ଯାଜପୁରରେ ଗଣପର୍ବ କାଳୀ ପୂଜା ପାଳନ ନିମନ୍ତେ ପ୍ରଶାସନ ତରଫରୁ ପ୍ରସ୍ତୁତି ବୈଠକ

ଯାଜପୁର, ୬ା୧୧: କାଳୀ ପୂଜା ଜିଲ୍ଳ୍‌ାର ଏକ ଗଣପର୍ବ ହୋଇଥିବାରୁ ତାହାକୁ ନିରାଡମ୍ୱର ଭାବେ ପାଳନ ନିମନ୍ତେ ଗୈାତମ ବୁଦ୍ଧ ସଂସ୍କୃତି ଭବନ ଠାରେ ଅତିରିକ୍ତ ଜିଲ୍ଳ୍‌ାପାଳ ମିହିର ପ୍ରସାଦ ମହାନ୍ତିଙ୍କ ସଭାପତିତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରଥମେ ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ମହାନ୍ତି ଉପସ୍ଥିତ ପୂଜା ମଣ୍ଡପ ଗୁଡିକର ସଭାପତି, ସଂପାଦକ, ବୟୋଜ୍ୟେଷ୍ଠ ବ୍ୟକ୍ତି ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ସ୍ୱାଗତ କରିଥିଲେ । ବିଗତ ପୂଜା ଯଥା-ମା’ ବିରଜାଙ୍କ ରଥ ଯାତ୍ରା, ଲକ୍ଷ୍ମୀ ପୂଜା ଇତ୍ୟାଦିକୁ ଜିଲ୍ଳ୍‌ାବାସୀ କୋଭିଡ ନିୟମ ମଧ୍ୟରେ ଅନୁପାଳନ କରିଥିବାରୁ ଆଗାମୀ କାଳୀ ପୂଜାକୁ ସେହିଭଳି ନିରାଡମ୍ୱର ଭାବେ ପାଳନ କରିବେ ବୋଲି ପ୍ରଶାସନ ତରଫରୁ ଆସ୍ଥା ପ୍ରକଟ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ କର୍ଣ୍ଣାଟ କେଶରୀ ଦାସ ଏକ ବୈଠକ କରି ସମସ୍ତେ କୋଭିଡ ନିୟମକୁ ପାଳନ କରି ପୂଜା କରିବା ପାଇଁ ପ୍ରଶାସନକୁ ସାହାଯ୍ୟ କରିବେ ବୋଲି ଜଣାଇଥିଲେ । ଏପରି କି, ରଥଯାତ୍ରା ସମୟରେ ୧୪୪ ଧାରା ନିୟମକୁ ଲୋକେ ମାନି ଥିବାରୁ ଜିଲ୍ଳ୍‌ା ପ୍ରଶାସନ ସେଥିପାଇଁ ଧନ୍ୟବାଦ ଦେଇଥିଲେ । ପୂଜା ପାଳନ ଠାରୁ ଜନସ୍ୱାସ୍ଥ୍ୟ ରକ୍ଷା କରିବା ଆଗରେ ବୋଲି ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ମହାନ୍ତି ପ୍ରକାଶ କରିଥିଲେ । ପୂଜା ବିଧିମତେ ହେଉ ଏବଂ, ଲୋକେ ସୁରକ୍ଷିତ ରୁହନ୍ତୁ ବୋଲି ଉପଜିଲ୍ଳ୍‌ାପାଳ ନାରାୟଣ ଧଳ ମତବ୍ୟକ୍ତ କରିଥିଲେ । କୋଭିଡ ନିୟମାନୁସାରେ ଓ ଜିଲ୍ଳ୍‌ାପାଳଙ୍କ ଅନୁମତିରେ ପୂଜା ମଣ୍ଡପ ଗୁଡିକରେ ପୂଜା କରାଯିବ । ସାଧାରଣ ଓ ବିବିଧ ବିଭାଗରେ ଆସନ୍ତା ୧୨ ତାରିଖ ସୁଦ୍ଧା ପୂଜା ନିମନ୍ତେ ଆବେଦନ କରିପାରିବେ । କେବଳ ମା’ କଳୀ ଓ ଲକ୍ଷ୍ମୀ ନାରାୟଣଙ୍କୁ ପୂଜା କରାଯିବ । ପୂଜା ମଣ୍ଡପଗୁଡିକର ସଭାପତି ଓ ସଂପାଦକ ଆସନ୍ତା ୧୪ ତାରିଖ ଠାରୁ ୧୭ ତାରିଖ ପର୍ଯ୍ୟନ୍ତ ପୂଜା ପାଳନ କରିବେ । ଏଥିପାଇଁ ୧୨ ତାରିଖ ସୁଦ୍ଧା ଦାୟିତ୍ୱରେ ଥିବା ସାଧାରଣ ଓ ବିବିଧ ବିଭାଗର ବରିଷ୍ଠ ରାଜସ୍ୱ ସହାୟକ ମଦନ ମୋହନ ପତିଙ୍କ ନିକଟରେ ଆବେଦନ କରିପାରିବେ । ଅନୁମତି ପତ୍ର ନେବାକୁ ପ୍ରଶାସନ ଅନୁରୋଧ କରିଥିଲେ । ପୂଜା ମଣ୍ଡପର ୩ ପାଖ ଆବଦ୍ଧ ରହିବ ଓ ଗୋଟିଏ ପାଖ ଖୋଲା ରହିବ । ମୂର୍ତିର ଉଚ୍ଚତା ୪ ପୁଂଟ ମଧ୍ୟରେ ରହିବ । ବାଜା, ବାଣ ଓ ମାଇକ ବାଜିବା ଉପରେ ଏବର୍ଷ ରୋକ ଲଗାଯାଇଚ୍ଥି । ପୂଜା ମଣ୍ଡପ ପାଖାରେ ବାଣ ଦୋକାନ ହେବ ନାହିଁ କିମ୍ୱା ବାଣ ପୁଂଟାଯାଇପାରିବ ନାହିଁ । ୦୭ ଜଣରୁ ଅଧିକ ପୂଜା ମଣ୍ଡପରେ ରହିପାରିବେ ନାହିଁ । ସେହି ୭ ଜଣ ସାମାଜିକ ଦୂରତା, ମାସ୍କ ପରିଧାନ, ହାତ ଧୁଆ ନିୟମ ପାଳନ କରିବେ । ଭସାଣିରେ ମେଢଗୁଡିକ କୃତ୍ରିମ ପୋଖରୀରେ ପୂର୍ବାହ୍ନ ୮ ଘଟିକା ଠାରୁ ଅପରାହ୍ନ ୫ ଘଟିକା ମଧ୍ୟରେ ବିସର୍ଜନ କରାଯିବ । ଏଥିପାଇଁ ପୋଲିସ ପ୍ରଶାସନ ଠାରୁ ଅନୁମତି ଆବଶ୍ୟକ । ଭସାଣି ଘାଟ, ରାସ୍ତା ଘାଟ ମରାମତି କରିବା ପାଇଁ ଅତିରିକ୍ତ ଜିଲ୍ଳ୍‌ାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ରାତି ହେଲେ ବିଦ୍ୟୁତ୍ ସରବରାହରେ ବ୍ୟତିକ୍ରମ ନ ହେବାକୁ ବିଦ୍ୟୁତ୍ ବିଭାଗ ଯତ୍ନବାନ ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଭସାଣି ଦିନ ନିଶା ଦ୍ରବ୍ୟ ବ୍ୟବହାର ନିଷେଧ ନିମନ୍ତେ ନିର୍ଦ୍ଦେଶ ଦିଆଯାଇଥିଲା । ନୀତି ଭୋଜନରେ ଲୋକମାନଙ୍କୁ ଏକାଠି ନ ହେବାକୁ ପରାମର୍ଶ ଦିଆଯାଇଥିଲା । ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଳ୍‌ାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଳିକ, ଉପଜିଲ୍ଳ୍‌ାପାଳ ନାରାୟଣ ଚନ୍ଦ୍ର ଧଳ, ଡି.ଏସ୍‌.ପି ଡି.ଆଇ.ବି ପ୍ରପୁଂଲ କୁମାର ମିଶ୍ର, ଲାଇନ ଡିପାର୍ଟମେଣ୍ଟର ଅଧିକାରୀ, ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି, ପୂଜା ମଣ୍ଡପଗୁଡିକର ସଂପାଦକ ଓ ସଭାପତି ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରି ସୁଚିନ୍ତିତ ପରାମର୍ଶ ଦେଇଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close