କୁଆଖିଆରେ କୋଚିଂ ସେଂଟର ମାଲିକଙ୍କ ବିଷ ପାନ କରି ଆତ୍ମହତ୍ୟା

ଋସୁଲପୁର, ୧୭/୧୦(ପଦ୍ମଲୋଚନ ନାୟକଙ୍କ ଠାରୁ): ଯାଜପୁର ଜିଲ୍ଲାର କୁଆଖିଆ ଥାନା ଅର୍ନ୍ତଗତ ଗରିପୁର ଠାରେ ୩-୪ବର୍ଷ ତଳୁ କୋଚିଂ ସେଂଟର କରି ପରିବାର ପ୍ରତିପୋଷଣ କରୁଥିବା ସୁରେନ୍ଦ୍ର କୁମାର ପାତ୍ର ଓରଫ କୁନା (୩୦ ବର୍ଷ) ଥିମେଟ ବିଷ ପିଇ ଆତ୍ମହତ୍ୟା କରିବା ଘଟଣା କୁଆଖିଆ ଓ ଆଖପାଖ ଅଂଚଳରେ ଶୋକର ଛାୟା ଖେଳାଇ ଦେଇଛି । ସ୍ଥାନୀୟ ବାହାଦଲପୁର ପଂଚାୟତର ମହମ୍ମଦପୁର ଗ୍ରାମର ବଙ୍କା ପାତ୍ରଙ୍କ ପୁଅ ସୁରେନ୍ଦ୍ର କଟକର ରେଭେନ୍ସା ସ୍ୱୟଂ ଶାସିତ ମହାବିଦ୍ୟାଳୟରୁ ଯୁକ୍ତ ୦୩ ବିଜ୍ଞାନ ଶ୍ରେଣୀରେ ଉତୀର୍ଣ୍ଣ ହୋଇ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଅଧିନରେ ଦୂର ଶିକ୍ଷା ଜରିଆରେ ବି.ଇ.ଡି କରୁଥିଲେ । ସେ ଗରିପୁରରେ କୋଚିଂ ସେଂଟର କରି ୫-୬ଜଣ ଟ୍ୟୁଟର ରଖି ସଂସ୍ଥା ଚଳାଇ ନିଜେ ପ୍ରତିପୋଷିତ ହେବା ସହ ସେମାନଙ୍କୁ ଦରମା ପ୍ରଦାନ କରିଆସୁଥିଲେ । ତାଙ୍କ କୋଚିଂ ସେଂଟରରେ ୧୦୦ରୁ ୧୫୦ ଜଣ ଛାତ୍ରଛାତ୍ରୀ କୋଚିଂ ନେଉଥିଲେ । ହେଲେ କରୋନା କଟକଣା ପାଇଁ ଗତ ମାର୍ଚ୍ଚ ୨୫ ତାରିଖରୁ କୋଚିଂ ସେଂଟରଟି ଏକ ପ୍ରକାରର ବନ୍ଦ ରହିଥିଲା । ଘରଭଡା, ଷ୍ଟାଫ୍ ପେମେଂଟ ଆଦି ବାକି ପଡିଥିଲା । ବହୁ ବାକିବୁକର ଓ ହାତ ଉଧାରି ବି ହୋଇ ଯାଇଥିବାର କୁହାଯାଉଛି । ସେଥିପାଇଁ କିଛି ଦିନ ହେଲାଣି ସେ ଚାପରେ ଥିଲେ । ସେ ଦୁଭାର୍ଗ୍ୟଜନକ ଭାବେ ଗତ କାଳି ରାତ୍ରୀ ପ୍ରାୟ ୧୧ଟା ସମୟରେ ସେ ମାନସିକ ଭାରସାମ୍ୟ ହରାଇ ଥିମେଟ ଭଳି ମାରାତ୍ମକ ବିଷ ପିଇ ଦେଇଥିଲେ । ପରିବାର ଲୋକେ ଜାଣି ତାଙ୍କୁ ପ୍ରଥମେ ନିକଟସ୍ଥ ମଧୂବନ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ତାଙ୍କୁ ଚିକିତ୍ସା ନ କରି ଫେରାଇ ଦେବା ପରେ ତାଙ୍କୁ ଯାଜପୁର ଜିଲ୍ଲା ମେଡିକାଲକୁ ନିଆଯାଇଥିଲା । ସେଠାରେ ରାତ୍ର ପ୍ରାୟ ୧ଟା ପାଖାପାଖି ତାଙ୍କର ମୃତ୍ୟୁ ଘଟିଥିଲା । ଖବର ଆଜି ସକାଳେ ପ୍ରଚାରିତ ହେବା ପରେ ବାହାଦଲାପୁର ପଂଚାୟତ ସମେତ କୁଆଖିଆ ବଜାରରରେ ଶୋକର ଛାୟା ଖେଳି ଯାଇଛି । ବାହାଦଲାପୁର ସରପଂଚ ମାମି ମହାନ୍ତି, ପୂର୍ବତନ ସରପଂଚ ପଦ୍ମନାଭ ବାଭି, ଶିଶିର ମହାନ୍ତି, ଚନ୍ଦ୍ରଶେଖର ନାୟକ, ନିରଞ୍ଜନ ସାହୁ, ଶିକ୍ଷକ ଅନନ୍ତ ଚରଣ ସାହୁ ପ୍ରମୁଖ ତାଙ୍କ ମୃତ୍ୟୁରେ ଶୋକ ପ୍ରକାଶ କରିବା ସହ ଜଣେ ଶିକ୍ଷିତ, ଯୁବ ସମାଜସେବୀ ଓ ରୋଜଗାରିଆ ପୁଅକୁ ହରାଇ ପରିବାର ହତବାକ ହୋଇ ଯାଇଛି ଓ ତାଙ୍କ ପରିବାରକୁ ସରକାରୀ ସହାୟତା ପ୍ରଦାନ କରିବାକୁ ଦାବୀ କରିଛନ୍ତି । ତାଙ୍କର ଅକାଳ ବିୟୋଗରେ ତାଙ୍କ ଗ୍ରାମ ମହମ୍ମଦନଗର ସମେତ କୁଆଖିଆର ବହୁ ବ୍ୟକ୍ତିବିଶେଷ ଶୋକ ବ୍ୟକ୍ତ ସହ ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିଛନ୍ତି । କୁଆଖିଆ ପୋଲିସ ଏ ସଂକ୍ରାନ୍ତରେ ଏକ ଅପମୃତ୍ୟୁ ମାମଲା ଦାୟର କରି ତଦନ୍ତ ଚଳାଇଥିବାର ଜଣାଯାଇଛି । ଆଜି ଦିନ ୦୨ଟା ପାଖାପାଖି ଶବ ବ୍ୟବଚ୍ଚେଦ ପରେ ତାଙ୍କ ମରଶରୀର ଗାଁରେ ଆସି ସକାôର ପାଇଁ ପହଂଚିବା ପରେ ଗାଁ ପରିବେଶ ଶୋକାକୂଳ ହୋଇଛି

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close