ଭଦ୍ରଖ ବାଉଦପୁର ଦାଶ ସାହିରେ ସାର୍ବଜନୀନ ମା’ଦୁର୍ଗାଙ୍କ ଅଷ୍ଟମୀ ପୂଜା କୋଭିଡ ନିୟମାନୁଯାୟୀ ଅନୁଷ୍ଠିତ

ଭଦ୍ରଖ, ୨୪/୧୦(ଶିବଶଙ୍କର ପଣ୍ଡାଙ୍କ ଠାରୁ): ଭଦ୍ରଖ ସହରର ଉପକଣ୍ଠ ବାଉଦପୁର ଦାଶ ସାହିରେ ଚଳିତ ବର୍ଷ କୋଭିଡ-୧୯ ନିୟାମାନୁଯାୟୀ ଅନୁଷ୍ଠିତ ହୋଇଛି ସାର୍ବଜନୀନ ମୃଣୟମୟୀ ମା’ଦୁର୍ଗାଙ୍କ ପୂଜା । ପ୍ରାୟ ୨୦୦ ବର୍ଷର ଏହି ପୁରୁଣା ପୂଜା ପେଣ୍ଡାଲରେ ଏବର୍ଷ ନାହିଁ ଜନଗହଳି କି ଉନ୍ମାଦନା, ହେଲେ ଯଥା ରୀତି ନୀତି ମଧ୍ୟରେ ପାଳିତ ହେଉଛି ମା’ଙ୍କ ପୂଜା । ଆୟୋଜକ ଓ କର୍ତା ଲୋକଙ୍କୁ ଗହଳି ନ କରିବା ପାଇଁ କହିଥିବାରୁ ଓ ପ୍ରାୟ ଅନେକ ସଚେତନ ଥିବାରୁ ଭିଡ଼ ନ କରି ୨ଜଣ, ୩ଜଣ, ୫ଜଣ ଏପରି କରି ମା’ଙ୍କ ନିକଟରେ ଭୋଗ କରିବା ସହ ଦର୍ଶନ କରି ଅଳ୍ପ ସମୟ ମଧ୍ୟରେ ପେଣ୍ଡାଲ ସ୍ଥାନ ଛାଡୁଥିବାର ଦେଖାଯାଉଛି । କରୋନା କଟକଣା ପାଇଁ ଏହି ପୁରାତନ ପେଣ୍ଡାଲରେ ଚଳିତ ବର୍ଷ ପଡ଼ିଛି ଭକ୍ତଙ୍କ ଭଟ୍ଟା, କିନ୍ତୁ ଆୟୋଜକଙ୍କ ମନ କଷ୍ଟ ହୋଇନି, ବରଂ ମା’ଙ୍କ ପୂଜା ଚଳିତ ବର୍ଷ କରିପାରି ଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ୨୦୦ବର୍ଷର ଧାରା ବଜାୟ ରଖିପାରିଥିବବାରୁ ସବୁ ସେହି ମା’ଙ୍କ ଇଚ୍ଛା ବୋଲି କହିଛନ୍ତି କର୍ତା । ଆଜି ଅପରାହ୍ନ ୩ଟା ୧୬ମି. ସମୟରେ ଆରମ୍ଭ ହୋଇଛି ମହାଅଷ୍ଟମୀ ଓ ସନ୍ଧିପୂଜା ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close