ଯାତ୍ରୀବାହୀ ବସ୍ ଓ ହାୱା ମୁହାଁମୁହିଁ ଧକ୍କା, ବସରେ ଥିବା 20ରୁ ଉର୍ଦ୍ଧ୍ବ ଆହତ

ଯାଜପୁରରୋଡ ;୦୬/୦୨(ଶୁଭେନ୍ଦୁ ନାୟକଙ୍କ ଠାରୁ): ଯାତ୍ରୀବାହୀ ବସ୍ ଓ ହାୱା ମୁହାଁମୁହିଁ ଧକ୍କା ଘଟିଥିବା ସୂଚନା ମିଳିଛି। ଏଥିରେ ବସରେ ଥିବା 20ରୁ ଉର୍ଦ୍ଧ୍ବ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି। 20 ନମ୍ଵର୍ ଜାତୀୟ ରାଜପଥର ବନ୍ଦୀ ପେଟ୍ରୋଲ ପମ୍ପ ନିକଟରେ ଏହି ଦୁର୍ଘଟଣା ଘଟିଛି ।
      କେନ୍ଦୁଝରରୁ ଯାତ୍ରୀ ନେଇ ଯାଜପୁରରୋଡ ଆସୁଥିବା ତାରିଣୀ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରୁ କେହି ଗୂରୁତର ନଥିବା ସୂଚନା ମିଳିଛି। ତେବେ ଏହି ଆହତ ମାନେ ଅଳ୍ପକେ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ଜଣାପଡିଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close