ସୁକିନ୍ଦା ହାତିବାରୀ ମଠ ପାଖ ଘୋଷରା ନିକଟରେ ଦୁର୍ଘଟଣା, ଯୁବକ ଗୁରୁତର

ସୁକିନ୍ଦା, ୦୫/୧୧(ପ୍ରିୟରଂଜନ ବାନାର୍ଜୀ /ସଚ୍ଚିଦାନନ୍ଦ ନାଥଙ୍କ ଠାରୁ): ସୁକିନ୍ଦା ଥାନା ଅର୍ନ୍ତଗତ ହାତିବାରୀ ପଂଚାୟତର ମଠ ପାଖ ଘୋଷରା ନିକଟରେ ଆଜି ମଧ୍ୟାନ ସମୟରେ ଜଣେ ୧୭-୧୮ବର୍ଷର ଯୁବକ ମୋଟର ସାଇକେଲରେ ଯାଉଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇ ରାସ୍ତାରେ ମୁମୁର୍ଷୁ ଅବସ୍ଥାରେ ପଡିରହିଥିଲେ । ସେ ଲହୁଲୁହାଣ ହୋଇ ପଡିଥିଲେ ହେଁ ସେହି ବାଟେ ଯାଉଥିବା ଲୋକେ ତାଙ୍କୁ ଡ଼ାକ୍ତରଖାନାକୁ ନେବାକୁ ଆଗେଇ ଆସି ନଥିଲେ । ଶେଷରେ ସେହିବାଟରେ ଯାଉଥିବା ‘ଉଦୟବଟ’ ଓ ‘ଉଦୟବଟ ଇ-ନ୍ୟୁଜ୍‌’ର ଢ଼େଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ପ୍ରତିନିଧି ସଚ୍ଚିଦାନନ୍ଦ ନାଥ ତାଙ୍କୁ ମେଡିକାଲରେ ପହଚାଂଇବାକୁ ଚେଷ୍ଟା କରି ୧୦୮ ଆମ୍‌ୁଲାନ୍ସକୁ ଫୋନ କରି ଡକାଇ ମେଡିକାଲ ପଠାଇଥିଲେ । ଶ୍ରୀ ନାଥଙ୍କ ଏତାଦୃଶ ସାହାଯ୍ୟକୁ ଉପସ୍ଥିତ ଲୋକେ ପ୍ରଶଂସା କରିଛନ୍ତି । ଯୁବକ ଜଣଙ୍କର ପତା ମିଳିନାହିଁ । ସେ ଦୃତ ଗତିରେ ଗାଡି ଚଳାଉଥିବାର ଜଣାଯାଇଛି । ଘୋଷରାରେ ଦୃତଗତିରେ ଯାଉଥିବା ଗାଡିଟି ଭାରସାମ୍ୟ ହରାଇ ସେ ଛିଟିକି ଥାଇ ପାରନ୍ତି ବୋଲି କୁହାଯାଉଛି । ଫଳରେ ତାଙ୍କର ମୋଟର ସାଇକେଲଟି ରାସ୍ତା ତଳକୁ ଚାଲିଯାଇଥିଲା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close