ବରୀ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଛାଡି ଦେବା ପ୍ରତିବାଦରେ ଅଭିଯୁକ୍ତଙ୍କ ଗିରଫ ଦାବି କରି ଥାନା ଘେରିଲେ ଶତାଧିକ ମହିଳା

ଯାଜପୁର: ବରୀ-ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପରେ ଛାଡି ଦେବା ପ୍ରତିବାଦରେ ଅଭିଯୁକ୍ତଙ୍କ ଗିରଫ ଦାବି କରି ଥାନା ଘେରିଲେ ଶତାଧିକ ମହିଳା । ଗତ ୧୧ ତାରିଖ ଦିନ ଉଦୟନାଥପୁର ଗ୍ରାମର ନିତ୍ୟାନନ୍ଦ ରାଉତଙ୍କ ଝିଅ ସସ୍ମିତା ବାଲିବିଲି ପଞ୍ଚାୟତ ଢିଆସ।ହି ଗ୍ରାମରେ ଶାଶୁଘରେ ମୃତ୍ୟୁବରଣ କରିଥିଲେ। ମୃତକଙ୍କ ପରିବାର ତରଫରୁ ଏ ନେଇ ଥାନାରେ  ସସ୍ମିତାଙ୍କୁ ହତ୍ୟା କରାଯାଇ ରସିରେ ଝୁଲାଇ ଦିଆଯାଇଛି ବୋଲି ଲିଖିତ ଅଭିଯୋଗ କରାଯାଇଥିଲା। ପରିବାରର ଅଭିଯୋଗ ମୁତାବକ ବରୀ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ୨୦୨/୨୦୨୦ରେ ଏକ ହତ୍ୟା ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କୁ ପଠାଇଥିଲା। ମାତ୍ର ପରଦିନ ଅଭିଯୋଗ ମୁତାବକ ବରୀ ପୋଲିସ ମୁଖ୍ୟ ଅଭିଯୁକ୍ତ ଭାବେ ସସ୍ମିତାଙ୍କ ସ୍ବାମୀ ପ୍ରଭାତ ଜେନାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାତ୍ର ଆଜି ଉଦୟନାଥପୁର ପଞ୍ଚାୟତର ଶତାଧିକ ମହିଳା ଅନ୍ୟ ଅଭିଯୁକ୍ତମାନଙ୍କ ଗିରଫ ଦାବିରେ ଥାନା ଆଗରେ ବସି ରହି ବିଭିନ୍ନ ନାରା ବାଜି କରିବା ସହ ଧାରଣାରେ ବସିଥିବା ଦେଖିବାକୁ ମିଳିଛି। ଅଭିଯୋଗ କାରୀଙ୍କ ନିକଟରେ ବରୀ ଥାନା ଅଧିକାରୀ ଅଜୟ କୁମାର ଜେନା ପହଞ୍ଚି ବ୍ୟବଚ୍ଛେଦ ରିପୋର୍ଟରେ ଏହା ଏକ ଆତ୍ମହତ୍ୟା ଘଟଣା ବୋଲି ଉଲ୍ଲେଖ ରହିଛି ଏବଂ ଏହା ଉପରିସ୍ଥ ଅଧିକାରୀଙ୍କ ଦ୍ଵାରା ତଦନ୍ତ କରାଯାଇ ସମ୍ପୃକ୍ତମାନଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ। ଧାରଣରେ ବସିଥିବା ମହିଳା ଓ ସ୍ଥାନୀୟ ସରପଞ୍ଚଙ୍କ ପ୍ରତିନିଧି ପ୍ରସନ୍ନ ସାମଲ, ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ଭଞ୍ଜଙ୍କ  ଉପସ୍ଥିତିରେ ଆଲୋଚନା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close