ଭଦ୍ରଖର ୧୮ନଂ. ୱାର୍ଡ ବାଲିଗରଡ଼ାରେ କୁମାର ଉତ୍ସବ ପାଳିତ

ଭଦ୍ରଖ, ୦୧/୧୧(ଶିବଶଙ୍କର ପଣ୍ଡାଙ୍କ ଠାରୁ): ଓଡ଼ିଶାର ପୁରପଲ୍ଲୀ ସହ ସହର ବଜାରରେ କୋଭିଡ କଟକଣା ସତ୍ୱେ ଅଳ୍ପ ଲୋକ/କୁମାରୀରେ ଚଳିତ ପାଳିତ ହୋଇଛି କୁମାର ଉତ୍ସବ ଓ କୁମାର ପୂର୍ଣ୍ଣିମା । ଜହ୍ନ ରାଇଜର ଅସୁମାରୀ ସ୍ୱପ୍ନକୁ ନେଇ ଦେଖିଥିବା ଆଶାକୁ ଭବିଷ୍ୟତରେ ହାସଲ କରିବା ପାଇଁ କୁମାରୀମାନେ ଚନ୍ଦ୍ରପୂଜା, ବୃନ୍ଦାବତୀ ପୂଜା ଆଦି କରିଛନ୍ତି । ନୂଆ ପୋଷାକରେ ସେମାନେ ବି ବେଶ ଖୁସି ଅଛନ୍ତି । ମାତ୍ର କରୋନା କଟକଣା ସେମାନଙ୍କ ଉନ୍ମାଦନାକୁ ଅନେକାଂଶରେ ମନ୍ଦୀଭୂତ କରିଛି । ଭଦ୍ରଖ ଜିଲ୍ଲାର ବହୁ ଗ୍ରାମ ସମେତ ଭଦ୍ରଖ ପୈାର ପରିଷଦ ଅଂଚଳରେ ପରମ୍ପରାକୁ ବଜାୟ ରଖି ଏଥର ଅଳ୍ପ ସଂଖ୍ୟକ ଯୁବତୀ ଏହି ଉତ୍ସବକୁ ପାଳିଛନ୍ତି । ନୂଆ ପୋଷାକ ପରିଧାନ କରି ଯଥା ରୀତି ନୀତି ଅନୁଯାୟୀ ବିଭିନ୍ନ ପ୍ରକାରର ଫଳ ସହ ତାଳଗଜା, ଆଖୁ, ଖଇ ଆଦିର ଭୋଗ ଓ ଫୁଲ, ଚନ୍ଦନ, ସିନ୍ଦୁର, ର୍ମୁଜ, ଧୂପ, ଦୀପ ଲଗାଇ ଚଉଁରା ପୂଜା, ଚାନ୍ଦ (ଚନ୍ଦ୍ର) ପୂଜା କରିଛନ୍ତି । ଏବର୍ଷ ନିରାଡମ୍ବର ଭାବେ ପୈାର ପରିଷଦର ୧୮ନଂ. ୱାର୍ଡ଼ର ବାଲିଗରଡ଼ାରେ ଏହି ଉତ୍ସବକୁ ପାଳନ କରାଯାଇଛି । ସମବେତ ସଂଗୀତର ତାଳେ ତାଳେ ଶଙ୍ଖ ଧ୍ୱନି, ଘଂଟ ନାଦ ସହ ସୁସଜ୍ଜିତ ଥାଳିରେ ଭୋଗ, ନୈବେଦ୍ୟ ରଖି ଓ ଆଳତି କରି କୁମାରୀମାନେ ଚାନ୍ଦକୁ ବନ୍ଦପନା କରିବା ସହ ସେମାନଙ୍କ ପାଇଁ ପରିବାର ପାଇଁ ଶୁଭ ମନାସୀ ଥିଲେ । ପରିବାରର ସଦସ୍ୟ ବିଶେଷକରି ମାଆମାନେ ସେମାନଙ୍କ କୁମାରୀ ଝିଅର ଏହି ପୂଜା ପାଇଁ ବେଶ ଖୁସି ଅଛନ୍ତି । କୋଭିଡ ପାଇଁ ଅନେକଙ୍କ ପାଖରେ ଟଙ୍କାର ଅଭାବ ଥିଲେ ହେଁ ସେମାନଙ୍କ କନ୍ୟା ସନ୍ତାନଙ୍କ ଏହି ଓଷା ପାଇଁ ପୋଷାକ କିଣିବା ପାଇଁ ତତ୍ପରତା ଦେଖାଇ ପିଲାମାନଙ୍କୁ ଖୁସି କରିବା ପାଇଁ ଚାହିଁଥିବାର ପରିଲକ୍ଷିତ ହୋଇଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close