ବ୍ୟାସନଗର କପିଳେଶ୍ୱର କଲୋନି ମା’ଦୁର୍ଗାଙ୍କ ପୂଜା ପାଇଁ ପ୍ରସ୍ତୁତି ବୈଠକ

ବ୍ୟାସନଗର, ୧୬/୧୦(ବିଶ୍ୱରଂଜନ ପଟ୍ଟନାୟକଙ୍କ ଠାରୁ): ସ୍ଥାନୀୟ ଡୋଲିପୁର ସବରେଜେଷ୍ଟ୍ରି ଅଫିସ ପଛପାଖ କପିଳେଶ୍ୱର କଲୋନି ମା’ଦୁର୍ଗାଙ୍କ ୫ମ ବାର୍ଷିକ ପୂଜାଉତ୍ସବ କୋଭିଡ଼-୧୯ କଟକଣା ଓ ଜିଲ୍ଲା ପ୍ରଶାସନର ଗାଇଡ଼ଲାଇନ ଅନୁଯାୟୀ ପାଳନ କରାଯିବାକୁ ସ୍ଥରୀକୃତ ହୋଇ ଏକ ପ୍ରସ୍ତୁତି ବୈଠକ ଆଜି ସନ୍ଧ୍ୟାରେ ମା’ଦୁର୍ଗାଙ୍କ ପୂଜା ପେଣ୍ଡାଲରେ କପିଳେଶ୍ୱର କଲୋନି ପୂଜା କମିଟିର କୋଷାଧ୍ୟକ୍ଷ ପିତାମ୍ବର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୂଜା କମିଟିର ସୁବଲ ଚନ୍ଦ୍ର ସେନାପତି, ଦେବାଶିଷ ବସୁ, ଚିନ୍ମୟ ସାମଲ, ଯଶୋବନ୍ତ ବିଷୋଇ, ଲମ୍ବୋଦର ମଲ୍ଲିକ, ନିତ୍ୟାନନ୍ଦ ମହାରଣା, କାଶିନାଥ ପଟ୍ଟନାୟକ, କାର୍ତିକ ଚନ୍ଦ୍ର ନାୟକ, ଗଣନାଥ ମହାରଣା, କାମଦେବ ନାୟକ, ସନ୍ତୋଷ କୁମାର ପୁହାଣ, ଚନ୍ଦ୍ରମଣି ସାମଲ, ବିଶ୍ୱରଂଜନ ପଟ୍ଟନାୟକ, ଦୁଷ୍ମନ୍ତ କୁମାର ରାଉତ, ଶ୍ରୀଧର ବେହେରା ପ୍ରମୁଖ ଯୋଗ ଦେଇ ଚଳିତ ବର୍ଷ କିପରି ପୂଜା ପାଳନ କରାଯିବ ସେ ବିଷୟରେ ମତାମତ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ, କରୋନା ବିଶ୍ୱ ମହାମାରୀ ପାଇଁ ଚଳିତ ବର୍ଷ ଶାରଦୀୟ ଉତ୍ସବ ଓ ଦୁର୍ଗା ପୂଜା ପାଳନକୁ ଆଡମ୍ବରପୂର୍ଣ୍ଣ ଭାବେ ନ କରି କାଂଟଛାଂଟ କରି ଯଥାସମ୍ଭବ ଛୋଟ ଆକାରରେ ପାଳନ କରାଯିବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଥିବାରୁ କପିଳେଶ୍ୱର କଲୋନି ଏହି ଆଧାରରେ ପୂଜା ଆୟୋଜନ କରୁଅଛି ।

Live Share Market

जवाब जरूर दे 

आप अपने सहर के वर्तमान बिधायक के कार्यों से कितना संतुष्ट है ?

View Results

Loading ... Loading ...

Related Articles

Back to top button
.
Website Design By Bootalpha.com +91 84482 65129
.
Close