ଡ଼କାୟତ ଯୋଜନା ପଣ୍ଡ, ଯାଜପୁରରୋଡ ପୋଲିସ ଦ୍ୱାରା ୫ ଡକାୟତ ଗିରଫ

ଯାଜପୁରରୋଡ, ୦୯/୧୧(ସନ୍ତୋଷ ରଥଙ୍କ ଠାରୁ): ଯାଜପୁରରୋଡ ଆଦର୍ଶ ଥାନା ଅଂଚଳରେ ଆଉ ଏକ ବଡ଼ ଧରଣର ଡକାୟତି ଯୋଜନାକୁ ପଣ୍ଡ କରିଛି ପୋଲିସ । ସ୍ଥାନୀୟ ଅଂଚଳରେ ଏକ ଡକାୟତି କାଣ୍ଡ ଘଟାଇବାକୁ ଯୋଜନା କରୁଥିବା ବେଳେ ଯାଜପୁରରୋଡ ଆଦର୍ଶ ଥାନା ପକ୍ଷରୁ ଅର୍ତକିତ ଚଢ଼ଉ ଫଳରେ ୦୫ଜଣ ଡକାୟତଙ୍କୁ କାବୁ କରାଯିବା ସହ ସେମାନଙ୍କ ନିକଟରୁ ଏକ ନକ୍ସା, ୦୨ଟି ଜୀବନ୍ତ ବୋମା, ଏକ ପିସ୍ତଲ, ୦୩ଟି ଅଫୁଟା ଗୁଳି, ୩,୫୦୦/-ଟଙ୍କା ନଗଦ ଟଙ୍କା, ସୁନା ରୂପା ଅଳଙ୍କାର ସମେତ ୫ଟି ହାତ ଘଂଟା, ୧୧ଟି ମୋବାଇଲ ଫୋନ, ୦୨ଟି ଗ୍ଲାମର ବାଇକ୍ ଜବତ କରାଯାଇଛି ବୋଲି ଆଜି ଅପରାହ୍ନରେ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଥିଲା । ଗିରଫ ଡକାୟତମାନଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛିା । ଗିରଫ ଡକାୟତମାନଙ୍କ ବ୍ୟାସନଗର ପୈାରାଚଂଳ ସ୍ଥିତ ମୁଣ୍ଡମାଳର ୦୧ଜଣ, କଟକର ୦୨ଜଣ, ଗଂଜାମ ଜିଲ୍ଲା ଦିଗପହଣ୍ଡିର ୦୧ଜଣ, କେନ୍ଦ୍ରାପଡାର ୦୧ଜଣ ଅଛନ୍ତି ବୋଲି ଜଣାଯାଇଛି । ସେମାନେ ହେଲେ ଅଜୟ ମଲ୍ଲିକ ଓରଫ ଅଜୁ, ସନ୍ତୋଷ ପୃଷ୍ଟି ଓରଫ ବାବା, ଅନିରୁଦ୍ଧ ମହାରଣା ଓରଫ ଟୁନା, ପ୍ରଶାନ୍ତ ନାୟକ, ଦେବପ୍ରସାଦ ହୋତା । ଯାଜପୁରରୋଡ ଏସ.ଡି.ପି.ଓ ଚିନ୍ମୟ କୁମାର ନାୟକ, ଥାନା ଅଧିକାରୀ ଅନୀଲ କୁମାର ମହାନ୍ତି, ଅଧିକାରୀ ସୁବାଷ ମୁଦୁଲି ପ୍ରମୁଖ ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ରହି ସୂଚନା ପ୍ରଦାନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close