ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟରେ ନବନିଯୁକ୍ତ ଜିଲ୍ଲା ସଭାପତିଙ୍କ ଦାୟିତ୍ୱ ଗ୍ରହଣ

ଭୁବନେଶ୍ୱର; ୦୫/୧୧ : ଭୁବନେଶ୍ୱର ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ ଠାରେ ଏକ ସ୍ୱାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ସଭାରେ ଭୁବନେଶ୍ୱର ଜିଲ୍ଲା ନବନିଯୁକ୍ତ ସଭାପତି ଶ୍ରୀ ବିଶ୍ୱଜିତ ଦାଶ ଦାୟିତ୍ୱ ଗ୍ରହଣ କରିଥିଲେ । ଏହି ସମାରୋହରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ , ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡା ସମେତ ଭୁବନେଶ୍ୱର ଜିଲ୍ଲା କଂଗ୍ରେସର ଛାତ୍ର,ଯୁବ,ମହିଳା ଏବଂ ବହୁ କଂଗ୍ରେସ କର୍ମୀ ଯୋଗ ଦେଇ ଉତ୍ତରୀୟ ଓ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରୀ ଦାଶଙ୍କୁ ସ୍ୱାଗତ ଜଣାଇଥିଲେ । ଏହି ଅବସରରେ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଉପସ୍ଥିତ ରହି ଶ୍ରୀ ଦାଶଙ୍କୁ ସ୍ୱାଗତ କରିବା ସହ ଆଗାମୀ ଦିନରେ କିପରି କଂଗ୍ରେସ ମଜବୁତ ହେବା ସହ ଲୋକାଦୃତ କରାଯାଇପାରିବ ସେଥିପାଇଁ ମତ ରଖିଥିଲେ। ଏହାସହିତ ଜିଲ୍ଲାର ପ୍ରତ୍ୟେକ ୱାର୍ଡକୁ ଗ୍ରସ୍ତକରି କଂଗ୍ରେସ ଲୋକମାନଙ୍କୁ ଭେଟିବା ସହ ସେମାନଙ୍କର ସମସ୍ୟାକୁ ବୁଝି ନିଷ୍ପତ୍ତି ମୂଳକ କାର୍ଯ୍ୟକ୍ରମ ହାତକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ନବନିଯୁକ୍ତ ସଭାପତି ଶ୍ରୀ ଦାଶ ତାଙ୍କ ବକ୍ତବ୍ୟରେ ଅଖିଳ ଭାରତ କଂଗ୍ରେସ କମିଟିର ଅଧ୍ୟକ୍ଷା ସୋନିଆ ଗାନ୍ଧୀ , ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ଓଡ଼ିଶା ପ୍ରଭାରୀ କେ ଚେଲ୍ଲା କୁମାର ଏବଂ ପି ସି ସି ସଭାପତି ନିରଞ୍ଜନ ପଟନାୟକ ତାଙ୍କୁ ଯେଉଁ ଗୁରୁ ଦାୟିତ୍ୱ ପ୍ରଦାନ କରିଛନ୍ତି ସେଥିପାଇଁ ସେ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ଜିଲ୍ଲା କଂଗ୍ରେସକୁ ସଶକ୍ତ କରିବା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close