ସୂଚନା ଓ ଲୋକ ସଂପର୍କ ଉପନିର୍ଦ୍ଦେଶକଙ୍କ ସମୀକ୍ଷା

ଯାଜପୁର ; ୩୧/୧୨ ( ବ୍ୟୁରୋ) : ସୂଚନା ଓ ଲୋକ ସଂପର୍କ ବିଭାଗର କେନ୍ଦ୍ରାଞ୍ଚଳ ଊପନିର୍ଦ୍ଦେଶକ ଅଶୋକ କୁମାର ଷଡଙ୍ଗୀ ଗୁରୁବାର ଯାଜପୁର ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟକୁ ଗସ୍ତ କରିବା ସହ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଥିଲେ ।ସରକାରଙ୍କର ବିଭିନ୍ନ ଯୋଜନାର ପ୍ରଚାର, ପ୍ରସାର, ଜନସାଧାରଣଙ୍କୁ ସୂଚନା ପ୍ରଦାନ, ବିଭିନ୍ନ ଯୋଜନାର ସପଂଳ କାହାଣୀ ପ୍ରସ୍ତୁତ ସହ ପ୍ରକାଶନ, ଉତ୍କଳ ପ୍ରସଙ୍ଗ, ଓଡିଶା ରିଭ୍ୟୁ ଓ ଓଡିଶା ଆନୁଆଲ ରେପଂରେନ୍ସ ପୁସ୍ତକ ବଣ୍ଟନକୁ ତ୍ୱରାନ୍ୱିତ କରିବାକୁ ଶ୍ରୀ ଷଡଙ୍ଗୀ ପରାମର୍ଶ ଦେଇଥିଲେ ।ସୂଚନା ଓ ଲୋକ ସଂପର୍କ ବିଭାଗ ସରକାର ଓ ଜନସାଧାରଣଙ୍କ ମଧ୍ୟରେ ସେତୁ ସଦୃଶ ହୋଇଥିବାରୁ ପ୍ରଶାସନ, ଗଣମାଧ୍ୟମ ଓ ଜନସାଧାରଣଙ୍କ ସହ ଉତ୍ତମ ସମନ୍ୱୟ ଉପରେ ସେ ଗୁରୁତ୍ୱାରୋପ କରିଥିଲେ ।ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟ, ଯାଜପୁରର ବିଭିନ୍ନ ଅଭାବ ଅସୁବିଧା ଯଥା କର୍ମଚାରୀ ଅଭାବ, ଗାଡିର ଆବଶ୍ୟକତା, ବିଭିନ୍ନ ଆସବାବପତ୍ର ଆବଶ୍ୟକତା, କମ୍ପ୍ୟୁଟର ଯୋଗାଣ ଇତ୍ୟାଦି ସଂପର୍କରେ ଉପନିର୍ଦ୍ଦେଶକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଏ ସଂପର୍କରେ ରାଜ୍ୟ ନିର୍ଦ୍ଦେଶାଳୟଙ୍କୁ ଅବଗତ କରାଯାଇ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଷଡଙ୍ଗୀ ସୂଚନା ଦେଇଥିଲେ ।ଏହି ସମୀକ୍ଷା ସମୟରେ ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଉପଖଣ୍ଡ ସୂଚନା ଓ ଲୋକ ସଂପର୍କ ଅଧିକାରୀ ସରୋଜ କୁମାର ଶତପଥୀ , ବରିଷ୍ଠ ରାଜସ୍ୱ ସହାୟକ ସୁବ୍ରତ କୁମାର କାନୁନ୍‌ଗୋ, କନିିଷ୍ଠ କ୍ଷିପ୍ରଲେଖିକା ମିନତୀ ଦାଶ, ପ୍ରୋଜେକ୍ସନିଷ୍ଟ ଶାନ୍ତନୁ କୁମାର ସାହୁ, କନିଷ୍ଠ ଭଣ୍ଡାର ରକ୍ଷକ ସତ୍ୟଜିତ୍ ନାୟକ, ଚପରାଶି ରତିକାନ୍ତ ମହାନ୍ତି , ରବିନ୍ଦ୍ର କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close