‘ଅଂଶୁମାନ ମୋମୋରିଆଲ ଟ୍ରଷ୍ଟ’ ପକ୍ଷରୁ ଧର୍ମଶାଳା ବ୍ଲକର କୋତପୁର, ପାଟପୁର ଓ ଦେଓଦା ପଂଚାୟତରେ ବିଭିନ୍ନ ବ୍ୟକ୍ତିଙ୍କୁ ସହାୟତା ପ୍ରଦାନ

ଧର୍ମଶାଳା, ୨୩/୧୦(ସନ୍ତୋଷ ରଥଙ୍କ ଠାରୁ): ଆଜି ‘ଅଂଶୁମାନ ମେମୋରିଆଲ ଟ୍ରଷ୍ଟ’ର ସମ୍ପାଦକ ହିମାଂଶୁ ଶେଖର ସାହୁ ଧର୍ମଶାଳା ବ୍ଲକର ବିଭିନ୍ନ ପଂଚାୟତ ଯଥା-କୋତପୁର, ପାଟପୁର ଓ ଦେଓଦା ଆଦିି ପଂଚାୟତରେ ପହଁଚି ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଗେଇ ଆସିଥିଲେ । କୋତପୁରର ଜଣେ ଯୁବକ ଗଛରୁ ପଡି ତାଙ୍କ ଗୋଡରେ ଗଭୀର ଆଘାତ ଲାଗି ଗୋଡଟି ସମ୍ପୂର୍ଣ ନଷ୍ଟ ହୋଇଯାଇଛି ଏବଂ ସେହି ପଂଚାୟତର ଜଣେ ମସ୍ତିଷ୍କ ବିକୃତ ଲୋକ ପାଖରେ ପହଁଚି ଏହି ଦୁଇ ପରିବାରଙ୍କୁ ଶ୍ରୀ ସାହୁ ଆର୍ଥିକ ସାହାଯ୍ୟ କରିବା ସହ ପାଟପୁର ପଂଚାୟତର ତାରିଣୀ ମନ୍ଦିରର ଉନ୍ନତିମୂଲକ କାର୍ଯ୍ୟ ପାଇଁ ବ୍ୟବସ୍ଥା କରାଯିବ ବୋଲି ପ୍ରତିଶୃତି ଦେଇଥିଲେ । ସେହି ପଂଚାୟତର ଜଣେ ବ୍ୟକ୍ତି ଦୁର୍ଘଟଣାଗସ୍ତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଥିଲା । ତତସହିତ ଦେଓଦା ପଂଚାୟତର ଜଣେ ବ୍ୟକ୍ତି ବହୁ ଦିନ ହେବ କିଡ୍‌ନୀ ରୋଗରେ ପୀଡିତ ଥିଲେ; ଚିକିତ୍ସା ପାଇଁ ତାଙ୍କୁ ଆର୍ଥିକ ସହାୟତା କରଯାଇଥିଲା । ସେହି ପଂଚାୟତର ଜଣେ ବ୍ୟକ୍ତି ସାପ କାମୁଡାରେ ପୀଡିତ ଥିଲେ । ଚିକିତ୍ସା ପାଇଁ ତାଙ୍କୁ ଆର୍ଥିକ ସାହାଯ୍ୟ ମଧ୍ୟ କରାଯାଇଥିଲା।   ସୂଚନାଯୋଗ୍ୟ, ‘ଅଂଶୁମାନ ମୋମୋରିଆଲ ଟ୍ରଷ୍ଟ’ ପକ୍ଷରୁ ଏହାର ସଂପାଦକ ଶ୍ରୀ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ‘କରୋନା’ ମହାମାରୀ, ବନ୍ୟା ବିଭୀଷିକା, ଲଗାଣ ବଷା, ଦୈବ ଦୁର୍ବିପାକ ଆଦି ସମୟରେ ଖାଲି ଧର୍ମଶାଳା ଅଂଚଳ କାହିଁକି ଜିଲ୍ଲାର ବିଭିନ୍ନ ସ୍ଥାନରେ ବହୁ ଅଭାବୀ ଓ କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟର ହାତ ବଢ଼ାଯାଇଛି, ଏଥିପାଇଁ ଶ୍ରୀ ସାହୁଙ୍କୁ ବିଭିନ୍ନ ମହଲରୁ ସାଧୁବାଦ ଜ୍ଞାପନ କରାଯାଉଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close