାଲିଥିବ । ଲୋକ ଦେଖିବାରେ କିଛି କାମଦାମ କରୁ ନ ଥିଲେ ହେଁ ଏପରି କଳାବେପାର କରି ଲକ୍ଷ ଲକ୍ଷ ଟଙ୍କା ଅନାୟସରେ ରୋଜଗାର କରି ପୁଣି ଗରୀବ ଲୋକଙ୍କୁ ଉଚ୍ଚ ହାରରେ ସୁଧିଆ ଲଗାଇ ବା ଗାଡି ଘୋଡା, ଅଟ୍ଟାଳିକା କରି କତିପୟ ତିଳକ ଚିତାକଟା ଭଦ୍ରମୁଖା ତାଙ୍କର ନିଶା ସାମ୍ରାଜ୍ୟ ବିସ୍ତାର କରିବାରେ ଲାଗିଛନ୍ତି । ଏମାନଙ୍କ ମୁହଁ ଫୁଟାଣି ବି କିଛି କମ ନୁହେଁ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close