ଆନନ୍ଦପୁର ସିଂହନାଳୀରେ ୨୪ ମେଗାୱାଟ ବିଶିଷ୍ଟ ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପ ଉଦଘାଟିତ

ଆନନ୍ଦପୁର ; ୦୭/୧୧(ଦୀପକ ରଞ୍ଜନ ପାଣିଗ୍ରାହୀଙ୍କ ଠାରୁ): ଆଜି ଭିଡ଼ିଓ କନଫରେନସିଂ ଜରିଆରେ ଆନନ୍ଦପୁର ସିଂହନାଳୀରେ ୨୪ ମେଗାୱାଟ ବିଶିଷ୍ଟ ବୈତରଣୀ କ୍ଷୁଦ୍ର ଜଳବିଦ୍ୟୁତ ପ୍ରକଳ୍ପର ଉଦଘାଟିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବକ୍ତବ୍ୟରେ କହିଛନ୍ତି କେନ୍ଦୁଝର ଜିଲ୍ଲାର ଉଭୟ ଦେଶ ଓ ରାଜ୍ୟ ଅର୍ଥନୀତିରେ ବିଶେଷ ଅବଦାନ ରହିଛି। କେନ୍ଦୁଝରରେ ମେଡିକାଲ କଲେଜ ଓ ହସ୍ପିଟାଲ କାର୍ଯ୍ୟ ଆଗେଇ ଚାଲୁଥିବା ବେଳେ ଜିଲ୍ଲାର ସମସ୍ତ ରାସ୍ତାର ନବନୀକରଣ  ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଜିଲ୍ଲାରେ ପିଇବା ପାଣି ପ୍ରକଳ୍ପ ରେ ସବୁ ଗ୍ରାମ ଓ ସହରକୁ ପାଇପ ପାଣି ଯୋଗାଇଦେବା କାର୍ଯ୍ୟ ଯଥାଶୀଘ୍ର  ସମ୍ପନ୍ନ ହେବ ବୋଲି ମନ୍ତ୍ରୀ କହିଛନ୍ତି। ଜିଲ୍ଲା ଖଣିଜ ପାଣ୍ଠିର ଟଙ୍କା ହେଉଛି ଲୋକଙ୍କ ଟଙ୍କା ଏସବୁ ଟଙ୍କା କେବଳ ଲୋକ କଲ୍ୟାଣ ପାଇଁ ଖର୍ଚ୍ଚ କରାଯିବ ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି। ବୈତରଣୀ ନଦୀ ଉପରେ ନିର୍ମିତ ଏହି ମେଗା ପ୍ରକଳ୍ପ ହାଇଦ୍ରାବାଦ ସ୍ଥିତ ବୈତରଣୀ ପାୱାର ପ୍ରୋଜେକ୍ଟ ପ୍ରାଇଭେଟ ଲିମିଟେଡ଼ ଦ୍ୱାରା ସ୍ଥାପନ କରାଯାଇଛି। ଏଥିରୁ ରାଜ୍ୟର ଗ୍ରୀଡ଼ ବର୍ଷକୁ ୧୦୦ ମିଲିଅନ ୟୁନିଟ ବିଜୁଳି ପାଇପାରିବ ଏହା ଦ୍ୱାରା ଆନନ୍ଦପୁର ତଥା ଆଖପାଖ ଅଞ୍ଚଳର ଲୋକେ ବିଜୁଳି ସୁବିଧା ପାଇପାରିବେ ବୋଲି ଆଶଙ୍କା ରହିଛି । ଏହି ଅଵସରରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି ଯେ ଏହି ପ୍ରକଳ୍ପ ଦ୍ବାରା ଅକ୍ଷୟ ଶକ୍ତି କ୍ଷେତ୍ରରେ ରାଜ୍ୟର କ୍ଷମତା ବଢ଼ିଛି। ଏହା ଦ୍ୱାରା ସାରା ଓଡ଼ିଶାବାସୀ ଉପକୃତ ହେବେ । ବୈତରଣୀ  କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ହେଉଛି ସବୁଜ ଓ ପୁନଃ ବ୍ୟବହାରକ୍ଷମ ଶକ୍ତି କ୍ଷେତ୍ରରେ ଏକ ନୂତନ ରୂପ ନେବା ସହ ଏହିଭଳି ଅନେକ ଛୋଟ ଛୋଟ ଶକ୍ତି ପ୍ରକଳ୍ପ ଦ୍ବାରା ଓଡ଼ିଶା ପରିବେଶ ପରିବର୍ତ୍ତନ ଆହ୍ୱାନକୁ ଠିକ ଭାବରେ ମୁକାବିଲା କରିପାରିବ ବୋଲି ମନ୍ତ୍ରୀକହିଛନ୍ତି। ଏହି ଅବସରରେ କେନ୍ଦୁଝର ସାଂସଦ,ଘଷିପୁରା ବିଧାୟକ ଏବଂ ଆନନ୍ଦପୁର ବିଧାୟକ ପ୍ରମୁଖ ନିଜନିଜର ବକ୍ତବ୍ୟ ରଖିଥିଲେ। ଲୋୟର ବୈତରଣୀ ପାୱାର ପ୍ରକଳ୍ପର ପରିଚାଳନା ନିର୍ଦ୍ଦେଶକ ପ୍ରକଳ୍ପ ସମ୍ବନ୍ଧରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମ ସଂପର୍କରେ ଏକ ଭିଡ଼ିଓ ମଧ୍ୟ ପ୍ରଦର୍ଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଶକ୍ତି ବିଭାଗର ପ୍ରମୁଖ ସଚିବ ନିକୁଞ୍ଜ ବିହାରୀ ଧଳ ସ୍ୱାଗତ ଭାଷଣ ଦେବାସହ କେନ୍ଦୁଝର ଜିଲ୍ଲାପାଳ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ, ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ସମ୍ପୃକ୍ତ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ। ୫-ଟି ସଚିବ ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close