ହାଟଡ଼ିହି ବ୍ଲକ ସୋସୋ ପଂଚାୟତର ଆଧ୍ୟାତ୍ମିକ ସଂପନ୍ନ ମରଚାଇପଦା ଗ୍ରାମରେ କୁମାର ଉତ୍ସବ ପାଳିତ

ସୋସୋ, ୦୧/୧୧(ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): କେଉଁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ହାଟଡିହ ବ୍ଲ୍‌କର ସୋସୋ ଗ୍ରାମ ପଂଚାୟତର ମରଚାଇପଦା ଗ୍ରାମରେ ପ୍ରତିବର୍ଷ ଉନ୍ମାଦନାସ ସହ କୁମାର ଉତ୍ସବ ଓ ଚନ୍ଦ୍ର ପୂଜା ଅନୁଷ୍ଠିତ ହୋଇଥାଏ । ଏହି ନିଆରା ଢ଼ଙ୍ଗର ପୂଜାରେ ସାମିଲ ହେବା ପାଇଁ ଶହ ଶହ ଯୁବତୀ, ବାଳିକା ଆଦିଙ୍କ ସମାଗମ ଏଠାରେ ହୋଇଥାଏ । ମାତ୍ର ଚଳିତ ବର୍ଷ କୋଭିଡ-୧୯ କଟକଣା ପାଇଁ ଏହି ଉତ୍ସବ ପାଳନରେ ଫିକା ପଡ଼ିଯାଇଥିଲା । କିନ୍ତୁ ପରମ୍ପରାକୁ ବଜାୟ ରଖି ଏଥର ଅଳ୍ପ ସଂଖ୍ୟକ ଯୁବତୀ ଏହି ଉତ୍ସବକୁ ପାଳିଛନ୍ତି । କୁମାରୀମାନେ ସେମାନଙ୍କ ଘର ଛଉଁରାର ବିଭିନ୍ନ ସାଜସଜ୍ଜା କରି ଯଥା ରୀତି ନୀତି ଅନୁଯାୟୀ ବିଭିନ୍ନ ପ୍ରକାରର ଫଳ ସହ ତାଳଗଜା, ଆଖୁ, ଖଇ ଆଦିର ଭୋଗ ଓ ଫୁଲ, ଚନ୍ଦନ, ସିନ୍ଦୁର, ର୍ମୁଜ, ଧୂପ, ଦୀପ ଲଗାଇ ଚଉଁରା ପୂଜା, ଚାନ୍ଦ (ଚନ୍ଦ୍ର) ପୂଜା କରିଛନ୍ତି । ଏବର୍ଷ ନିରାଡମ୍ବର ଭାବେ ଏହି ଉତ୍ସବକୁ ପାଳନ କରାଯାଇଛି । ସମବେତ ସଂଗୀତର ତାଳେ ତାଳେ ଶଙ୍ଖ ଧ୍ୱନି, ଘଂଟ ନାଦ ସହ ସୁସଜ୍ଜିତ ଥାଳିରେ ଭୋଗ, ନୈବେଦ୍ୟ ରଖି ଓ ଆଳତି କରି କୁମାରୀମାନେ ଚାନ୍ଦକୁ ବନ୍ଦ।ପନା କରିବା ସହ ସେମାନଙ୍କ ଶୁଭ ମନାସୀ ଥିଲେ । କୁମାରୀମାନଙ୍କ ସଂଗୀତ ଓ ଭକ୍ତିପୂତ ଭାବନାରେ ସମୁଦାୟ ଅଂଚଳ ଓ ଉପସ୍ଥିତ କିଛି ମହିଳା ଆଦି ବିମୋହିତ ହୋଇଥିଲେ । ବାଳିକାମାନେ ଏହି ଉତ୍ସବ ଜରିଆରେ କରୋନାମୁକ୍ତ ସମାଜ କାମନା କରିବା ସହିତ ସେମାନଙ୍କ ଓ ପରିବାରର ଉଜ୍ଜ୍ୱଳମୟ ଜୀବନ କାମନା କରି ଚାନ୍ଦପୂଜା କରିଥିବାର ଜଣାଯାଇଛି ।
ଏହାଛଡ଼ା ଏହି ଗ୍ରାମ ଏକ ଆଧ୍ୟାତ୍ମିକ ଗ୍ରାମ ଭାବେ ଜଣାଶୁଣା । ଗ୍ରାମରେ ଥିବା ଦେବ/ଦେବୀମାନଙ୍କୁ ପୂଜାର୍ଚ୍ଚନା କରି ଗ୍ରାମର ମହିଳା, କୁମାରୀ, ବ୍ୟକ୍ତିମାନେ ପରମ ସନ୍ତୋଷ ଅନୁଭବ କରନ୍ତି । ହେଲେ ଚଳିତ ବର୍ଷ ଦୀର୍ଘ ୮ମାସ ହେଲା ମନ୍ଦିର ଓ ଦିଅଁଙ୍କ ଉପରେ କଟକଣା ଲାଗିବା ଘଟଣା ଲୋକଙ୍କୁ ବ୍ୟଥିତ କରିଚାଲିଛି । ଅପରପକ୍ଷରେ ସରକାର ମଦ ଦୋକାନକୁ ସାହାଣ ମେଲା କରିଛନ୍ତି, ଯାହାକୁ ନେଇ ଗ୍ରାମର ବୁଦ୍ଧିଜୀବୀମାନେ ଅସନ୍ତୁଷ୍ଟ ଅଛନ୍ତି । ଏହି ଗ୍ରାମରେ ରହିଛି ମା’ ମରଚାଇଙ୍କ ମନ୍ଦିର । ତାଙ୍କରି ନାମ ଅନୁସାରେ ଏହି ଗ୍ରାମର ନାଁ ‘ମରଚାଇପଦା’ ରଖାଯାଇଛି । ଗ୍ରାମରେ ରହିଛି ବାଲୁକେଶ୍ୱର ମନ୍ଦିର, ବହୁ ପରିଚିତ ହନୁମାନଙ୍କ ମନ୍ଦିର । ଶନିଦେବ ଗ୍ରାମରେ ପୂଜା ପାଇ ଆସୁଛନ୍ତି ଓ ତାଙ୍କ ମନ୍ଦିର ନିର୍ମାଣାଧିନ ଅଛି । ଗ୍ରାମର ବିଭିନ୍ନ ସାମାଜିକ କାର୍ଯ୍ୟ ପାଇଁ ରହିଛି କଲ୍ୟାଣ ମଣ୍ଡପ । ବହୁ ଲୋକେ ଗାଁରେ ଦେବାଦେବୀଙ୍କ ସାନିଧ୍ୟ ଲାଭ କରି ଗାଁରେ ଭାଇଚାରା ବଜାୟ ରଖିବା ସହ ସୃଜନଶୀଳ ବାତାବରଣ ସୃଷ୍ଟିରେ ସନ୍ତୁଷ୍ଟ ଥିବାର ପରିଲକ୍ଷିତ ହୁଏ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close