ଯାଜପୁରରେ ଡବଲ ମର୍ଡର ,ହତ୍ୟା ନା ଆତ୍ମହତ୍ୟା ନା ଦୁର୍ଘଟଣା

ଯାଜପୁର;  ୦୩/୦୯ (ବସନ୍ତ କୁମାର ପାତ୍ରଙ୍କ ଠାରୁ) : ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ଅନ୍ତର୍ଗତ ମିର୍ଜାପୁର ନିକଟରୁ ଦୁଇ ଜଣଙ୍କ ମୃତ ହେହକୁ ଆଜି ସକାଳୁ ଉଦ୍ଧାର କରିଛି ପୋଲିସ। ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇବା ପରେ ମୃତକ ଦୁଇ ଜଣ ଜହ୍ନା ଗାଁ ର ବିଜୟ ସାହୁ ଓ ମାନସ ରଞ୍ଜନ ଦାସ ବୋଲି ଜଣାପଡ଼ିଛି। ଉଭୟଙ୍କ ଦେହରେ କ୍ଷତ ଚିହ୍ନ ରହଛି। ଏହା ଏକ ହତ୍ୟା କାଣ୍ଡ ବୋଲି ମାନସଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।ସେପେଟେ ପୋଲିସ ପ୍ରାଥମିକି ତଦନ୍ତ ନକରି ପରିବାର ଲୋକଙ୍କୁ ନଜଣାଇ କିପରି ଭାବେ ଘଟଣା ସ୍ଥଳରୁ ଶବ ଉଦ୍ଧାର କଲା ତାକୁ ନେଇ ପରିବାର ଲୋକେ ପ୍ରଶ୍ନ ଉଠାଇଛନ୍ତି ।ହତ୍ୟା କାଣ୍ଡ ପଛରେ ପ୍ରେମ ଓ ଜୁଆଖେଳ ରହିଛି ଶୁଣିବାକୁ ମିଳୁଛି। ସେପଟେ ଏହି ଜଘଣ୍ୟ ହତ୍ୟାକାଣ୍ଡରେ ସାଇଣ୍ଟିଫିକ୍ ଟିମ୍ କୁ କାହିଁକି ତଦନ୍ତର ପରିସରଭୁକ୍ତ ପୋଲିସ କରୁନାହିଁ ବୋଲି ପରିବାର ଲୋକେ ଅସନ୍ତୋଷ ଜାହିର କରିଛନ୍ତି । ଏ ନେଇ କିଛି ସମୟ ଧରି ଲୋକେ ଟାୟାର ଜଳାଇ ରାସ୍ତା ଅବରୋଧ କରିଥିଲେ। ଏହା ଏକ ଦୁର୍ଘଟଣା ନା ହତ୍ୟା ଅଧିକ ଖୋଳତାଡ ଜାରି ରଖିଛି ପାଣିକୋଇଲି ପୋଲିସ ।

 

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close