ସିମୁଳିଆ ବିଜେପି ପକ୍ଷରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମ ବାର୍ଷିକ, ସେବା ସପ୍ତାହ ପାଳନ ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ

ଖଇରା, ୧୭/୦୯(ଦୀପକ ରଂଜନ ପାଣିଗ୍ରାହୀଙ୍କ ଠାରୁ): ଭାରତର ଜନ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ୭୦ ବର୍ଷ ବୟସରେ ପଦାର୍ପଣ କରିଛନ୍ତି । ଏହି ଉପଲକ୍ଷେ ଚଳିତ ସେପ୍ଟେମ୍ବର ୧୪ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ଦେଶବ୍ୟାପି ସେବା ସପ୍ତାହ ପାଳିତ ହେଉଅଛି । ଏହି ଅବସରରେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକ୍ ବିଜେପି ତରଫରୁ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ହାତକୁ ନିଆଯାଇଛି । ଆଜି ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଶୁଭ ମନାସୀ ଖଇରା ବଜାରରେ ଅବସ୍ଥିତ ହନୁମାନ ମନ୍ଦିରରେ ପୂଜାର୍ଚ୍ଚନା କରାଯିବା ସହ ସମୂହ ଦୀପ ଦାନ କରି ତାଙ୍କର ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ । ସେବା ସପ୍ତାହ ପାଳନ ଅବସରରେ ବ୍ଲକ୍‌ର ବିଭିନ୍ନ ପଂଚାୟତରୁ ଆସିଥିବା ମାନ୍ୟ ଓ ମୂରବି ଶ୍ରେଣୀର ବ୍ୟକ୍ତିମାନଙ୍କ ଦ୍ୱାରା ବୃକ୍ଷରୋପଣ, ସ୍ଥାନୀୟ ମେଡିକାଲ ପରିସରରେ ଥିବା ରୋଗୀଙ୍କୁ ଫଳ ବଂଟନ, ବିଭିନ୍ନ ପଂଚାୟତରୁ ଆସିଥିବା ଭିନ୍ନକ୍ଷମ ଓ ଅସହାୟ ଲୋକଙ୍କୁ ବସ୍ତ୍ର ଓ ଶୁଖିଲା ଖାଦ୍ୟ ବଂଟନ କରାଯାଇଥିଲା । ଏହିସବୁ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମଗୁଡିକ ପୂର୍ବତନ ମନ୍ତ୍ରୀ ତଥା ବିଜେପି ବିଧାୟକ ପ୍ରାର୍ଥୀ ପଦ୍ମଲୋଚନ ପଣ୍ଡାଙ୍କ ମଧ୍ୟମ ପୁତ୍ର ଡ଼ଃ. ବେଣୁମାଧବ ପଣ୍ଡାଙ୍କ ପୃଷ୍ଠପୋଷକତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଖଇରା ବିଜେପି ମଣ୍ଡଳ ସଭାପତି ରାଜେଶ କୁମାର ରାଉତ, ଅନ୍ତରା ସଭାପତି ପରୀକ୍ଷିତ ମହାପାତ୍ର, ଗଣ୍ଡିବେଡ ସଭାପତି ମହେଶ୍ୱର ନାଥ, ପତିତପାବନ କର, ବରିଷ୍ଠ ବିଜେପି ନେତା କରୁଣାକର ମହାନ୍ତି, ସନ୍ତୋଷ ଶତପଥି, ଶଙ୍କର୍ଷଣ ମାଝୀ, ସମାଜସେବୀ ପ୍ରଭାତ ପାଢ଼ୀ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇ ସେବା ସପ୍ତାହ ପାଳନ କରିଥିଲେ ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close