ଯାଜପୁରରେ ଉପକାର ଦେଲାଣି ‘ମୋ’ ଉପକାରୀ ବଗିଚା’ ଯୋଜନା

ଯାଜପୁର, ୦୪ା୧୧ : ଉପକାର ମିଳିଲାଣି ମୋ’ ଉପକାରୀ ବଗିଚାରୁ । ରୋଷେଇ ଘରେ ନିଜ ହାତ ତିଆରି ବଗିଚାର ସୁସ୍ୱାଦୁ ବ୍ୟଂଜନର ସ୍ୱାଦକୁ ଚାଖି ଆନନ୍ଦିତ ହେଲେଣି ସମଗ୍ର ପରିବାର । ସରକାରଙ୍କର ମୋ’ ଊପକାରୀ ବଗିଚାର ସପଂଳତା ଦେଖି ଗୃହିଣୀ ଯେତିକି ଉତ୍ସାହିତ ହେଉଛନ୍ତି ଆଉ ଆଗ୍ରହ ଦେଖାଇ ନ ଥିବା ପାଖ ପଡୋଶୀ ମଧ୍ୟ ସେତିକି ନିରାଶ ମନେକରୁଛନ୍ତି । ମୋ’ ଉପକାରୀ ବଗିଚାର ଏହି ସପଂଳତା କିନ୍ତୁ ଗୋଟିଏ ଦିନରେ ଆସି ନାହିଁ । ଅନେକ ପରିଶ୍ରମ ଓ ଆନ୍ତରିକତା ଲଗାଇବାକୁ ପଡିଚ୍ଥି ହିତାଧିକାରୀଙ୍କୁ ।
ଯାଜପୁର ଜିଲ୍ଲାକୁ ଚଳିତ ବର୍ଷ ୧୫ ହଜାରଟି ମୋ’ ଉପକାରୀ ବଗିଚାର ଲକ୍ଷ୍ୟଧାର୍ଯ୍ୟ ଆସିଥିଲା । ୧୦ଟି ଯାକ ବ୍ଳକରେ ୧୫୬୦୦ ଜଣ ହିତାଧିକାରୀଙ୍କୁ ଚୟନ କରାଯାଇଥିଲା । ପ୍ରତି ବଗିଚା ପିଚ୍ଥା ୧୩,୭୩୨ ଟଙ୍କା ବିନିଯୋଗର ଲକ୍ଷ୍ୟ ରଖାଯାଇଥିଲା । ଏଥିରୁ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ ୧୩୪୮୨ ଟଙ୍କା ଓ ଜୀବିକା ମିଶନର ୧୫୦ ଟଙ୍କା ଅନ୍ତର୍ଭୁକ୍ତ । ହିତାଧିକାରୀଙ୍କୁ ଏଥିପାଇଁ ଉପଯୁକ୍ତ ତାଲିମ ପ୍ରଦାନ କରାଯିବା ସହ କ୍ଷେତ୍ର ପ୍ରସ୍ତୁତିରେ ସହାୟତା ଦିଆଯାଇଥିଲା । ପ୍ରତ୍ୟେକ ହିତାଧିକାରୀଙ୍କ ମୋ’ ବଗିଚାରେ ଦୀର୍ଘ ମିଆଦୀ ପୁଷ୍ଟିକର ପରିବା ଭାବେ ଅମୃତଭଣ୍ଡା, ସଜନା, ଲେମ୍ୱୁ ଓ କଦଳୀକୁ ବଗିଚାର ଚାରିପଟେ ଲଗାଯିବାର ବ୍ୟବସ୍ଥା କରାଯାଇଥିଲା । ଅବଶିଷ୍ଟ କ୍ଷେତ୍ରରେ ଉପଯୁକ୍ତ ଜଳ ନିଷ୍କାସନ ବ୍ୟବସ୍ଥ୍ରା ସହ ଶାଗ ଓ ଅନ୍ୟାନ୍ୟ ପନିପରିବା ଲଗାଇବା ପାଇଁ ପ୍ରଶିକ୍ଷଣ ଦିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ଆରମ୍ଭ ହୋଇଥିବା ମୋ’ ଉପକାରୀ ବଗିଚାରୁ ବର୍ତମାନ ଉତ୍ପାଦନ ଆରମ୍ଭ ହୋଇଚ୍ଥି । ଶାଗ, ବାଇଗଣ, କାକୁଡି, ଭେଣ୍ଡି, କଲରା, ଜହ୍ନି ଇତ୍ୟାଦି ନିତ୍ୟ ବ୍ୟବହାର୍ଯ୍ୟ ଗଚ୍ଥ ଲଗାଇଥିବା ହିତାଧିକାରୀ କେତେକର ସ୍ୱାଦ ଚାଖିଥିବା ବେଳେ ଆଉ କେତେକ ପରିପୁଷ୍ଟ ଅବସ୍ଥା ଦେଖି ଆତ୍ମହରା । ସେମାନଙ୍କର ପରିଶ୍ରମର ସାର୍ଥକତାକୁ ଅନୁଭବ କରି ବଡଚଣା ବ୍ଳ୍‌କ ବଡଘୁତ୍ମୁରୀ ଗ୍ରାମ ପଂଚାୟତର ପୁରୁଷୋତମପୁର ଗ୍ରାମର କମଳି ମହାରାଜା କୁହନ୍ତି ଆମେ ତୁଚ୍ଥାରେ ସମୟ ସାରୁଥିଲୁ । ମୋ’ ଉପକାରୀ ବଗିଚା କରିବା ପରେ ନିଜେ ଶ୍ରମ ଦାନ କରୁଚ୍ଥୁ । ତଟକା ପରିବା, ଶାଗ ଇତ୍ୟାଦି ପାଉଚ୍ଥୁ । ଆଉ ଭାରି ଖୁସି ଲାଗୁଚ୍ଥି ଯେ, ମୋ ବଗିଚାରୁ ମୋ ହାତ ତଆରି ପନିପରିବା ମୋ ପରିବାରକୁ ଖୋଉଚ୍ଥି ବୋଲି । ଭାରି ଆତ୍ମ ତୃପ୍ତି ଲାଗୁଚ୍ଥି ଏ ମୋ ପଣିଆ ଉପକାରୀ ବଗିଚାରେ । ଜିଲ୍ଲାପାଳ ଚକ୍ରୱର୍ତୀ ସିଂ ରାଠୋର ସମସ୍ତ ହିତାଧିକାରୀଙ୍କୁ ଏହି ସପଂଳତା ପାଇଁ ସାଧୁବାଦ ଓ ଧନ୍ୟବାଦ ଜଣାଇବା ସହ ବର୍ଷସାରା ଯେପରି ଏହି ବଗିଚାରୁ ସେମାନେ ପନିପରିବା ପାଇପାରିବେ ସେଥିପ୍ରତି ଉଦ୍ୟମ ଜାରି ରଖିବାକୁ ପରାମର୍ଶ ଦେଇଚ୍ଥନ୍ତି । ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ ମୋ ଉପକାରୀ ବଗିଚା ଜିଲ୍ଲାରେ ସପଂଳ ହେବା ଏକ ସାମୁହିକ ଉଦ୍ୟମର ପ୍ରତିପଂଳନ ବୋଲି କହିବା ସହ ଭବିଷ୍ୟତରେ ଏହାର ସୁବିଧା ଯେପରି ଅଧିକରୁ ଅଧିକ ହିତାଧିକାରୀମାନେ ପାଇବେ ସେଥିପ୍ରତି ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଏମ୍‌.ଜି.ଏନ୍‌.ଆର୍‌.ଜି.ଏର ସଂଯୋଜକ ଚିନ୍ମୟ ସିଂ ଓ ଜୀବିକା ମିଶନର ସଂଯୋଜକ ପ୍ରଶାନ୍ତ ପାଢୀ ମୋ’ ଉପକାରୀ ବଗିଚାର ହିତାଧିକାରୀ, ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ସପଂଳତା ପାଇଁ ଧନ୍ୟବାଦ ଜଣାଇଚ୍ଥନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close