ସରକାରୀ ଯୋଜନା ଅପହଞ୍ଚ, ଟ୍ରେନରେ ଗୋଡ କାଟିବା ଦିନରୁ ଗୋଟିଏ ଷ୍ଟୁଲ ସାହାରାରେ ପାଦ ଚାଲି ଜୀବନ କାଟୁଛନ୍ତି ସାବିତ୍ରୀ

ବ୍ୟାସନଗର, ୨୮/୧୦(ସନ୍ତୋଷ ରଥଙ୍କ ଠାରୁ): ବେସାହାରା, ଗରିବ ଦୁଃଖୀ ଓ ମାନସିକ ବିକୃତମାନଙ୍କୁ ସାହାଯ୍ୟ ଯୋଗାଇ ଆସୁଥିବା କ୍ଲବ ଦି ୟୁଥ୍ ମାସର ସମ୍ପାଦକ ତଥା ଯୁବ ସମାଜସେବୀ ରାଜେଶ୍ କୁମାର ରାଉତ ଦୁଇ ବର୍ଷ ତଳେ ଟ୍ରେନ ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇଇଥିବା ଏକ ଦିବ୍ୟଙ୍ଗା ଭଉଣୀ ସାବିତ୍ରୀଙ୍କୁ ସହାୟତା ଯୋଗାଇବା ପାଇଁ ଅଣ୍ଟା ଭିଡ଼ିଲେ । ଘଟଣା ୨ବର୍ଷ ହେବ ଘଟିଥିଲେ ହେଁ କୌଣସି ସରକାରୀ ସହାୟତା ତାଙ୍କ ନିକଟରେ ପହଞ୍ଚି ନାହିଁ ।
ସାବିତ୍ରୀ ଦାସଙ୍କ ବୟସ ୪୦, ସେ ଜଣେ ସ୍ଵାମୀ ପାରିତ୍ୟକ୍ତା ବିଗତ ୬ ବର୍ଷ ହେବ ତାଙ୍କୁ ସ୍ଵାମୀ ଛାଡି ଦେବା ପରଠାରୁ ସେ ବ୍ୟାସନଗର ୨୬ନଂ ୱାର୍ଡ଼ରେ ତାଙ୍କ ଭାଇ ପାଖରେ ରହୁଥିଲା ଓ ମିସ୍ତ୍ରୀମାନଙ୍କ ସହ ବୁଲି ବାଲି ସିମେଣ୍ଟ କାମ କରି ନିଜ ପେଟ ପୋଷୁଥିଲା । କିନ୍ତୁ ଭାଗ୍ୟର ବିଡମ୍ବନା ସାବିତ୍ରୀ ଦିନେ ବାଲେଶ୍ଵର କାମ କରିବାକୁ ଯାଇଥିଲେ ଓ ସେଠାରୁ କାମ ସାରି ଟ୍ରେନ ଯୋଗେ ଘରକୁ ଫେରୁଥିବା ସମୟରେ ଗାଡିରେ ସାବିତ୍ରୀ ଶୋଇ ପଡ଼ିଥିଲେ ଓ ଆଖି ଖୋଲିଲା ବେଳକୁ ଗାଡ଼ି ଜଖପୁରା ଷ୍ଟେସନ ପାଖରେ ହୋଇଗଲାଣି, ଏହା ଦେଖି ସାବିତ୍ରୀ ଫାଟକ ପାଖକୁ ଯିବା ବାଟରେ ଜଣେ ଯୁବକ ସହ ବଚସା ହୋଇଥିଲା । ଏହି ସମୟରେ ସାବିତ୍ରୀ ଫାଟକ ପାଖରେ ରହି ଷ୍ଟେସନକୁ ଦେଖୁଥିବା ସମୟରେ କେହି ଦୁର୍ବୃତ୍ତ ପଛରୁ ସାବିତ୍ରୀଙ୍କୁ ଠେଲି ଦେବା ରୁ ସାବିତ୍ରୀ ରେଳ ଧାରଣାରେ ପଡି ଯାଇଥିଲେ ଓ ସାବିତ୍ରୀର ଗୋଡ ଜଙ୍ଘ ଠାରୁ କଟି ଯାଇଥିଲା । ସଙ୍ଗେ ସଙ୍ଗେ ସ୍ଥାନୀୟ କିଛି ଲୋକ ୧୦୮ ମାଧ୍ୟମରେ ଯାଜପୁର ରୋଡ଼ ମେଡିକାଲକୁ ପଠାଇ ଯାଜପୁରରୋଡ଼ର ଅଗ୍ରଣୀ ସ୍ଵେଚ୍ଛାସବୀ ଅନୁଷ୍ଠାନ “କ୍ଲବ ଦି ୟୁଥ୍ ମାସ”ର ସମ୍ପାଦକ ଯୁବ ସମାଜସେବୀ ରାଜେଶ୍ କୁମାର ରାଉତଙ୍କୁ ଫୋନରେ ଜଣାଇଥିଲେ । ରାଜେଶ୍ ଓ କ୍ଲବର ସମସ୍ତ ସଦସ୍ୟ ମେଡିକାଲରେ ପହଞ୍ଚି ସାବିତ୍ରୀକୁ ଚିକିତ୍ସା ଯୋଗାଇବା ପରେ ଡାକ୍ତର କଟକ ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ । ସେତେବେଳେ ସାବିତ୍ରୀକୁ “କ୍ଲବ୍ ଦି ୟୁଥ୍ ମାସ” ପକ୍ଷରୁ ସବୁ ସ୍ବାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା । କିଛି ମାସ ପରେ କଟକ ମେଡିକାଲରୁ ଗୋଟିଏ ଗୋଡ କାଟିବା ପରେ ଦିବ୍ୟାଙ୍ଗ ହୋଇ ଘରକୁ ଫେରିଥିଲେ । କିନ୍ତୁ ନିଜ ଭଉଣୀଙ୍କୁ ବୋଝ ଭାବି କିଛି ଦିନ ନିଜ ପାଖରେ ରଖିବା ପରେ ସାବିତ୍ରୀଙ୍କୁ ଘରୁ ତଡ଼ି ଦେଇଥିଲେ । ସେହିଦିନ ଠାରୁ ସାବିତ୍ରୀ ଘରୁ ବାହାରି ଆସି ନିଜ ପିୟୁସି ଘର ଖୋଲା ମୁକୁଳା ବାରଣ୍ଡାରେ ଖରା ବର୍ଷା ଶୀତରେ ପଡି ରହିଛି । ଏବେ ସାବିତ୍ରୀ ଅସହାୟ ହୋଇ ଘରେ ବସି ଚିନ୍ତାରେ ବସିଥିବା ସମୟରେ ତାଙ୍କ ସାହିର ଓମ୍ ପ୍ରକାଶ ମହାରଣା କହିଲେ ତୁମେ ରାଜେଶ୍ କୁମାର ରାଉତଙ୍କୁ ତୁମର ସବୁ ଅସୁବିଧା ଜଣାଅ, ସେ ନିଶ୍ଚିନ୍ତ ତୁମକୁ ସହାୟତା କରିବେ । ଏହି ଖବର ପାଇ ରାଜେଶ୍ ଓ “କ୍ଲବ ଦି ୟୁଥ ମାସ”ର ତବିନ ସାମଲ ପହଞ୍ଚି ସାବିତ୍ରୀର ସବୁ କଥା ଶୁଣି ହୃଦୟଙ୍ଗମ କରି କହିଲେ ମୁଁ ଓ ଆମ କ୍ଲବର ସମସ୍ତ ପିଲା ତୁମ ସହ ସଦା ସର୍ବଦା ରହିଲୁ ଯେତେ ଶୀଘ୍ର ହେବ ସରକାରୀ ସୁବିଧା ତଥା ପ୍ଲାଷ୍ଟିକ ଗୋଡ, ଆଶାବାଡି, ହୁଇଲ ଚେୟାର, ଦିବ୍ୟାଙ୍ଗ ଭତା ଓ ଆବାସ ଯୋଜନାରେ ଏକ ଘର ଯୋଗାଇବା ପାଇଁ ପ୍ରଶାସନ ସହ ଯୋଗାଯୋଗ ମଧ୍ୟ କରୁଛୁ । ରାଜେଶ୍ ଓ”କ୍ଲବ ଦି ୟୁଥ୍ ମାସ”ର ଏହି ସେବାକୁ ବହୁ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close