ଫେରୋକ୍ରୋମ କାରଖାନା ଅବସରପ୍ରାପ୍ତ କର୍ମଚାରୀ ବଟକୃଷ୍ଣ ମହାନ୍ତିଙ୍କ ଏକାଦଶାହ କ୍ରିୟା ଅନୁଷ୍ଠିତ

ବ୍ୟାସନଗର, ୨୮/୧୦: ସ୍ଥାନୀୟ ‘ଇଡକଲ ଫେରୋକ୍ରୋମ ଆଣ୍ଡ ଆଲୟେଜ୍‌’ ଇଫ୍‌କାଲ କାରଖାନାର ଇଲେକ୍‌ଟ୍ରିକ୍ ବିଭାଗର ଅବସରପ୍ରାପ୍ତ କର୍ମଚାରୀ ତଥା ପନାସିଆର ବୟୋଜ୍ୟେଷ୍ଠ ବ୍ୟକ୍ତି ବଟକୃଷ୍ଣ ମହାନ୍ତିଙ୍କର ଗତ ତା ୧୮-୧୦-୨୦୨୦ରେ ପରଲୋକ ଘଟିଥିଲା । ସ୍ଥାନୀୟ ବ୍ୟାସ ସରୋବର ଶ୍ମଶାନରେ ତାଙ୍କର ଅନ୍ତ୍ୟେଷ୍ଟି କ୍ରିୟା ସଂପନ୍ନ ହୋଇଥିଲା । ଆଜି ବୁଧବାର ତାଙ୍କର ଏକାଦଶାହ କ୍ରିୟା ପନାସିଆରେ ସଂପନ୍ନ ହୋଇଛି । ତାଙ୍କର ୦୩ ପୁତ୍ର ରତିକାନ୍ତ, ଚନ୍ଦ୍ରକାନ୍ତ ଓ ସୂର୍ଯ୍ୟକାନ୍ତ, ୨ ଝିଅ ଜ୍ୟୋତ୍ସାରାଣୀ ଦତ, କୁନିଆ ନାଥ ଶର୍ମା, ୦୨ ଜ୍ୱାଇଁ ବିପ୍ଳବ ଦତ, ଶ୍ରୀଧର ନାଥ ଶର୍ମା, ସାନ ଭାଇ ରଜନୀକାନ୍ତ ମହାନ୍ତି, ବନ୍ଧୁ, ଜ୍ଞାତି କୁଟୁମ୍ଭ ଆଦି ଏହି କ୍ରିୟାରେ ଯୋଗଦାନ କରିଥିଲେ । ‘ଉଦୟବଟ’ର ସଂପାଦକ ତଥା ଫେରୋକ୍ରୋମ କାରଖାନାର ପୂର୍ବତନ ଶ୍ରମିକ ନେତା ଦୁଷ୍ମନ୍ତ କୁମାର ରାଉତ ୰ ମହାନ୍ତିଙ୍କ ପରଲୋକରେ ଶୋକ ବ୍ୟକ୍ତ କରିବା ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close