୧୬ନଂ. ଜାତୀୟ ରାଜପଥର ରଥିଆ ନିକଟରେ ଅଟକି ଥିବା ଟ୍ରକକୁ ଏକ ସ୍କୁଟି ପଛ ପଟୁ ପିଟିବାରୁ ମଝିଆ ଭଉଣୀ ମୃତ ଓ ବଡ଼ ଭଉଣୀ ଗୁରୁତର

ଯାଜପୁର,୮/୧୧(ସନ୍ତୋଷ ରଥ/ପଦ୍ମଲୋଚନ ନାୟକଙ୍କ ଠାରୁ): ୧୬ ନମ୍ବର ଜାତୀୟ ରାଜପଥର ରଥିଆ ଛକ ନିକଟରେ ଆଜି ସକାଳ ପ୍ରାୟ ୦୮ ଘଟିକା ସମୟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁର ଗ୍ରାମର ସନ୍ତୋଷ ବେହେରାଙ୍କ ଦଶମ ଶ୍ରେଣୀ ପଢୁଆ ମଝିଆ ଝିଅ ଶ୍ୱେତା(୧୫ ବର୍ଷ) ମୃତ୍ୟୁବରଣ କରିଥିବା ବେଳେ ବଡ ଝିଅ ସଂଗୀତା(୧୮ ବର୍ଷ) ଗୁରୁତର ଆହତ ହୋଇଛନ୍ତି ! ବଡ଼ ଭଉଣୀଙ୍କୁ ପଛରେ ବସାଇ ସାନ ଭଉଣୀ ଏକ ସ୍କୁଟି ଚଳାଇ ଜାରକା ବଜାରକୁ ଟ୍ୟୁସନ ପାଇଁ ଯାଉଥିବା ସମୟରେ ଅନ୍ୟମନସ୍କତା ବଶତଃ ପୂର୍ବରୁ ରାସ୍ତା କଡ଼ରେ ଅଟକି ରହିଥିବା ଏକ ଟ୍ରକ୍ ପଛରେ ଖୁବ୍ ଯୋରରେ ପିଟିବା ଯୋଗୁଁ ବଡ଼ ଭଉଣୀ ଛିଟିକି ତଳେ ପଡ଼ି ଯାଇଥିଲେ ମାତ୍ର ସାନ ଭଉଣୀଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇ ଯାଇଥିଲା ! ସେ ଟ୍ରକ ଭିତରେ ପଶିଯାଇଥିଲେ । ତେଣୁ ଅବିଭାବକମାନେ ଏତେ ଛୋଟ ଛୋଟ ପିଲାଙ୍କୁ ଗାଡି ଦେଇ ରାଜରାସ୍ତାରେ ଯିବା ପାଇଁ ଛାଡିବାର ଅଭ୍ୟାସକୁ ପରିତ୍ୟାଗ କରିବା ଉଚିତ୍ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close